Weather Update: ଆଜି ଏହି ସବୁ ଜିଲ୍ଲାରେ କାଳବୈଶାଖି ବର୍ଷା ନେଇ ଆଲର୍ଟ ଜାରି
Advertisement
Article Detail0/zeeodisha/odisha2283760

Weather Update: ଆଜି ଏହି ସବୁ ଜିଲ୍ଲାରେ କାଳବୈଶାଖି ବର୍ଷା ନେଇ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ଲହରୀ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ  ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ ଓଡି଼ଶା ଛୁଇଁବ।  ସ୍ବାଭାବିକ ସମୟରେ ୨ ଦିନ ପୂର୍ବରୁ  ମୌସୁମୀ ବାୟୁ ଓଡି଼ଶା ଛୁଇଁବ।  

Weather Update: ଆଜି ଏହି ସବୁ ଜିଲ୍ଲାରେ କାଳବୈଶାଖି ବର୍ଷା ନେଇ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ଲହରୀ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ  ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ ଓଡି଼ଶା ଛୁଇଁବ।  ସ୍ବାଭାବିକ ସମୟରେ ୨ ଦିନ ପୂର୍ବରୁ  ମୌସୁମୀ ବାୟୁ ଓଡି଼ଶା ଛୁଇଁବ।  ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ ଓଡି଼ଶା ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି। ପ୍ରଥମେ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାକୁ  ମୌମୁମୀ ବାୟୁ ସ୍ପର୍ଶ କରିବା ନେଇ  ଆଞ୍ଚଳିକ ପାଣିପାଗ  କେନ୍ଦ୍ର ବିଶେଷଜ୍ଞ ସଞ୍ଜୀବ ଦ୍ବୀବେଦି କହିଛନ୍ତି।  ୧୦ ତାରିଖ ଭିତରେ ମୌମୁମୀ ବାୟୁ ଓଡି଼ଶା ଛୁଇଁପାରେ।  

Also Read: Today Horoscope: ଆଜି ଏହି ସବୁ ରାଶିଙ୍କୁ ରହିଛି ଧନଲାଭର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ପ୍ରଥମେ ଦକ୍ଷିଣ ଓଡି଼ଶାକୁ ପ୍ରବେଶ କରିବ।  ପରେ ମୌମୁମୀ ବାୟୁ ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ। ମୌମୁମୀ ଛୁଇଁବା ପୂର୍ବରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରାକ୍ ମୌମୁମୀ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି।  ପ୍ରଥମେ ଦକ୍ଷିଣ ଓଡି଼ଶାର ମାଲକାନଗିରି, କୋରାପୁଟ୍, ରାୟଗଡା, ନବରଙ୍ଗପୁର, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ  ମୌମୁମୀ ଛୁଇଁବ। ଦକ୍ଷିଣ ଓଡି଼ଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି଼ ଏବଂ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି।  ଏଭଳି ବର୍ଷା  ଆସନ୍ତା ୫ ଦିନ ଜାରି ରହିବ।  ଏହି କାଳ ବୈଶାଖି ବର୍ଷା  ବା ପ୍ରାକ୍ ମୌମୁମୀ ବାୟୁ ଆଣିବାରେ ସହାୟକ ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ।  

ସେପଟେ, ୧୧ ତାରିଖ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ କାଳବୈଶାଖି ସହ  ଉପକୂଳରେ ଗୁଳୁଗୁଳି ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ  ବରଗଡ଼, ବଲାଙ୍ଗୀର ଏବଂ ନୂଆପଡାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଏହି ଜିଲ୍ଲାର ତାପମାତ୍ରା ୪୦ରୁ ୪୩ ଡିଗ୍ରୀ ପର୍ଯ୍ୟନ୍ତ ରହିବ ବୋଲି  ଆକଳନ କରାଯାଇଛି। ବିଶେଷକରି, ଆଜି  କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁରରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ।

ସେହିପରି ସମ୍ବଲପୁର, ସୋନପୁର, ବୌଦ୍ଧ, ଝାରସୁଗୁଡା ଓ କଳାହାଣ୍ତି ଜିଲ୍ଲାରେ ବି ତାତି ରହିବ।  ଏହାସହ ଉଷ୍ମ ଓ ଆଦ୍ର ସ୍ଥିତି ନେଇ ଉପକୂଳ ଜିଲ୍ଲାକୁ ଲାଗି ରହିବ।  ଏଭଳି ସ୍ଥିତି ପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଥିବା ବେଳେ ଟିଟିଲାଗଡରେ ୨୨ ଓ ବାରିପଦାରେ ୨୦ମିମି ରେକର୍ଡ ହୋଇଛି।