Road Accident: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସୁନା ସ୍ବପ୍ନ।  ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।  ଏକ କାର୍ ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ୍ ଠାରୁ ମିଳିଥିବା ଖବର ଅନୁସାରେ,ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ଜଣାପଡିଛି। ମୃତକମାନଙ୍କ ମଧ୍ୟରେ ୬ ବର୍ଷର ଶିଶୁ ମଧ୍ୟ ରହିଛି। ପଞ୍ଜାବର ତାଣ୍ତା ସହରରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।


COMMERCIAL BREAK
SCROLL TO CONTINUE READING

ALSO READ: Petrol Diesel Price Today: ଛୁଟି ଦିନରେ ମହଙ୍ଗା ମାଡ଼, ଭୁବନେଶ୍ବରରେ ପୁଣି ବଢିଲା ପେଟ୍ରୋଲ-ଡିଜେଲ୍ ରେଟ୍


ALSO READ: July Grah Gochar 2024: ଆସନ୍ତାକାଲିଠୁ ୫ ରାଶିର ଆରମ୍ଭ ହେବ ଶୁଭ ସମୟ, ମିଳିବ ଚାକିରି ମିଳିବ ସାଙ୍ଗକୁ କିଣିବେ ନୂଆ ଗାଡି !


ସୂଚନା ଅନୁସାରେ, ଜମ୍ମୁ-କାଶ୍ମୀର କକରାୟାଲ୍ ଗାଁର ( Kakryal village) ଏ-କ ପରିବାର ନିଜ ୬ ବର୍ଷର ଶିଶୁ ଅସୁସ୍ଥ ଥିବାରୁ ଚଣ୍ତିଗଡରେ ଥିବା ପିଜିଆଇଏମାର୍ (PGIMER) ହସପିଟାକୁ ଚିକିତ୍ସା ପାଇଁ ଆଜି ଏକ କାର୍ ଯୋଗେ ଆସୁଥିଲେ। ହେଲେ ତାଙ୍କ କାରଟି ହୁସିଆରପୁର ଜିଲ୍ଲାର ତଣ୍ତା ଅଞ୍ଚଳରେ ପହଞ୍ଚିବା ସମୟରେ ଭାସମାସ୍ୟ ହରାଇ ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ କାର ରେ ଥିବା ୫ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ୪ ଜଣ ମୃତ୍ୟୁ ବରଣ କରିଥିଲେ। ଅନ୍ୟ ଜଣେ ପରିବାର ସଦସ୍ୟ ଏହି ମୃତ୍ୟୁ ମୁହଁରୁ ରକ୍ଷା ପାଇଯାଇଥିଲେ। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏବଂ ମୃତଦେହ ଗୁଡିକୁ କାର୍ ମଧ୍ୟରୁ ବାହାର କରି ପୋଷ୍ଟମଟମ୍ ପାଇଁ ପଠାଇଛି।  ଏବଂ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ପୋଲିସ୍ ଏକ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି।