Advertisement
Photo Details/zeeodisha/odisha2314324
photoDetails0hindi

July Grah Gochar 2024: ଆସନ୍ତାକାଲିଠୁ ୫ ରାଶିର ଆରମ୍ଭ ହେବ ଶୁଭ ସମୟ, ମିଳିବ ଚାକିରି ମିଳିବ ସାଙ୍ଗକୁ କିଣିବେ ନୂଆ ଗାଡି !

July Grah Gochar 2024: ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଆସନ୍ତାକାଲିଠୁ ଜୁଲାଇ ମାସ ଆରମ୍ଭ ହେବାକୁ ଯାଉଛି । ଏହି ମାସରେ ଏକାଧିକ ଗ୍ରହ ନିଜ ମୂଳ ରାଶି ପରିବର୍ତ୍ତନ କରିବେ। ଯାହାର ପ୍ରଭାବ ରାଶିଚକ୍ରରେ ଥିବା ସମସ୍ତ ୧୨ଟି ରାଶି ଉପରେ ପଡିବ।  ଜୁଲାଇ ୭ରେ ଭୋର୍ ୪ଟା ୩୯ ମିନିଟ୍ ସମୟରେ ଶୁକ୍ର କର୍କଟ ରାଶିକୁ ଚଳନ କରିବାକୁ ଥିବା ବେଳେ ଜୁଲାଇ ୧୨ ସକାଳ ୭ଟା ୧୨ ମିନିଟ୍ ସମୟରେ ମଙ୍ଗଳ ସେହି ରାଶିକୁ ଚଳନ କରିବେ।  ଗ୍ରହମାନଙ୍କ ରାଜକୁମାର ବୁଧ ମଧ୍ୟ ମାସର ତୃତୀୟ ସପ୍ତାହରେ ସିଂହ ରାଶିକୁ ଚଳନ କରିବେ। ସେହିପରି, ଜୁଲାଇ ୧୬ରେ ସୂର୍ଯ୍ୟଦେବ ମଧ୍ୟ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଗୋଟିଏ ମାସରେ ୪ ଗ୍ରହଙ୍କ ରାଶିପରିବର୍ତ୍ତନ କିଛି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ଦେବାକୁ ଥିବା ବେଳେ ଆଉ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ...

1/5

ମେଷ: ଆସନ୍ତାକାଲି ଠାରୁ ଏହି ରାଶିଙ୍କ ଭଗ୍ୟରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି । ବିଶେଷ କରି, ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ପଦୋନ୍ନତିର ଯୋଗ ରହିଛି।  ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସମୟ ଭଲ ରହିବ। କୌଣସି ନୂତନ ଡିଲ୍ ଫାଇନାଲ୍ କରିପାରନ୍ତି। ଯାହା ଆପଣଙ୍କୁ ଲାଭଦେବ। ଏହି ଅବଧି ମଧ୍ୟରେ ଅଟକି ରହିଥିବା ଟଙ୍କା ପାଇବେ। ରୋଜଗାରର ନୂତନ ଉତ୍ସ ସୃଷ୍ଟି ହେବ । ପୁରୁଣାରୋଗରୁ ମୁକ୍ତି ମିଳିଲେ ମଧ୍ୟ ମାସର ଶେଷ ଆଡକୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। 

2/5

ମିଥୁନ:  ଆସନ୍ତାକାଲିଠୁ ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶିଙ୍କ ଭାଗ୍ୟ। ଏହି ଅବଧି ମଧ୍ୟରେ ଚାକିରି କରୁଥିବା ଲୋକେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ। ପଦୋନ୍ନତି ସହିତ ଦରମା ବୃଦ୍ଧି ମଧ୍ୟ ହୋଇପାରେ।  ବିଶେଷ କରି, ପୁଞ୍ଜି ନିବେଶ ପାଇଁ ସମୟ ଭଲ ରହିବ, ଭବିଷ୍ୟତରେ ଶୁଭ ଫଳ ମିଳିପାରେ। ବ୍ୟବସାୟ କରୁଥିବା ଲୋକମାନେ ଲାଭବାନ ହେବେ।  ବ୍ୟବସାୟରୁ ଦ୍ବିଗୁଣିତ ଲାଭ ପାଇବେ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବା। ପ୍ରେମୀ ମାନଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିବ। ଜୀବନ ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବା ସହ ଲଙ୍ଗ୍ ଡ୍ରାଇଭ୍ ରେ ଯାଇପାରନ୍ତି। ଦିର୍ଘ ଦିନ ଧରି କୋର୍ଟରେ ଲାଗି ରହିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ।  

3/5

ସିଂହ: ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆସନ୍ତା ମାସ ଠୁ ଶୁଭଦିନ ଆରମ୍ଭ ହେବ। ବିଶେଷ କରି, ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ମନଲାଖି ଚାକିରି ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ପର୍କରେ ମଧୁରତା ଭରିବ। ଏପରିକି ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ପୁଣି ଥରେ ଯୋଡି଼ ହେବ। ଭଲ ପାଉଥିବା ଜୀବନସାଥୀଙ୍କ ସହ ବିବାହ ମଧ୍ୟ ହୋଇପାରେ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନେ ଏହି ଅବଧି ମଧ୍ୟରେ ଭଲ ରେଜଲ୍ଟ ପାଇବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। କିନ୍ତୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ। 

 

4/5

ତୁଳା: ଆସନ୍ତାମାସରେ ଏହି ରାଶିର ଲୋକେ ସାମଗ୍ରୀକ ସୁଖ ପାଇବେ। ଦିର୍ଘ ଦିନର ଆଶା ପୂରଣ ହୋଇପାରେ। ଏହି ଅବଧି ମଧ୍ୟରେ କୌଣସି ନୂତନ ଗାଡି କିମ୍ବା ଗାଡି଼ କିଣି ପାରନ୍ତି। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ।  ମୋଟାମୋଟି ଭାବେ କହିବାକୁ ଗଲେ ଆସନ୍ତା ମାସ ତୁଳା ରାଶିଙ୍କ ପାଇଁ ବେଶ୍ ଆନନ୍ଦମୟ ରହିବ।

5/5

ଧନୁ: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଙ୍ଗଳମୟ ରହିବ। ଆକସ୍ମିକ ଧନପ୍ରାପ୍ତିର ଯୋଗ ରହିଛି। ପ୍ରେମ ଜୀବନରେ ଆସୁଥିବା ସମସ୍ୟା ଦୂର ହେବା । ପୈତୃକ ସମ୍ପତ୍ତିରୁ ଲାଭ ପାଇପାରନ୍ତି।  ସମାଜରେ ଆପଣଙ୍କ ଲୋକପ୍ରିୟତା ଓ ସମ୍ମାନ ବୃଦ୍ଧି ପାଇବ। ଏବଂ ସ୍ୱାସ୍ଥ୍ୟ ଭଲ ରହିବ। 

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)