ତିନୋଟି ତିର୍ଥଯାତ୍ରୀ ବସ ମୁହାଁମୁହିଁ ଧକ୍କା; ୫ ମୃତ, ୧୦ରୁ ଊର୍ଦ୍ଧ୍ୱ ଆହତ
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଛତିଶଗଡର ୪୪ ବର୍ଷିୟା ମୀନା ଦେବୀ, ଝାଡଖଣ୍ଡର ୨୧ ବର୍ଷିୟ ରାହୁଲ, ଛତିଶଗଡର ୫୩ ବର୍ଷିୟ ରୋହିତ, କୁସୀନାଗର ଉତ୍ତର ପ୍ରଦେଶର ୨୨ ବର୍ଷର ପ୍ରଦୀପ ବାସିନ୍ଦା ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି।
ଅମ୍ବାଲା: ସୋମବାର ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି। ହରିୟାଣାର ଅମ୍ବାଲା ଜିଲ୍ଲାରେ ତିନୋଟି ଟୁରିଷ୍ଟ ବସ୍ ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଛି।
ସ୍ଥାନୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ,ଦୁର୍ଘଟଣାଗ୍ରସ୍ତ ହୋଇଥିବା ତିନିଟି ବସ୍ କାଟ୍ରା ଠାରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା। ଚଣ୍ଡିଗଡ଼-ଦିଲ୍ଲୀ ରାଜପଥରେ ସକାଳ ପ୍ରାୟ ତିନିଟା ସମୟରେ ଏହି ଭୟଙ୍କର ଏବଂ ଯନ୍ତ୍ରଣାଦାୟକ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବିଧାୟକ ଅସୀମ ଗୋୟାଲ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ। ଆହତଙ୍କ ଅବସ୍ଥା ସମ୍ପର୍କରେ ବିଧାୟକ ପଚାରି ବୁଝିଥିଲେ।
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଛତିଶଗଡର ୪୪ ବର୍ଷିୟା ମୀନା ଦେବୀ, ଝାଡଖଣ୍ଡର ୨୧ ବର୍ଷିୟ ରାହୁଲ, ଛତିଶଗଡର ୫୩ ବର୍ଷିୟ ରୋହିତ, କୁସୀନାଗର ଉତ୍ତର ପ୍ରଦେଶର ୨୨ ବର୍ଷର ପ୍ରଦୀପ ବାସିନ୍ଦା ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ମୃତଦେହକୁ ଅମ୍ବାଲା ଡାକ୍ତରଖାନାର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି। କୁହାଯାଉଛି ଯେ ଦୁର୍ଘଟଣା ସମୟରେ ସମସ୍ତ ଯାତ୍ରୀ ଶୋଇଥିଲେ। ଆଗରେ ଚାଲୁଥିବା ବସ୍ ହଠାତ୍ ଅଟକି ଯିବା ମାତ୍ରେ ସମସ୍ତ ବସ୍ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଆହତମାନେ କହିଛନ୍ତି ଯେ, ସେମାନେ ବୈଷ୍ଣୋ ମାତାଙ୍କୁ ଦର୍ଶନ କରିବାକୁ ଯାଇ ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଥିଲା।