Road Accident: ବାଟରେ ଛକି ବସିଥିଲା ଯମ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ଅକାଳରେ ଚାଲିଗଲା ୬ ଜୀବନ। ମୃତକଙ୍କ ମଧ୍ୟରୁ ୫ ଜଣ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି। ଏକ କାର୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ କାର୍ ମଧ୍ୟରେ ଥିବା ସମସ୍ତ ଲୋକଙ୍କର ମୃତ୍ୟୁ ଘଟିଛି । କିଭଳି ସ୍ଥିତିରେ, ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି । କର୍ଣ୍ଣାଟକର ହୁସନ୍ ନିକଟ୍ ଇଚ୍ଚାନାହାଲିରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା।...


COMMERCIAL BREAK
SCROLL TO CONTINUE READING

ALSO READ: Road Accident: ବସ୍ ଉପରେ ଓଲଟି ପଡିଲା ପଥର ବୋଝେଇ ଟ୍ରକ୍, ଘଟଣାସ୍ଥଳରେ ୧୦ ମୃତ, ୧୧ ଆହତ


ALSO READ: Guru Uday 2024: ଏହି ସବୁ ରାଶିଙ୍କ ପାଇଁ ଧନର ପେଡ଼ି ଖୋଲିବେ ବୃହସ୍ପତି, ହେବ ଟଙ୍କାର ବର୍ଷା!


ସୂଚନା ଅନୁସାରେ, ରବିବାର ଦିନ, ବେଙ୍ଗାଲୁରୁ ରୁରାଲ୍ ଜିଲ୍ଲାର ଦେବାନାହାଲ୍ଲିର ଏକ ପରିବାର ମେଡିକାଲ୍ କାମରେ ମାଙ୍ଗାଲୁରୁ ଅଭିମୁଖେ ଏକ କାରରେ ଯାତ୍ରା କରୁଥିଲେ।  ତାଙ୍କ କାର୍ ଟି କର୍ଣ୍ଣାଟକର  ହୁସନ୍ ନିକଟ୍ ଇଚ୍ଚାନାହାଲିରେ ପହଞ୍ଚିଥିବା ସମୟର ଏକ ଟ୍ରକ୍ ସାମ୍ନାପଟୁ ଆସି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ସମତେ ପରିବାରର ୫ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କାର୍ ମଧ୍ୟରୁ ମୃତଦେହ ଗୁଡିକ ଉଦ୍ଧାର କରି ପୋଷ୍ଟ ମଟମ୍ ପାଇଁ ହୁସେନ୍ ଇଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସକୁ (Hassan Institute Of Medical Sciences (HIMS) ପଠାଇଛି।  ଏବଂ କାର୍ ଓ ଟ୍ରକ୍ ଟିକୁ ଜବତ କରି ଏକ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତକମାନେ ହେଲେ, ସୁନନ୍ଦା (୪୦), ନାରାୟଣ ସ୍ବାମୀ (୫୦), ନେତ୍ର (୨୫), ରବିକୁମାର (୩୦), ଚେତନ୍ (୭),  ଓ ଡ୍ରାଇଭର ଗଣେଶ୍ବର (୨୮)।