ସରକାରୀ କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ମିଳିବ ବର୍ଦ୍ଧିତ ମହଙ୍ଗା ଭତ୍ତା, ବକେୟା ମଧ୍ୟ ହେବ ଜମା
ବାସ୍ତବରେ, କୋରୋନା ସଙ୍କଟ ଯୋଗୁଁ କର୍ମଚାରୀ ଓ ପେନସନଭୋଗୀମାନଙ୍କୁ ମହଙ୍ଗା ଭତ୍ତାର ପୁରୁଣା ହାରରେ ସନ୍ତୁଷ୍ଟ ହେବାକୁ ପଡୁଛି । କର୍ମଚାରୀମାନେ ୨୧ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଉଥିଲେ । କିନ୍ତୁ କୋରୋନା ସଙ୍କଟ କାରଣରୁ ଅର୍ଥନୈତିକ ଚାପକୁ ହ୍ରାସ କରିବା ପାଇଁ ସରକାର ପୁରୁଣା ହାର (୧୭ ପ୍ରତିଶତ) ଲାଗୁ କରିଦେଇଛନ୍ତି ।
ନୂଆଦିଲ୍ଲୀ: ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ଅପେକ୍ଷା ବର୍ତ୍ତମାନ ଶେଷ ହେବାକୁ ଯାଉଛି ଯାଉଛି । ଜୁଲାଇ ୧ରୁ କେନ୍ଦ୍ର କର୍ମଚାରୀ (central govt employees) ଙ୍କୁ ସେମାନଙ୍କ ବର୍ଦ୍ଧିତ ମହଙ୍ଗା ଭତ୍ତା (Dearness Allowance) ଓ ପେନସନଭୋଗୀ (Pensioners) ଙ୍କୁ ସେମାନଙ୍କର DR ମିଳିବ । ଗତ ମାସରେ କେନ୍ଦ୍ର ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର (Anurag Thakur) ଏକ ଲିଖିତ ଉତ୍ତରରେ ରାଜ୍ୟସଭାକୁ କହିଥିଲେ ଯେ, ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତାର ତିନିଟି କିସ୍ତି ପୁନଃ ମିଳିବା ଆରମ୍ଭ ହୋଇଯିବ ।
ଅଧିକ ପଢ଼ନ୍ତୁ:-ପୋଷ୍ଟ ଅଫିସ୍ ଗ୍ୟାରେଣ୍ଟିଡ ଟଙ୍କା ଡବଲ ସ୍କିମ୍! ୧୦୦୦ ଟଙ୍କାରୁ କରନ୍ତୁ ଆରମ୍ଭ, ଜାଣନ୍ତୁ ସମସ୍ତ ପ୍ରଶ୍ନର ଉତ୍ତର
ବାସ୍ତବରେ, କୋରୋନା ସଙ୍କଟ ଯୋଗୁଁ କର୍ମଚାରୀ ଓ ପେନସନଭୋଗୀମାନଙ୍କୁ ମହଙ୍ଗା ଭତ୍ତା (DA) ର ପୁରୁଣା ହାରରେ ସନ୍ତୁଷ୍ଟ ହେବାକୁ ପଡୁଛି । କର୍ମଚାରୀମାନେ ୨୧ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଉଥିଲେ । କିନ୍ତୁ କୋରୋନା ସଙ୍କଟ କାରଣରୁ ଅର୍ଥନୈତିକ ଚାପକୁ ହ୍ରାସ କରିବା ପାଇଁ ସରକାର ପୁରୁଣା ହାର (୧୭ ପ୍ରତିଶତ) ଲାଗୁ କରିଦେଇଛନ୍ତି ।
ସୂଚନାଯୋଗ୍ୟ, ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ବୃଦ୍ଧି କରାଯାଇଥାଏ, କିନ୍ତୁ କୋରୋନା ସଙ୍କଟ (Coronavirus Crisis) ଓ ଲକଡାଉନ୍ (Lockdown) ହୋଇଥିବାରୁ ସରକାରୀ କୋଷ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ଯାହାକୁ ଦୃଷ୍ଟିରେ ରଖି ଏହା ଉପରେ ଦେଢ଼ ବର୍ଷ ଯାଏ ରୋକ ଲଗାଯାଇଛି ।
ଅଧିକ ପଢ଼ନ୍ତୁ:-ଦେଶରେ କୋରୋନା ବିସ୍ଫୋରଣ, ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ
ଖବର ରହିଛି ଯେ ଯେତେବେଳେ ଜାନୁଆରୀ ୨୦୨୧ ପାଇଁ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିବେ, ସେତେବେଳେ ପୁରୁଣା ୪ ପ୍ରତିଶତ ମହଙ୍ଗା ଭତ୍ତା ଉପରେ ଥିବା ରୋକ ହଟାଇ ନିଆଯିବ । କର୍ମଚାରୀମାନେ ୨୧ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଉଥିଲେ । କିନ୍ତୁ କୋରୋନା ସଙ୍କଟ କାରଣରୁ ଅର୍ଥନୈତିକ ଚାପକୁ ହ୍ରାସ କରିବା ପାଇଁ ସରକାର ପୁରୁଣା ହାର (୧୭ ପ୍ରତିଶତ) ଲାଗୁ କରିଦେଇଛନ୍ତି । ଯଦି କେନ୍ଦ୍ର ସରକାର ଏପରି କରନ୍ତି, ତେବେ ବର୍ତ୍ତମାନର ୧୭ ପ୍ରତିଶତ ମହଙ୍ଗା ଭତ୍ତା ସିଧା ୨୫ (୧୭ +୪ +୪) କୁ ବୃଦ୍ଧି ପାଇବ ।
ଅଧିକ ପଢ଼ନ୍ତୁ:-ଆପଣଙ୍କୁ ମିଳୁଛି କି LPG ସବସିଡି? ମୋବାଇଲରେ ଏହିପରି କରନ୍ତୁ ଚେକ୍
ମହଙ୍ଗା ଭତ୍ତା ପୁନଃ ଲାଗୁ ହେବା ପରେ କେନ୍ଦ୍ର କର୍ମଚାରୀଙ୍କ ଦରମା ମଧ୍ୟ ବୃଦ୍ଧି ପାଇବ । କାରଣ ସେମାନଙ୍କର ବର୍ତ୍ତମାନ ୮ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ିଯିବ, ଏହି ଆଧାରରେ ଭ୍ରମଣ ଭତ୍ତା (TA) ମଧ୍ୟ ବୃଦ୍ଧି ପାଇବ ।
ଡିଏକୁ ନେଇ ନିରାଶା ମଧ୍ୟରେ ଫ୍ୟାମିଲି ପେନସନ୍ ଉପରେ ସରକାର ଏକ ବଡ଼ ରିହାତି ଦେଇଛନ୍ତି । ଫ୍ୟାମିଲି ପେନସନ ସୀମାକୁ ୪୫ ହଜାରରୁ ବୃଦ୍ଧି କରି ୧.୨୫ ଲକ୍ଷ ପ୍ରତି ମାସ କରିଛନ୍ତି । ସରକାର ଏହି ପେନସନକୁ ଅଢ଼େଇ ଗୁଣ ବୃଦ୍ଧି କରିଛନ୍ତି । କର୍ମଚାରୀମାନେ ଏହାକୁ ବହୁ ଦିନରୁ ଦାବି କରିଆସୁଥିଲେ । ଏହି ପ୍ରସଙ୍ଗରେ ସରକାର ମଧ୍ୟ ସଂସଦରେ ସୂଚନା ଦେଇଛନ୍ତି ।