ବର୍ତ୍ତମାନ ଦୁଇ ମିନିଟରେ ଆପଣ ଜାଣି ପାରିବେ ଆପଣଙ୍କ ସବସିଡି କେତେ ଆସୁଛି । ସବସିଡି ଚେକ୍ କରିବାର ଦୁଇଟି ଉପାୟ ଅଛି । ପ୍ରଥମଟି ହେଉଛି ଇଣ୍ଡେନ, ଭରତ ଗ୍ୟାସ୍ କିମ୍ବା ଏଚପି ସହିତ ପଞ୍ଜୀକୃତ ମୋବାଇଲ୍ ନମ୍ବର ମାଧ୍ୟମରେ ଏବଂ ଦ୍ୱିତୀୟଟି ହେଉଛି LPG ID ମାଧ୍ୟମରେ, ଏହି ID ଆପଣଙ୍କ ଗ୍ୟାସ୍ ପାସବୁକରେ ଲେଖାହୋଇଛି ।
Trending Photos
ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚରେ ଏଲପିଜି ଗ୍ୟାସ ସିଲିଣ୍ଡର (LPG Gas Cylinder) ର ମୂଲ୍ୟ ୧୦ ଟଙ୍କା ହ୍ରାସ କରାଯାଇଥିଲା । ବର୍ତ୍ତମାନ ୧୪.୪ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୦୯ ଟଙ୍କା ରହିଛି । ଯେଉଁ କାରଣରୁ ବହୁ ସଂଖ୍ୟକ ଲୋକ ଗ୍ୟାସ ସବସିଡି (LPG subsidy) ପାଇବାକୁ ଅପେକ୍ଷା କରିଛନ୍ତି । ଅନେକ ଥର ଗ୍ରାହକ ଜାଣିପାରନ୍ତି ନାହିଁ ଯେ ସେମାନଙ୍କର ସବସିଡି ଆସୁଛି କି ନାହିଁ । ଯଦି ଏହା ଆସୁଛି ତେବେ କେତେ ଆସୁଛି । ବର୍ତ୍ତମାନ ଦୁଇ ମିନିଟରେ ଆପଣ ଜାଣି ପାରିବେ ଆପଣଙ୍କ ସବସିଡି କେତେ ଆସୁଛି । ସବସିଡି ଚେକ୍ କରିବାର ଦୁଇଟି ଉପାୟ ଅଛି । ପ୍ରଥମଟି ହେଉଛି ଇଣ୍ଡେନ, ଭରତ ଗ୍ୟାସ୍ କିମ୍ବା ଏଚପି ସହିତ ପଞ୍ଜୀକୃତ ମୋବାଇଲ୍ ନମ୍ବର ମାଧ୍ୟମରେ ଏବଂ ଦ୍ୱିତୀୟଟି ହେଉଛି LPG ID ମାଧ୍ୟମରେ, ଏହି ID ଆପଣଙ୍କ ଗ୍ୟାସ୍ ପାସବୁକରେ ଲେଖାହୋଇଛି ।
ଅଧିକ ପଢ଼ନ୍ତୁ:-ପିଏମ ମୋଦି ନେଲେ କୋରୋନା ଟିକାର ଦ୍ୱିତୀୟ ଡୋଜ୍
ୱେବସାଇଟ୍ ମାଧ୍ୟମରେ କରନ୍ତୁ ଚେକ୍
ଆପଣ ମୋବାଇଲରୁ http://mylpg.in/ ୱେବସାଇଟକୁ ଯାଆନ୍ତୁ ।
ଆପଣଙ୍କର ୧୭ ଅଙ୍କ ବିଶିଷ୍ଟ LPG ID ଦାଖଲ କରନ୍ତୁ ।
ପଞ୍ଜୀକୃତ ମୋବାଇଲ୍ ନମ୍ବର ଦାଖଲ କରନ୍ତୁ, କ୍ୟାପଚା କୋଡ୍ ପୂରଣ କରନ୍ତୁ ଏବଂ ଆଗକୁ ବଢ଼ନ୍ତୁ ।
ଆପଣଙ୍କ ମୋବାଇଲ୍ ନମ୍ବରକୁ ଏକ OTP ଆସିବ ।
ପରବର୍ତ୍ତୀ ପୃଷ୍ଠାରେ ଆପଣଙ୍କର ଇମେଲ୍ ID ଲେଖି ପାସୱାର୍ଡ ଜେନେରେଟ୍ କରନ୍ତୁ ।
ଇମେଲରେ ଏକ ଆକ୍ଟିଭେସନ୍ ଲିଙ୍କ୍ ଆସିବ, ଏଥିରେ କ୍ଲିକ୍ କରନ୍ତୁ । ଲିଙ୍କ୍ କ୍ଲିକ୍ କରିବା ମାତ୍ରେ ଆପଣଙ୍କ ଆକାଉଣ୍ଟ୍ ସକ୍ରିୟ ହୋଇଯିବ, ଏହା ପରେ ଆପଣ mylpg.in କୁ ଯାଇ ଲଗ୍ ଇନ୍ କରନ୍ତୁ ।
ଅଧିକ ପଢ଼ନ୍ତୁ:-ଲକଡାଉନକୁ ନେଇ WHO ର ମୁଖ୍ୟ ବୈଜ୍ଞାନିକଙ୍କ ଚେତାବନୀ, କହିଲେ- ପରିଣାମ ହେବ...
ଯଦି ଆପଣଙ୍କର ଆଧାର କାର୍ଡ LPG ଆକାଉଣ୍ଟ ସହିତ ଲିଙ୍କ ରହିଛି ତେବେ ଏହାକୁ କ୍ଲିକ୍ କରନ୍ତୁ ।
ଏହା ପରେ View Cylinder Booking History/subsidy transferred ପାଇଁ ବିକଳ୍ପଗୁଡ଼ିକ ଦେଖାଯିବ ।
ଏଠାରୁ ଆପଣଙ୍କୁ ସୂଚନା ମିଳିଯିବ ଯେ ସବସିଡି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି କି ନାହିଁ । ଘରୋଇ ଗ୍ୟାସ ଉପରେ ସବସିଡି କେବଳ ସେହିମାନଙ୍କ ପାଇଁ ଉପଲବ୍ଧ ଯାହାର ବାର୍ଷିକ ଆୟ ୧୦ ଲକ୍ଷରୁ ଅଧିକ ନୁହେଁ । ଯଦି ସ୍ୱାମୀ-ସ୍ତ୍ରୀ ମିଶି ୧୦ ଲକ୍ଷ ରୋଜଗାର କରନ୍ତି ତେବେ ସେମାନେ ଏଲପିଜି ସବସିଡି ପାଇବେ ନାହିଁ ।