Road Accident: ଏ-ମିତିବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ।  ଲିଭିଗଲା ୮ ଜୀବନ ଦୀପ। ଏକ ଚଳନ୍ତା ବସ୍ ରେ ନିଆଁ ଲାଗିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ୨୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି। ହରିୟାଣାର ନୁହରେ (Haryana Nuh Road Accident )ଏଭଳି ଛାତିଥରା ଦୁର୍ଘଟଣା ଘଟିଛି । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। 


COMMERCIAL BREAK
SCROLL TO CONTINUE READING

ALSO READ: Petrol Diesel Price Today: ଭୁବନେଶ୍ବରରେ ପୁଣି ବଢିଲା ପେଟ୍ରୋଲ-ଡିଜେଲ ରେଟ୍ , ଜାଣନ୍ତୁ ଆଜିର ନୂଆ ଦର ?


ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ  ଏକ ଟୁରିଷ୍ଟ ବସରେ ୬୦ ଜଣ ଯାତ୍ରୀ ବୃନ୍ଦାବନରୁ ଦର୍ଶନ ସାରି ପଞ୍ଜାବ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ ବସଟି ହରିୟାଣାର ନୁହ ଜିଲ୍ଲାରେ କୁଣ୍ତଲୀ ମାନେସର ପଲଓ୍ବାର ଏକ୍ସପ୍ରେସ୍ ଓ୍ବେରେ ପହଞ୍ଚିବା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା। କ୍ଷଣିକ ମଧ୍ୟରେ ବସଟି ହୁତୁ ହୁତୁ ହୋଇ ଜଳି ଉଠିଥିଲା। ଫଳରେ ଘଟଣାସ୍ଥଳରେ ୮ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ଏବଂ ୨୪ ଜଣ ପୋଡି ଗୁରୁତର ଆହତ ହୋଇଛନ୍ତି । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। 


ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏବଂ ଜଳୁଥିବା ବସ୍ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ। ଏବଂ ମୃତଦେହ ଉଦ୍ଧାର କରି ପୋଷ୍ଟ ମଟମ୍ ପାଇଁ ପଠାଯାଇଛି। ତେବେ, କେଉଁ ପରିସ୍ଥିତିରେ ବସ୍ ରେ ନିଆଁ ଲାଗିଲା ତାହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ବସରେ ଥିବା ସମସ୍ତ ଯାତ୍ରୀଙ୍କ ସଂଖ୍ୟା ୬୦ ହେବ। ଏବଂ ସମସ୍ତଙ୍କ ଘର  ପଞ୍ଜାବରେ ହୋଇଥିବା ଜଣାପଡିଛି।