କ୍ଷମତା ପାଇଁ ତାଲିବାନ ଓ ହକ୍କାନି ନେଟୱାର୍କ ମଧ୍ୟରେ ସଂଘର୍ଷ, ଆହତ ହେଲା ମୁଲ୍ଲା ବରାଦର
ହକ୍କାନି ନେଟୱାର୍କ (Haqqani networ) ସରକାରରେ ଅଧିକ ଅଂଶୀଦାର ସହ ପ୍ରତିରକ୍ଷା ମନ୍ତ୍ରୀର ପଦ ଦାବି କରୁଛି, ସେପଟେ ତାଲିବାନ (Taliban) ଏତେ କିଛି ଦେବାକୁ ପ୍ରସ୍ତୁତ ନୁହେଁ । ଏହି କାରଣରୁ ଏପର୍ଯ୍ୟନ୍ତ ସରକାର ଗଠନକୁ ନେଇ ଉଭୟଙ୍କ ମଧ୍ୟରେ କୌଣସି ସହମତ ହୋଇପାରି ନାହିଁ । ଏହି ସମୟରେ ହକ୍କାନି ଓ ବରାଦର (Abdul Ghani Baradar) ଦଳ ମଧ୍ୟରେ ସଂଘର୍ଷ ଘଟିଥିବାର ଖବର ସାମ୍ନକୁ ଆସୁଛି ।
କାବୁଲ: Taliban take over Afghanistan: ଆଫଗାନିସ୍ତାନ (Afghanistan) ତାଲିବାନ (Taliban) ଦଖଲକୁ ଆସିସାରିଛି କିନ୍ତୁ ସଂଗଠନ ଭିତରେ ଥିବା ମତଭେଦକୁ ରୋକିବାରେ ସଫଳ ହୋଇପାରୁ ନାହିଁ । ତାଲିବାନର ନେତା ମୁଲ୍ଲା ବରାଦର (Abdul Ghani Baradar) ଓ ମୁଲ୍ଲା ୟାକୋବ (Mullah Yacoub) ଏବଂ ହକ୍କାନି ନେଟୱାର୍କ (Haqqani network) ର ନେତା ଅନାସ ହକ୍କାନୀ (Anas Haqqani) ଓ ଖଲିଲ ହକ୍କାନୀ (Khalil Haqqani) ମଧ୍ୟରେ ସଂଘର୍ଷ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ବର୍ତ୍ତମାନ ରିପୋର୍ଟରେ ଦାବି କରାଯାଇଛି ଯେ ଏହି ଲଢ଼େଇ ସମୟରେ ହକ୍କାନି ନେଟୱାର୍କ ଦ୍ୱାରା ଗୁଳି ଚଳାଯାଇଥିଲା, ଯେଉଁଥିରେ ବରାଦର ଆହତ ହୋଇଛି ।
ବରାଦର ଆହତ
ହକ୍କାନି ନେଟୱାର୍କ (Haqqani networ) ସରକାରରେ ଅଧିକ ଅଂଶୀଦାର ସହ ପ୍ରତିରକ୍ଷା ମନ୍ତ୍ରୀର ପଦ ଦାବି କରୁଛି, ସେପଟେ ତାଲିବାନ (Taliban) ଏତେ କିଛି ଦେବାକୁ ପ୍ରସ୍ତୁତ ନୁହେଁ । ଏହି କାରଣରୁ ଏପର୍ଯ୍ୟନ୍ତ ସରକାର ଗଠନକୁ ନେଇ ଉଭୟଙ୍କ ମଧ୍ୟରେ କୌଣସି ସହମତ ହୋଇପାରି ନାହିଁ । ଏହି ସମୟରେ ହକ୍କାନି ଓ ବରାଦର (Abdul Ghani Baradar) ଦଳ ମଧ୍ୟରେ ସଂଘର୍ଷ ଘଟିଥିବାର ଖବର ସାମ୍ନକୁ ଆସୁଛି । ବର୍ତ୍ତମାନ ପଞ୍ଜଶିର (Panjshir) ପର୍ଯ୍ୟବେକ୍ଷକ ଓ NFR ର ରିପୋର୍ଟ ଅନୁଯାୟୀ, ଏହି ସଂଘର୍ଷରେ ଗୁଳି ଚାଳିଥିଲା ଯାହା ପରେ ବରାଦର ଆହତ ହୋଇଛି ।
ତେବେ ଉଭୟ ଦାବି ନିଶ୍ଚିତ ହୋଇପାରି ନାହିଁ । ରିପୋର୍ଟରେ ଦର୍ଶାଯାଇଛି ଯେ ବରାଦର ବର୍ତ୍ତମାନ ପାକିସ୍ତାନରେ ଚିକିତ୍ସିତ ହେଉଛନ୍ତି । ଏହି କାରଣରୁ ସରକାର ଗଠନ ଘୋଷଣାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ପୂର୍ବରୁ ଖବର ଆସିଥିଲା ଯେ ତାଲିବାନ ସରକାର ନେତୃତ୍ୱ ବରଦାର ନେବ ।
ପାକିସ୍ତାନର ଷଡଯନ୍ତ୍ର?
ଅନ୍ୟପକ୍ଷରେ, ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ତାଲିବାନ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦବୀ ହକ୍କାନି ନେଟୱାର୍କକୁ ମିଳୁ ବୋଲି ପାକିସ୍ତାନ ଚାହୁଁଛି । ଏହା ମାଧ୍ୟମରେ ସେ ଆଫଗାନିସ୍ତାନ ସେନାକୁ ପୁନଃ ଛିଡ଼ା କରିବାକୁ ଚାହୁଁଛି । ସିଏନ୍ଏନ୍-ନ୍ୟୁଜ୍ 18 ରିପୋର୍ଟରେ କୁହାଯାଇଛି ଯେ ଫୈଜଙ୍କ କାବୁଲରେ ପହଞ୍ଚିବା ପଛର ଏକ ପ୍ରମୁଖ କାରଣ ହେଉଛି ଯେ ସେ କ୍ୱେଟା ଶୁରାର ମୁଲ୍ଲା ୟାକୁବ, ମୁଲ୍ଲା ଅବଦୁଲ ଘାନି ବରାଦର ଏବଂ ହକ୍କାନି ନେଟୱାର୍କ ମଧ୍ୟରେ ଥିବା ମତଭେଦକୁ ଶେଷ କରିବାକୁ ଚାହୁଁଛନ୍ତି ।
ବରାଦର କିଏ?
ତାଲିବାନର ଦୁଇ ନମ୍ବର ନେତା ମୁଲ୍ଲା ବରାଦର ଓ ବର୍ତ୍ତମାନ ଦୋହାରେ ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ । ତାଙ୍କର ସମ୍ପୂର୍ଣ୍ଣ ନାମ ମୁଲ୍ଲା ଅବଦୁଲ ଘାନି ବରାଦର ଓ ପ୍ରାୟ ୨୦ ବର୍ଷ ପରେ ପ୍ରଥମ ଥର ପାଇଁ ଆଫଗାନିସ୍ତାନରେ ପହଞ୍ଚିଛି । ମୁଲ୍ଲା ବରାଦର ନିଜ ଭିଣେଇ ମୁଲ୍ଲା ଓମାରଙ୍କ ସହ ମିଶି ତାଲିବାନ ପ୍ରତିଷ୍ଠା କରିଥିଲା । ତାଲିବାନର ସହ-ପ୍ରତିଷ୍ଠାତା ତଥା ମୁଲ୍ଲା ଓମାରଙ୍କ ଜଣେ ବିଶ୍ୱସ୍ତ କମାଣ୍ଡର ମୁଲ୍ଲା ଅବଦୁଲ ଘାନି ବରାଦରକୁ ୨୦୧୦ ମସିହାରେ ପାକିସ୍ତାନର କରାଚିରେ ଗିରଫ କରାଯାଇଥିଲା । କିନ୍ତୁ, ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ଏବଂ ତାଲିବାନ ସହ ହୋଇଥିବା ଚୁକ୍ତି ପରେ ପାକିସ୍ତାନ ତାକୁ ୨୦୧୮ରେ ମୁକ୍ତ କରିଥିଲା ।
ଅଧିକ ପଢ଼ନ୍ତୁ:-ଆମେରିକା ଦେଲା ଚେତାବନୀ: ବାଗ୍ରାମ ଏୟାରବେସକୁ ଅକ୍ତିଆର କରିବାକୁ ଚାହୁଁଛି ଚୀନ, ଭାରତ ବିରୋଧରେ ପାକିସ୍ତାନ କରିବ ବ୍ୟବହାର
ଅଧିକ ପଢ଼ନ୍ତୁ:-ଜାଣନ୍ତୁ ତାଲିବାନର ନେତୃତ୍ୱ ବିଷୟରେ, ବର୍ତ୍ତମାନ କାହା ପାଖରେ ରହିଛି କେଉଁ ଦାୟିତ୍ୱ...
ଅଧିକ ପଢ଼ନ୍ତୁ:-କିଏ ହେବ ତାଲିବାନ ସରକାରର ମୁଖ୍ୟ? ରେସରେ ସବୁଠାରୁ ଆଗରେ ରହିଛି ଏହି ନାଁ
ଅଧିକ ପଢ଼ନ୍ତୁ:-ତାଲିବାନକୁ ଠକି ଦେଲା ଆମେରିକା!