ପୂର୍ବତନ ତାଲିବାନ ମୁଖ୍ୟ ମୁଲ୍ଲା ଓମାର (Mullah Omar) ଙ୍କ ଅତି ନିକଟତମ ମନେ କରାଯାଉଥିବା ବରଦାରଙ୍କ ସ୍ଥିତି ଲଗାତର ମଜଭୁତ ହେବାରେ ଲାଗିଛି । ନିକଟ ଅତୀତରେ କ୍ଷମତା ପରିବର୍ତ୍ତନ ମଧ୍ୟରେ ଚୀନ୍ ନେତାମାନଙ୍କୁ ଭେଟିବା ପାଇଁ ବରାଦ ମଧ୍ୟ ବେଜିଂ ଯାଇଥିଲେ । ୧୯୭୮ରେ ଯେତେବେଳେ ତାଲିବାନ ସୋଭିଏତ୍ ବିରୁଦ୍ଧରେ ଗୋରିଲା ଯୁଦ୍ଧ ଆରମ୍ଭ କରିଥିଲା, ସେତେବେଳେ ବରାଦର ଏଥିରେ ସକ୍ରିୟ ଥିଲେ । ସୋଭିଏତ୍ ସୈନ୍ୟ ପ୍ରତ୍ୟାହାର ପରେ ବରଦାରଙ୍କ ସ୍ଥିତି ବୃଦ୍ଧି ପାଇଥିଲା । ସେ ମୁଲ୍ଲା ଓମାରଙ୍କ ସହ ଅନେକ ମଦ୍ରାସା ନିର୍ମାଣ କରିଥିଲେ ଯେଉଁଠାରେ ତାଲିବାନ ଆତଙ୍କୀଙ୍କୁ ପ୍ରସ୍ତୁତ କରାଯାଇଥିଲା ।
Trending Photos
କାବୁଲ: ତାଲିବାନ (Taliban) ଆଫଗାନିସ୍ତାନ (Afghanistan) ଦଖଲ କରିବା ପରେ ଆଜି (ସେପ୍ଟେମ୍ୱର ୩) ସରକାରକୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇପାରେ । ଆଫଗାନୀ ସୂତ୍ର ଅନୁଯାୟୀ ଶୁକ୍ରବାର ନମାଜ ପରେ କାବୁଲରେ ନୂତନ ସରକାର ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେବ । ତାଲିବାନ କାବୁଲ (Kabul) ରେ ଇରାନ (Iran) ପରି ଏକ ନୂତନ ସରକାର ଗଠନ କରିବାକୁ ନେଇ ଘୋଷଣା କରିବାକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି । ତାଲିବାନର ସବୁଠାରୁ ବଡ ଧାର୍ମିକ ନେତା ମୁଲ୍ଲା ହୈବାତୁଲ୍ଲା ଅଖୁନଜାଦାଙ୍କୁ ଆଫଗାନିସ୍ତାନର ସର୍ବୋଚ୍ଚ ନେତା କରାଯିବ ।
ଇରାନ ପରି ଆଫଗାନିସ୍ତାନରେ ଗଠନ ହେବ ସରକାର!
ନୂତନ ସରକାରରେ ୬୦ ବର୍ଷୀୟ ମୁଲ୍ଲା ହୈବାତୁଲ୍ଲା ଅଖୁନଜାଦା ତାଲିବାନ ସରକାରର ସର୍ବୋଚ୍ଚ ନେତା ହେବେ । ଇରାନର ନେତୃତ୍ୱ ପରି ଏହି ବ୍ୟବସ୍ଥା କରାଯିବ, ଯେଉଁଠାରେ ସର୍ବୋଚ୍ଚ ନେତା ଦେଶର ସର୍ବବୃହତ ରାଜନୈତିକ ଓ ଧାର୍ମିକ ପ୍ରାଧିକରଣ ଅଟନ୍ତି । ତାଙ୍କର ସ୍ଥିତି ରାଷ୍ଟ୍ରପତିଙ୍କଠାରୁ ଉପରେ ହୋଇଥାଏ ଓ ସେ ସେନା, ସରକାର ଏବଂ ନ୍ୟାୟିକ ବ୍ୟବସ୍ଥାର ମୁଖ୍ୟମାନଙ୍କୁ ନିଯୁକ୍ତ କରନ୍ତି । ଦେଶର ରାଜନୈତିକ, ଧାର୍ମିକ ଏବଂ ସାମରିକ କାର୍ଯ୍ୟରେ ସର୍ବୋଚ୍ଚ ନେତାଙ୍କ ନିଷ୍ପତ୍ତି ଚୂଡାନ୍ତ ଅଟେ ।
ତାଲିବାନର ବର୍ତ୍ତମାନର ୫ ବଡ଼ ଚେହେରା ବିଷୟରେ ଜାଣି ନିଅନ୍ତୁ
୧. ହୈବାତୁଲ୍ଲା ଅଖୁନଜାଦା (Haibatullah Akhunzada)
୨୦୧୬ ଠାରୁ ତାଲିବାନର ପ୍ରମୁଖ ଦାୟିତ୍ୱରେ ରହିଛି ।
୨. ମୁଲ୍ଲା ଅବଦୁଲ ଘାନି ବରାଦର (Mulla Abdul Ghani Baradar)
ତାଲିବାନର ପ୍ରତିଷ୍ଠାତା ସଦସ୍ୟ
୩. ମୁଲ୍ଲା ମହମ୍ମଦ ୟାକୋବ (Mulla Mohammad Yacob)
ଡେପୁଟି ଚିଫ୍, ତାଲିବାନ
ମୁଲ୍ଲା ଓମାରଙ୍କ ପୁଅ
୪. ସିରାଜୁଦ୍ଦିନ ହକ୍କାନି (Sirajuddin Haqqani)
ଡେପୁଟି ଚିଫ୍, ତାଲିବାନ
ହକ୍କାନି ନେଟୱାର୍କର ମୁଖ୍ୟ
୫. ଅବଦୁଲ ହାକିମ ହକ୍କାନି (Abdul Hakim Haqqani)
ବାର୍ତ୍ତା ଦଳର ମୁଖ୍ୟ
ଆଫଗାନିସ୍ତାନ ଦଖଲ ପରେ ବରାଦରର ସ୍ଥିତି ସବୁଠାରୁ ଅଧିକ ମଜଭୁତ
ଯଦିଓ ଏହି ପାଞ୍ଚଟି ବଡ ଚେହେରା ରହିଛି, କିନ୍ତୁ କାବୁଲକୁ ଦଖଲ କରିବା ପରେ ବରାଦରଙ୍କ ସ୍ଥିତି ସବୁଠୁ ଅଧିକ ମଜଭୁତ ହୋଇଛି । ଆଫଗାନିସ୍ତାନ ଦଖଲ ପରେ ତାଲିବାନ ଆତଙ୍କୀକୁ ଦେଇଥିବା ବାର୍ତ୍ତାରେ ବରାଦର କହିଛି ଯେ, "ଆମେ ଅସମ୍ଭବ ଦେଖାଯାଉଥିବା ଏକ ବିଜୟ ହାସଲ କରିଛୁ । ବର୍ତ୍ତମାନ ଆମକୁ ଆଲ୍ଲାହାଙ୍କ ଆଦେଶ ଅନୁଯାୟୀ ନରମ ହୃଦୟ ସହ କାର୍ଯ୍ୟ କରିବାକୁ ପଡିବ । ଏହା ଆମ ପାଇଁ ପରୀକ୍ଷାର ସମୟ । ବର୍ତ୍ତମାନ ଏହା ଆମର ଦାୟିତ୍ୱ ଯେ ଆମେ କିପରି ଲୋକମାନଙ୍କୁ ସେବା କରିବୁ ଓ ଆମେ ସେମାନଙ୍କୁ କିପରି ସୁରକ୍ଷା ଦେବୁ । ଲୋକଙ୍କ ଉନ୍ନତ ଜୀବନ ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରିବୁ ।"
ପୂର୍ବତନ ତାଲିବାନ ମୁଖ୍ୟ ମୁଲ୍ଲା ଓମାର (Mullah Omar) ଙ୍କ ଅତି ନିକଟତମ ମନେ କରାଯାଉଥିବା ବରଦାରଙ୍କ ସ୍ଥିତି ଲଗାତର ମଜଭୁତ ହେବାରେ ଲାଗିଛି । ନିକଟ ଅତୀତରେ କ୍ଷମତା ପରିବର୍ତ୍ତନ ମଧ୍ୟରେ ଚୀନ୍ ନେତାମାନଙ୍କୁ ଭେଟିବା ପାଇଁ ବରାଦ ମଧ୍ୟ ବେଜିଂ ଯାଇଥିଲେ । ୧୯୭୮ରେ ଯେତେବେଳେ ତାଲିବାନ ସୋଭିଏତ୍ ବିରୁଦ୍ଧରେ ଗୋରିଲା ଯୁଦ୍ଧ ଆରମ୍ଭ କରିଥିଲା, ସେତେବେଳେ ବରାଦର ଏଥିରେ ସକ୍ରିୟ ଥିଲେ । ସୋଭିଏତ୍ ସୈନ୍ୟ ପ୍ରତ୍ୟାହାର ପରେ ବରଦାରଙ୍କ ସ୍ଥିତି ବୃଦ୍ଧି ପାଇଥିଲା । ସେ ମୁଲ୍ଲା ଓମାରଙ୍କ ସହ ଅନେକ ମଦ୍ରାସା ନିର୍ମାଣ କରିଥିଲେ ଯେଉଁଠାରେ ତାଲିବାନ ଆତଙ୍କୀଙ୍କୁ ପ୍ରସ୍ତୁତ କରାଯାଇଥିଲା ।
୧୯୯୬ରେ ଆଫଗାନିସ୍ତାନରେ ତାଲିବାନ ସରକାର ଗଠନରେ ମଧ୍ୟ ବରଦାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ୨୦୦୧ରେ ଆମେରିକାର ଆକ୍ରମଣ ପରେ ବରଦାରଙ୍କୁ ପଳାୟନ କରିବାକୁ ପଡିଥିଲା । ୨୦୧୦ରେ ବରଦାରଙ୍କୁ କରାଚିରୁ ଗିରଫ କରାଯାଇଥିଲା । କିନ୍ତୁ ଶାନ୍ତି ଆଲୋଚନା ପାଇଁ ୨୦୧୮ରେ ବରଦାରଙ୍କୁ ମୁକ୍ତ କରିବାକୁ ପଡିଲା । ଏହା ବ୍ୟତୀତ ତାଲିବାନକୁ ଆର୍ଥିକ ଦୃଷ୍ଟିରୁ ଦୃଢ଼ କରିବା ପଛରେ ବରଦାର ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ମନେ କରାଯାଏ ।
ଅଧିକ ପଢ଼ନ୍ତୁ:-ତାଲିବାନକୁ ଠକି ଦେଲା ଆମେରିକା!
ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍
ଅଧିକ ପଢ଼ନ୍ତୁ:-ଗିଲାନିଙ୍କ ମୃତ୍ୟୁକୁ ନେଇ ବିଷ ଓଗାଳିଲେ ଇମ୍ରାନ ଖାନ, ଜାତୀୟ ପତାକାକୁ ଅର୍ଦ୍ଧ ନିମିତ୍ତ କଲା ପାକିସ୍ତାନ
ଅଧିକ ପଢ଼ନ୍ତୁ:-ଭାରତ ପ୍ରସଙ୍ଗରେ ପାକିସ୍ତାନକୁ ବଡ଼ ଝଟକା ଦେଲା ତାଲିବାନ
ଅଧିକ ପଢ଼ନ୍ତୁ:-ଦେଶରେ ବଢ଼ିଲା କୋରୋନା ସଙ୍କଟ: ଦିନକରେ ଚିହ୍ନଟ ହେଲା ୪୭ ହଜାରରୁ ଉର୍ଦ୍ଧ୍ୱ ମାମଲା, ଆଖି ବୁଜିଲେ ଏତିକି ସଂକ୍ରମିତ