ଅମିତ ମହାନ୍ତି,ନୂଆଦିଲ୍ଲୀ: ସମ୍ମୁଖ ନୁହେଁ ଏଣିକି ଶତ୍ରୁପକ୍ଷ ସହ ଛାୟାଯୁଦ୍ଧ (Proxy War)ଲଢିବାକୁ ଯୋଜନା କରିଛି ବିସ୍ତାରବାଦୀ ଚୀନ। ବର୍ତ୍ତମାନ ସମୟରେ ସାମ୍ନା ପଟରୁ ମୁକାବିଲା କରିବା ପାଇଁ ବଳ ଜୁଟାଇ ପାରୁନାହାଁନ୍ତି ଚୀନ ରାଷ୍ଟ୍ରପତି (Chinese President)ସି ଜିନପିଙ୍ଗ (Xi Jinping)।  


COMMERCIAL BREAK
SCROLL TO CONTINUE READING

ଫମ୍ପା ମାଠିଆର ଶବ୍ଦ ବେଶୀ ଭଳି ସୀମାନ୍ତରେ ଦମ୍ ଦେଖାଉଥିବା ଚୀନ ସୈନ୍ୟ କୁଆଡେ ଅସଲ ଜୀବନରେ ଭୟାଳୁ ସ୍ୱଭାବର। ହେଲେ ଏହା ସତ କଥା ସୀମାରେ ଯୁଦ୍ଧ ଲଢିବା ପାଇଁ କଥା ଉଠିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପଛଘୁଞ୍ଚା ଦେଇଥାନ୍ତି। ଏପରିକି ଗୋଳାବାରୁଦ, ଅସ୍ତ୍ରଶସ୍ତ୍ର ଯେତେ ଥିଲେ ମଧ୍ୟ ଭାରତୀୟ ସେନା (Indian Army)ନିକଟରେ ଅତ୍ୟାଧୁନିକ ଅସ୍ତ୍ର ଦେଖି ସେମାନଙ୍କ ମନରେ ଆତଙ୍କ ଖେଳିଯାଇଥାଏ। 


ହେଲେ ବିଗତ କିଛି ଦିନ ହେବେ ଚୀନ୍ ସେନା (Chinese Army)ଏମିତି ଅନେକ ଭିଡିଓ ତିଆରି କରି କାହିଁକି ପିପୁଲ୍ସ ଲିବରେସନ ଆର୍ମୀ-ପିଏଲଏ (PLA-Peoples Liberation Army)ଯବାନଙ୍କୁ କାହିଁକି ପରାକ୍ରମୀ ବୋଲି ଦର୍ଶାଉଛି। ଏହି ପ୍ରଶ୍ନର ଉତ୍ତର କିଛି ନାହିଁ କାରଣ ରାଷ୍ଟ୍ରପତି ଜିନପିଙ୍ଗ ପ୍ରଚାରଧର୍ମୀ ଭିଡିଓ (Propaganda Video) ପ୍ରସ୍ତୁତ କରି ଚୀନୀ ସେନାର ତଥାକଥିତ ସାମର୍ଥ୍ୟକୁ ବିଶ୍ୱ ସମୁଦାୟ ଆଗରେ ପ୍ରର୍ଦଶନ କରୁଛନ୍ତି। ଏମିତି ଅନେକ ପିଏଲଏ ସହ ଜଡିତ ଏପରି ଅନେକ ଭିଡିଓ ରହିଛି ଯାହା ହଲିଉଡ ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଥିବା ଦୃଶ୍ୟ ଆଧାରରେ ଦର୍ଶାଯାଇଛି।


ଫମ୍ପା ଧମକ ତଥା ପ୍ରଚାରଧର୍ମୀ ଭିଡିଓ ମାଧ୍ୟମରେ ବିଶ୍ୱକୁ ନିଜ ନିୟନ୍ତ୍ରଣକୁ ନେବା ଲାଗି ଚେଷ୍ଟା କରୁଥିବା ଚୀନୀ ସେନା ମୁଖିଆ ଜିନପିଙ୍ଗଙ୍କ ଗୁମର ଖୋଲିସାରିଛି। ପୂର୍ବ ଲଦାଖର ଗଲୱାନ ଉପତ୍ୟାକାରେ ମୁହଁତୋଡ ଜବାବ ମିଳିବା ପରେ ଚୀନ୍ ସେନା ଏବେ ଏହା ଦେଖାଇବାକୁ ପ୍ରୟାସ କରୁଛି ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବିଯୁକ୍ତ ୪୦ ଡିଗ୍ରୀ ତାପମାତ୍ରାରେ (-40 Degree Celcious)ତିଷ୍ଠି ରହିବାକୁ ପିଏଲଏ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିନେଇଛି। ହେଲେ ପ୍ରକୃତ କଥା ହେଉଛି ଚୀନ ସେନା ଯେଉଁ ବୀରତ୍ୱ ଦେଖାଉଛି ତାହା ମହାକାଳ ଫଳ ଭଳି। ଅର୍ଥାତ ବାହାରୁ ମଜବୁତ ଦେଖାଯାଉଥିଲେ ଭିତରୁ ସେତେ ଶକ୍ତିଶାଳୀ ନୁହଁନ୍ତି ପିଏଲଏ ଯବାନ।


ପୂର୍ବ ଲଦାଖରେ ଭାରତୀୟ ସେନାର ପରାକ୍ରମ ଦେଖି ଡ୍ରାଗନ ଆର୍ମୀ (Dragon Army)ଭାବେ ପରିଚିତ ଚୀନୀ ସେନା ଭୟଭୀତ ହୋଇଯାଇଛି। ଲଦାଖ ଉପତ୍ୟାକାରେ ହୋଇଥିବା ସଂଘର୍ଷରେ ୬୦ ସୈନିକଙ୍କୁ ହରାଇଛି ଚୀନ। ଭାରତୀୟ ଯବାନଙ୍କ ପ୍ରତି ଆକ୍ରମଣରେ ମୋଟ କେତେ ଜଣ ପିଏଲଏ ଯବାନ ପ୍ରାଣ ହରାଇଛନ୍ତି ତାହା ଚୀନ ସରକାରଙ୍କୁ ଜଣା ପଡୁନାହିଁ। ଏହାର ଜବାବ ଦେବାକୁ ଚୀନ ଅନେକ ଥର ଚେଷ୍ଟା କରି ମଧ୍ୟ ସଫଳ ହୋଇନାହିଁ। ଜମିରୁ ଆକାଶ ପର୍ଯ୍ୟନ୍ତ ଭାରତ ସବୁଠି ନିଜର ଆସ୍ଥାନ ଜମାଇ ବସିଛି। ଭାରତର ସାମରିକ ପ୍ରସ୍ତୁତି ଦେଖି ଚୀନ ରାଷ୍ଟ୍ରପତି ଜିନପିଙ୍ଗ ବୁଝିସାରିଛନ୍ତି ଲଦାଖ ଅଞ୍ଚଳରେ ପିଏଲଏ ସେନା ଆଗକୁ ଗୋଟିଏ ଇଞ୍ଚ୍ ବଢେ ତାହେଲେ ଏହା ତାଙ୍କ ପାଇଁ ବେଶ ବିପଦ ସୃଷ୍ଟି କରିବ।


ଦକ୍ଷିଣ ଚୀନ ସାଗର (South Chian Sea)ଅଞ୍ଚଳରେ ଚୀନ୍-ତାଇୱାନ ମଧ୍ୟରେ ସାମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇସାରିଛି। ଏପରିକି ଚୀନ ଭିଡିଓ ଜାରି କରି ପ୍ରତିଦ୍ୱନ୍ଦୀ ତାଇୱାନ ସହ ବିଶ୍ୱକୁ ଜଣାଇ ଦେଇଛି ଚୀନୀ ସେନା ଜଳ ଭାଗରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛନ୍ତି। 


Also Read:ଡ୍ରାଗନ ହୋଇପଡିଛି ଭୟଭୀତ, ଅକ୍ସାଇ ଚୀନ ଦଖଲ କରିନେବ ଭାରତ!


ତାଇୱାନ ନିକଟବର୍ତ୍ତୀ ସୀମାନ୍ତ ଅଞ୍ଚଳରେ ଡିଏଫ-୧୭ ହାଇପରସୋନିକ୍ ମିସାଇଲ (DF-17 Hypersonic Missile)ମୁତୟନ କରିସାରିଛି। ଏହା ଛଡ଼ା ଋଷିଆ (Russia) ଠାରୁ ମିଳିଥିବା ଏୟାର ଡିଫେନ୍ସ ସିଷ୍ଟମ ଏସ-୪୦୦ (S-400 Missile Defense System)ମଧ୍ୟ ମୁତୟନ କରିଛି। ଏହା ମାଧ୍ୟମରେ ଶତ୍ରୁ ପକ୍ଷର ମିସାଇଲକୁ ଧ୍ୱଂସ କରିବାକୁ ସକ୍ଷମ ବୋଲି ଦର୍ଶାଇବାକୁ ହେଲେ। 


ବାସ୍ତବତା ପରିବର୍ତ୍ତେ ପ୍ରଚାର ଧର୍ମୀ ଭିଡିଓ ମାଧ୍ୟମରେ ନିଜର ଶକ୍ତି ଦେଖାଉଥିବା ଚୀନ ସେନା ଏତେ ଡରୁଆ ଯେ ସେମାନେ ଯୁଦ୍ଧ କଥା ଶୁଣିଲେ ଡର ଭୟରେ ଅସ୍ତବ୍ୟସ୍ତ ହୋଇପଡନ୍ତି। ଯୁଦ୍ଧ କଥା ଶୁଣିବା ମାତ୍ରେ ସେମାନେ ଥରଉଠନ୍ତି। ଜିନପିଙ୍ଗଙ୍କ ନେତୃତ୍ୱାଧିନ ଚୀନ ସେନା ଯୁଦ୍ଧ ଲଢିବା ପରିବର୍ତ୍ତୀ ଚଳଚ୍ଚିତ୍ର ଦୃଶ୍ୟ ଭଳି ନିଜର ପ୍ରଚାରଧର୍ମୀ ଭିଡିଓ ପ୍ରସ୍ତୁତ କରେ। ପିଏଲଏ ସେନାରେ ପ୍ରକୃତ ସୈନିକଙ୍କ ପରିବର୍ତ୍ତେ  ଏଡିଟର୍ସ, କ୍ୟାମେରାମ୍ୟାନ୍, ମ୍ୟୁଜିସିଅନ୍ ଆଦି ଲୋକଙ୍କୁ ନେଇ ଏକ ରିଲ ଆର୍ମୀ (Reel Army)ରହିଛି।


Also Read: ଚୀନ ଛାତିରେ ଛନକା! LACରେ ମୁତୟନ ହେଲେ ମାର୍କୋସ୍ କମାଣ୍ଡୋ


 


ରାଷ୍ଟ୍ରପତି ଜିନପିଙ୍ଗ ଚୀନ ସେନାରେ ସୈନ୍ୟ ଅପେକ୍ଷା ଫିଲ୍ମ ଦୁନିଆ ସହ ଜଡିତ ଲୋକଙ୍କୁ ଭର୍ତ୍ତି କରି ରଖିଛନ୍ତି। କାରଣ ଏହାର ଏକ ମାତ୍ର ଉଦ୍ଦେଶ୍ୟ ହେଉଛି ପିଏଲଏ ସୈନିକଙ୍କୁ ବେଶ ସୁନ୍ଦର ଭାବେ ପ୍ରଦର୍ଶିତ କରିବା। ପ୍ରଚାର ଧର୍ମୀ ଭିଡିଓରେ ସେ ଜଣାଇବାକୁ ଚାହୁଁଛନ୍ତି ଚୀନ ସେନା ଆକ୍ସନ୍ ଫିଲ୍ମ ଭଳି ଲଢେଇ କରିବା ଜାଣିଛି। ନିଜ ବିସ୍ତାରବାଦୀ ଏଜେଣ୍ଡା ପାଇଁ ଚୀନ ଅନ୍ୟ ଦେଶ ଉପରେ ଚାପ ସୃଷ୍ଟି କରିବା ଏବଂ ନିଜ ନାଗରିକଙ୍କୁ ସାନ୍ତ୍ୱନା ଦେବା ପାଇଁ ଅନେକ ଥର ଏପରି ଭିଡିଓ ଜାରି କରିଛି। ଏପରିକି ଭାରତ ବିରୋଧରେ ମଧ୍ୟ ଚୀନ ଅନେକ ଥର ସମରଭ୍ୟାସ ଭିଡିଓ ଜାରି କରିଛି ହେଲେ ସବୁଥର ଏହା ପଛରେ ରହିଥିବା ରହସ୍ୟ ଖୋଲିଯାଇଛି।


ଚୀନ ବାୟୁସେନା ପାଇଁ ତିଆରି ହୋଇଥିବା ଏଭଳି ଧରଣର ଭିଡିଓରେ ପିଏଲଏ ଆମେରିକୀୟ ସୈନ୍ୟ ଆଡ୍ଡା ଉପର ବୋମାବର୍ଷଣ କରୁଥିବା ଦେଖିବାକୁ ମିଳିଛି। ଯାହା ଏକ ହଲିଉଡ ଆକ୍ସନ ଫିଲ୍ମ ଆଧାରରେ ନିର୍ମାଣ କରାଯାଇଛି। ଏହି ଭିଡିଓରେ ପିଏଲଏ ବାୟୁସେନା ଆମେରିକାର ଗୁଆମ ଦ୍ୱୀପରେ ଆକ୍ରମଣ କରୁଥିବାର ଦେଖିବାକୁ ମିଳିଛି।


Also Read:ଜଳ ସ୍ଥଳ ପରେ ଏବେ ଆକାଶ; ଏଣିକି ଚୀନକୁ ଧୂଆଁଧାର ଜବାବ ଦେବ ଭାରତ


ବିଶ୍ୱକୁ ଡରାଇବାକୁ ଚେଷ୍ଟା କରୁଥିବା ଚୀନର ଅନ୍ତରୀଣ ଶକ୍ତି ଫମ୍ପା ହେବାରେ ଲାଗିଛି। ଏପରିକି ଦେଶରେ ଦୁର୍ଭିକ୍ଷ ସ୍ଥିତି ଉପୁଜିଲାଣି। ରାଷ୍ଟ୍ରପତି ଜିନପିଙ୍ଗ ନିଜେ ଏହାର ଖୁଲାସା କରିବା ସହ ଗତ ଅଗଷ୍ଟରେ Clean Your Plate ଅଭିଯାନ ଆରମ୍ଭ କଲେ। ଖାଦ୍ୟ ସଙ୍କଟର ସାମ୍ନା କରୁଥିବା ଚୀନ ଏ ପ୍ରସଙ୍ଗରୁ ଦେଶବାସୀଙ୍କ ଧ୍ୟାନ ହଟାଇବାକୁ ଭାରତକୁ ବିରୋଧି ଲୋକ ଦେଖାଣିଆ କାମ କରିବାରେ ଲାଗିଛି। କେବଳ ଏତିକି ନୁହେଁ, ଦକ୍ଷିଣ ଚୀନ ସାଗରରେ ଏପ୍ରିଲରୁ ଅଗଷ୍ଟ ଯାଏ ପ୍ରାୟ ୫ ଥର ଯୁଦ୍ଧାଭ୍ୟାସ କରିସାରିଛି। ଚୀନର କ୍ଷମତାସୀନ ଶାସକ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ପ୍ରୟାସ ଚାଲିଛି ଦେଶବାସୀଙ୍କ ନଜର ଦେଶଭକ୍ତି ଉପରେ ରହୁ।


ଏହା ପ୍ରଥମ ଥର ନୁହେଁ ଯେ ଚୀନ ଖାଦ୍ୟ ସଙ୍କଟରୁ ଧ୍ୟାନ ହଟାଇବା ପାଇଁ ଭାରତ ସହ ସୀମା ବିବାଦ ବୃଦ୍ଧି କରୁଛି। ୧୯୬୨ ମସିହାରେ ଯେତେବେଳେ ଚୀନରେ ଦୁର୍ଭିକ୍ଷ ପଡ଼ିଥିଲା, ସେହି ସମୟରେ ମଧ୍ୟ ଚୀନର ସୁପ୍ରିମ ଲିଡର୍ ମାଓ ସେତୁଙ୍ଗ୍ (Mao Tse Tung)ଭାରତ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲେ। ସେତେବେଳେ ଚୀନରେ ହଜାର ହଜାର ସଂଖ୍ୟାରେ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ତତ୍କାଳୀନ ଚୀନ ଶାସକଙ୍କ ବିରୁଦ୍ଧରେ ଗ୍ରେଟ ଲିପ ଫରୱାର୍ଡ ମୁଭମେଣ୍ଟ (Great Leap Forward Movement)ଅଭିଯାନ ଆରମ୍ଭ କରିଥିଲେ। ଆଉ ଏବେ ପୁଣି ଥରେ ଏହାର ପୁନରାବୃତ୍ତି  ଘଟିଛି।


Also Read: ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଛି ଚୀନ! ମୃତ୍ୟୁକୁ ଭୟ ନ କରିବାକୁ ସୈନ୍ୟଙ୍କୁ ପରାମର୍ଶ ଦେଲେ ଜିନପିଙ୍ଗ


 


କୋରୋନା ଭାଇରସ କାରଣରୁ ଖାଦ୍ୟ ସଙ୍କଟ ବଢିବାରେ ଲାଗିଛି। ରାଷ୍ଟ୍ରୟତ୍ତ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ଅନୁସାରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଖାଦ୍ୟ ସୁରକ୍ଷା ବୃଦ୍ଧି କରିବାକୁ ୨୦୧୩ ଭଳି ପୁଣି ସେହି ଅଭିଯାନ ଆରମ୍ଭ କରିଛନ୍ତି।ପାଶ୍ଚାତ୍ୟ ଗଣମାଧ୍ୟମ୍ୟ ରିପୋର୍ଟ ଅନୁସାରେ ଚୀନ ସରକାର ଏହି ଅଭିଯାନ ଜରିଆରେ ଦେଶର ଖାଦ୍ୟ ସମସ୍ୟା ଉପରୁ ଜନସାଧାରଣଙ୍କ ନଜର ହଟାଇବାକୁ ଚାହୁଁଛନ୍ତି। 


ଚୀନ ବର୍ତ୍ତମାନ ସମୟରେ ପଙ୍ଗପାଳ ଆତଙ୍କରେ ଆତଙ୍କିତ। ଦେଶର ଦକ୍ଷିଣ ଭାଗରେ ଥିବା ଫସଲ ଏହା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି। ଗୋଟିଏ ପଟେ ପଙ୍ଗପାଳ ଓ ଅନ୍ୟପଟେ ଭୀଷଣ ବନ୍ୟା କାରଣରୁ ଚୀନରେ ହଜାର ହଜାର ଏକର ଫସଲ ବର୍ବାଦ ହୋଇଯାଇଛି। ଚୀନ ଯେଉଁ ଅଞ୍ଚଳରେ ଅଧିକ ଫସଲ ଉତ୍ପାଦିତ ହୋଇଥାଏ ସେହି ଅଞ୍ଚଳ ଭୀଷଣ ବନ୍ୟାର ପ୍ରଭାବ ପଡିଥାଏ।


ସରକାରୀ ଗଣମାଧ୍ୟମ ଏହା ମଧ୍ୟ ଘୋଷଣା କରିଛି ଚଳିତ ବର୍ଷ ଧାନ ଫସଲ ମଧ୍ୟ ଅଧିକ ହୋଇଛି, ହେଲେ ଉତ୍ପାଦନ ବନ୍ୟା କାରଣରୁ ପ୍ରଭାବିତ ହୋଇଛି। ଜିନପିଙ୍ଗଙ୍କ ନୀତି କାରଣରୁ ଦେଶର ଅବସ୍ଥା ବେହାଲ ହୋଇପପଡିଛି। ସାଧାରଣ ଜନତା ବେଶ ହଇରାଣରେ ଚଳୁଛନ୍ତି। କୋରୋନା, ଆର୍ଥିକ ମାନ୍ଦାବସ୍ଥା, ବୃଦ୍ଧି ପାଉଥିବା ବେକାରୀ ସମସ୍ୟା ଆଉ ତା ପରେ ବନ୍ୟା ଆଉ ଏବେ ଖାଦ୍ୟ ସଙ୍କଟରେ ସାଧାରଣ ଜନତା କ୍ଷୁବ୍ଧ ହୋଇପଡିଛନ୍ତି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରୁ ଚୀନ ଲୋକଙ୍କ ଧ୍ୟାନ ହଟାଇବା ପାଇଁ  ଜିନପିଙ୍ଗ ଏଲଏସିରେ ଭାରତ ସହ ଯୁଦ୍ଧ ଲଢିବା ଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି।