ଡ୍ରାଗନ ହୋଇପଡିଛି ଭୟଭୀତ, ଅକ୍ସାଇ ଚୀନ ଦଖଲ କରିନେବ ଭାରତ!
Advertisement
Article Detail0/zeeodisha/odisha792585

ଡ୍ରାଗନ ହୋଇପଡିଛି ଭୟଭୀତ, ଅକ୍ସାଇ ଚୀନ ଦଖଲ କରିନେବ ଭାରତ!

ଭାରତ ଅକ୍ସାଇ ଚୀନ ଦଖଲ କରିବାକୁ ନେଇ ଭୟଭୀତ ହୋଇଉଠିଛି ଚୀନ।

ଡ୍ରାଗନ ହୋଇପଡିଛି ଭୟଭୀତ, ଅକ୍ସାଇ ଚୀନ ଦଖଲ କରିନେବ ଭାରତ!

ଅମିତ ମହାନ୍ତି, ନୂଆଦିଲ୍ଲୀ: ବିସ୍ତାରବାଦୀ ନୀତି କାରଣରୁ ବିଶ୍ୱ ସମୁଦାୟରେ ଏକଘରିଆ ହୋଇପଡିଥିବା ଚୀନ (China)ଅନ୍ୟ ଦେଶକୁ ଧୋକା ଦେବା ବ୍ୟତୀତ ଆଉ କିଛି ଜାଣିନାହିଁ। ଚାଲବାଜୀ କରୁଛି, ହେଲେ ସେପଟେ ଶାନ୍ତି ସ୍ଥାପନ କରିବା ପାଇଁ ଆଗକୁ ମାଡିଆସୁଛି। ଯେତେ ଛାଟିପିଟି ହେଲେ ମଧ୍ୟ ଭାରତୀୟ ସେନାର (Indian Army)ମନୋବଳକୁ ଭାଙ୍ଗି ପାରିବ ନାହିଁ। କାରଣ ଡ୍ରାଗନ (Dragon)ଅର୍ଥାତ ଚୀନକୁ ଭଲ ଭାବରେ ଜଣାଅଛି ହିମାଳୟର ଉଚ୍ଚ ସ୍ଥାନରେ ଚୀନୀ ସୈନିକ (Chinese Soldier)ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିବେ ନାହିଁ।

ପ୍ରକୃତ ନିୟନ୍ତ୍ରଣ ସୀମାରେଖା-ଏଲଏସି (LAC-Line of Actual Control)ଅଞ୍ଚଳରେ ନିଜର ଉପସ୍ଥିତିକୁ ମଜବୁତ କରିବା ପାଇଁ ସୈନ୍ୟବଳ ବଢାଇବାରେ ଲାଗିଛି ଚୀନ। କାରଣ  ଭାରତ ପୁଣି ଥରେ ଅକ୍ସାଇ ଚୀନ (Aksai China)ଅଞ୍ଚଳକୁ ଦଖଲ କରିନେବ ବୋଲି ଭୟ ଘାରୁଛି। ଏହାକୁ ନେଇ ଭୟଭୀତ ହେବା ସହ ଆକଙ୍କିତ ହୋଇଉଠିଛି ଡ୍ରାଗନ। 

ଲଦାଖ ପ୍ରସଙ୍ଗରେ ଭାରତ ଆକ୍ରତ୍ମଣାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରୁଛ। ପାକିସ୍ତାନ ଅଧିକୃତ କାଶ୍ମୀର-ପିଓକେ (POK-Pakistan Occupied Kashmir)ଅଞ୍ଚଳରେ  ଲଗାତାର ଗୋଳା ବାରୁଦ ଜରିଆରେ ଆତଙ୍କବାଦୀ ଏବଂ ପାକିସ୍ତାନୀ ସେନାକୁ ଜବାବ ଦେଉଛି। ସେଭଳି କୌଣସି ମୁହୂର୍ତ୍ତରେ ଅକ୍ସାଇ ଚୀନ ଦଖଲ ପାଇଁ ମଧ୍ୟ ଭାରତ ପଟୁ ହେବାକୁ ସାମ୍ଭାବ୍ୟ ଆକ୍ରମଣକୁ ଭୟଭୀତ ହୋଇଉଠିଛି ଚୀନ।

ଚୀନର ନିଦ ସେହି ଦିନ ଉଡ଼ିଯାଇଥିଲା ଯେବେ ଭାରତ ସରକାର ଜମ୍ମୁ କାଶ୍ମୀରୁକୁ ସ୍ୱତନ୍ତ୍ରତା ପ୍ରଦାନ କରୁଥିବା ୩୭୦ ଧାରା ହଟାଇ ଏହାକୁ ଦେଶର ଅନ୍ୟ ରାଜ୍ୟ ଭଳି ଗଠନ କରିଥିଲେ। କେନ୍ଦ୍ରରେ କ୍ଷମତାସୀନ  ମୋଦି ସରକାରଙ୍କ (PM Modi Govt)କଠୋର ନିଷ୍ପତ୍ତି ପରେ ଚୀନ ଚକିତ ହୋଇଉଠିଥିଲା। ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକସଭାରେ ସ୍ପଷ୍ଟ କରାଯାଇଥିଲା ଅକ୍ସାଇ ଚୀନ ଜମ୍ମୁ କାଶ୍ମୀର ଅଧିନରେ ଭାରତର ଅବିଚ୍ଛେଦ୍ୟ ଅଂଶ। ପିଓକେ ଭଳି ଏହି ଅଞ୍ଚଳ ପାଇଁ ମଧ୍ୟ ଜୀବନକୁ ବାଜି ଲଗାଇବାକୁ  ପ୍ରସ୍ତୁତ। 

ଗତ ଜୁନରେ ଲଦାଖର ଗଲୱାନ ଘାଟିରେ ଭାରତୀୟ ସୈନିକଙ୍କ ସହ ହୋଇଥିବା ସଂଘର୍ଷରେ ଚୀନ ସେନାକୁ ଦିଆଯାଇଥିବା ଜବାବରୁ ଏହା ସ୍ପଷ୍ଟ ହୋଇଥିଲା ଭାରତ ସରକାରଙ୍କ ଏପରି  ଆଭିମୁଖ୍ୟ ପରେ ପରିଣାମ କ'ଣ ହେବ? କେବଳ କୂଟନୈତିକ ଭାବେ ନୁହେଁ ବରଂ ସାମରିକ ସ୍ତରରେ ଚୀନକୁ ଅବଗତ କରାଇ ଦେଇଥିଲେ ୧୯୬୨ ମସିହାର ଭାରତ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛି। ଯଦି ବର୍ତ୍ତମାନ ସ୍ଥିତିରେ କୌଣସି ଆକ୍ରମଣ କରାଯାଏ ତାହେଲେ ଏପରି ଉତ୍ତର ଦିଆଯିବ ଯାହାକୁ ଚୀନ ଭୁଲିପାରିବ ନାହିଁ। 

 

ଭାରତ ପକ୍ଷରୁ ଏପରି ସ୍ପଷ୍ଟ ବାଣୀ ଶୁଣାଇ ଦିଆଯିବା ପରେ ଶତ୍ରୁପକ୍ଷ ଆହୁରି ଆତଙ୍କିତ ହୋଇପଡିଛି। ଭାରତକୁ ଜବାବ ଦେବା ଲାଗି ଗୋଟିଏ ପଟେ ବିଶ୍ୱକୁ ଦେଖାଇବା ପାଇଁ ଲଦାଖରେ ଚୀନ ପଛକୁ ହଟିଥିବା ବେଳେ ଏଲଏସି ସନ୍ନିକଟସ୍ଥ ଅଞ୍ଚଳ ଅରୁଣାଚଳ ପ୍ରଦେଶ,ସିକ୍କିମ ପୂର୍ବୋତ୍ତର ଭାରତୀୟ ଅଞ୍ଚଳରେ ସେନା ଗତିବିଧି ବଢିବାରେ ଲାଗିଛି। ଭାରତୀୟ ସେନାର ଶକ୍ତି ଏବଂ ସତର୍କତା ଦେଖିବା ପରେ ଚୀନ ସେନା କମାଣ୍ଡର ତଥା ରାଷ୍ଟ୍ରପିତ ଜିନପିଙ୍ଗ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।  

ଲଦାଖରେ ଯାହା ଘଟିଛି ତାହାକୁ ସମଗ୍ର ବିଶ୍ୱ ଦେଖିସାରିଛି। କେବଳ ସେନା ନୁହେଁ ଏଲଏସି ସନ୍ନିକଟସ୍ଥ ଭାରତୀୟ ଅଞ୍ଚଳରେ ଆନୁଷଙ୍ଗୀକ ଭିତ୍ତିଭୂମିକୁ ସଜାଡିବା ସହ ବିଭିନ୍ନ ସାମରିକ ଉପକରଣ ମହଜୁଦ ରଖିଛି  ଚୀନ। କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା ଡ୍ରାଗନ ବିଶ୍ୱ ସମୁଦାୟକୁ ଜଣାଇ ଦେବାକୁ ଚାହୁଁଛି।

 

ଚୀନ ପିପୁଲ୍ସ ଲିବରେସନ୍ ଆର୍ମି-ପିଏଲଏ (PLA-Peoples Liberation Army)ପକ୍ଷରୁ ଏଲଏସିରେ ଡେମଚକ୍ ଅଞ୍ଚଳରୁ ପ୍ରାୟ ୮୨ କିଲୋମିଟର ଦୂର ଶିଚେନକହ ଠାରେ ସେନା ବାହିନୀ ମୃତୟନ କରିଛି ଚୀନ। ଏଥିପାଇଁ ଗାଙ୍ଗୁସା ଏୟାରପୋର୍ଟର ବ୍ୟବହାର କରାଯାଉଛି। ସେପଟେ କେରିକ୍ ପାସ୍ ନିକଟରେ ଚୁରୁପ୍ ଗାଁରେ ରାସ୍ତା ତିଆରି କରୁଛି। ଅନ୍ୟପଟେ ନୂଆଁ କଣ୍ଟେନର ହାଉସିଂ ମଡେଲ୍ ମଧ୍ୟ ବାରାହୋତି ପାଖରେ ତୁଞ୍ଜୁମଲା ଠାରେ ସ୍ଥାପନ କରିସାରିଛି। 

ଶିଚେନକହ ଅଞ୍ଚଳରେ ଯେପରି ସୈନ୍ୟା ସଂଖ୍ୟାକୁ ବୃଦ୍ଧି କରାଯାଇଛି, ସେଥିରେ ଡେମଚକରୁ ନେଇ ବାରାହୋଟି ପର୍ଯ୍ୟନ୍ତ କୌଣସି ସାମଗ୍ରୀକୁ ସହଜରେ ପଠାଇ ହେବ। କେବଳ ଏତିକି ନୁହେଁ ପୂର୍ବ ସେକ୍ଟରରେ ନ୍ୟାଙ୍ଗଲୁରେ ନିଜ ଇଲେକ୍ଟ୍ରୋନିକ ୱାରଫେୟାର ୟୁନିଟ୍ (Electronics War Fare Unit)ସ୍ଥାପନ କରିଛି। ଯାହା ଅରୁଣାଚଳ ପ୍ରଦେଶ ସୀମାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଅବସ୍ଥିତ। 

ଏଲଏସି ଅଞ୍ଚଳରେ ଚୀନ ସେନାର ଯୁଦ୍ଧ ପ୍ରସ୍ତୁତି ଦେଖି ଭାରତ ବେଳହୁଁ ସତର୍କ ହୋଇଉଠିଛି। ଏପିରିକରି ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସାମରିକ ଭିତ୍ତିଭୂମିକୁ ବିକଶିତ କରିବା କାର୍ଯ୍ୟ ଜାରି ରହିଛି। ଭାରତୀୟ ସେନା କୌଣସି ପ୍ରକାରର ବିପଦ ପାଇଁ ପ୍ରସ୍ତୁତ ଅଛନ୍ତି। ଏଲଏସିକୁ ହିମାଳୟ ପାର୍ବତ୍ୟାଞ୍ଚଳରେ କେବଳ ସେନା ନୁହେଁ ବରଂ ଆଇଟିବି (ITBP)ଯବାନ ମଧ୍ୟ ଉପସ୍ଥିତ ଅଛନ୍ତି। ଏହା ହେଉଛି ସେହି ସେନା ଯେଉଁମାନେ ଇସାରା ମିଳିବା ମାତ୍ରେ କିଛି ଦିନ ମଧ୍ୟରେ ଅକ୍ସାଇ ଚୀନକୁ  ଚୀନି ସେନା କବଳରୁ ମୁକ୍ତ କରିଦେବେ। 

Also Read: ସ୍କୁଲ ନୁହେଁ ପାକିସ୍ତାନରେ ଚାଲୁଛି ଆତଙ୍କୀ ବିଶ୍ୱବିଦ୍ୟାଳୟ, ତାଲିମ ଦେଉଛନ୍ତି ମୌଲନା

ହେଲେ ଭାରତର ମୁକାବିଲା କରିବା ଲାଗି ପୂର୍ବରୁ ସଜାଗ ଥିବା ଡ୍ରାଗନ ସେନା ମଧ୍ୟ ପ୍ରସ୍ତୁତି କରି ରଖିଛି। ଚୀନ ଏଲଏସିରୁ ୪୭୫ କିଲୋମିଟର ଦୂର କାଶଗର୍ ବେସ୍ ଠାରେ ମିସାଇଲ (Missile)ପ୍ରସ୍ତୁତ କରି ରଖିଛି।ଅନ୍ୟପଟେ ଭାରତ ସୀମାରୁ ୧୧୨ କିଲୋମିଟର ଦୂର କେଙ୍ଗସିୱାର ଅଞ୍ଚଳରେ ସୈନ୍ୟ ଦଳ ସାମରିକ ସାଜସରଞ୍ଜାମ ପହଞ୍ଚିସାରିଛି। ସେପଟେ ସିକ୍କିମ ସେକ୍ଟରରେ ଶିଗୋସ୍ତେ ଏୟାରବେସରୁ ଡ୍ରୋନ ଉଡାଉଛି। ଲାହାସା ଏୟାରବେସ୍ ଠାରେ ସାମିରିକ ଉପସ୍ଥିତି କ୍ଷମତା ବଢାଯାଇଛି।

ସାମ୍ଭାବ୍ୟ ଯୁଦ୍ଧ ସ୍ଥିତିରେ ଚୀନ ଏହି ରଣନୀତି ପ୍ରସ୍ତୁତ କରିଛି ଯଦି ଭାରତ ଏଲଏସି ଅଞ୍ଚଳରେ ଅକ୍ସାଇ ଚୀନ ଦଖଲ କରିବା ପାଇଁ ଯୁଦ୍ଧ କରେ, ତାହେଲେ ପୂର୍ବ ଦିଗରେ ମଧ୍ୟ ସଂଘର୍ଷ କରିବାକୁ ପଡିବ। ଏପରିକି ପୂର୍ବୋତ୍ତର ଭାରତୀୟ ରାଜ୍ୟ ସିକ୍କିମ, ଅରୁଣାଚଳ ପ୍ରଦେଶ ସୀମାରେ ଉପସ୍ଥିତ ରହି ଭାରତ ଉପରେ ଚାପ ସୃଷ୍ଟି କରିବାକୁ ପ୍ରୟାସ କରିବ। ଦେଶର ପୂର୍ବ-ଉତ୍ତର ଦିଗରୁ ଚୀନ ପଟୁ ହେବାକୁ ସାମ୍ଭାବ୍ୟ ଆକ୍ରମଣ ମୁକାବିଲା କରିବା ଲାଗି ସ୍ଥଳ-ବାୟୁ ସେନାକୁ ସତର୍କ କରି ରଖିଛି ଭାରତ। 

ଅନ୍ୟପଟେ ଭାରତୀୟ ନୌସେନା ମଧ୍ୟ ଦେଶର ପୂର୍ବ-ପଶ୍ଚିମ ଉପକୂଳରେ ସଜାଗ ରହିଛି। ଯଦି ଚୀନ ପକ୍ଷରୁ କୌଣସି ପ୍ରକାରର ଭୁଲ କରାଯାଏ ତାହେଲେ ଏହାର ଉପଯୁକ୍ତ ଭାଷାରେ ଜବାବ ଦେବାକୁ ପ୍ରସ୍ତୁତି ସରିଛି। ଯେମିତି ପିଓକେରେ ପଶି ମାରିବାର ନୀତି ଭାରତ ଆପଣାଇଛି ସେପରି ଅକ୍ସାଇ ଚୀନରେ ମଧ୍ୟ ପଶି ମାରିବ ଏବଂ ନିଜ ଜମି ଦଖଲ କରିବା।