ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣର କାରଣ କ'ଣ? କ'ଣ କେବଳ ଦୀପାବଳି ଅବସରରେ ବାଣ ଫୁଟାଇବା କାରଣରୁ ହୋଇଥାଏ ପ୍ରଦୂଷଣ? ରାଷ୍ଟ୍ରୀୟ ରାଜଧାନୀର ଦିଲ୍ଲୀର ବାୟୁମଣ୍ଡଳରେ ସୃଷ୍ଟି ହୋଇଥିବା ସମସ୍ୟା ପାଇଁ ଏଭଳି ପ୍ରଶ୍ନ ଉଠିବାରେ ଲାଗିଛି। ଯେଉଁ କାରଣରୁ ବାୟୁ ପ୍ରଦୂଷଣ ହୋଇଥାଏ ତାହା ମଧ୍ୟରୁ ୨୮ ପ୍ରତିଶତ ଧୂଆଁ, ଧୂଳି ମାଟି କାରଣରୁ ୧୭, ବିଭିନ୍ନ କଳ କାରଖାନାରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁ କାରଣରୁ ୩୦, ଖୋଲାରେ ବର୍ଜ୍ୟବସ୍ତୁ ପୋଡିବା କାରଣରୁ ୪, ଡିଜେଲ ଚାଳିତ ଜେନେରେଟର ଏବଂ ପାୱାର ପ୍ଲାଣ୍ଟ କାରଣରୁ ୧୧ ପ୍ରତିଶତ ପ୍ରଦୂଷଣ ହୋଇଥାଏ।  


COMMERCIAL BREAK
SCROLL TO CONTINUE READING

ପ୍ରତିବର୍ଷ ଶୀତ ଦିନ ଆରମ୍ଭର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର (National Capital Delhi) ବାୟୁମଣ୍ଡଳ ହୋଇଉଠେ ପ୍ରଦୂଷିତ। ଦୀପାବଳି (Diwali) ଅବସରରେ ଫୁଟା ଯାଉଥିବା ବାଣ (Fire Cracker) ଏହା ପଛର ମୁଖ୍ୟ କାରଣ ବୋଲି ଦର୍ଶାଯାଇଥାଏ। ଗୋଟିଏ ବର୍ଷର ମୋଟ ୩୬୫ ଦିନରୁ କେବଳ ଦୀପାବଳି ଅବସରରେ ହିଁ ବାଣ ଫୁଟିଥାଏ ମାତ୍ର ଅବଶିଷ୍ଟ ୩୬୪ ଦିନ ମଧ୍ୟରୁ କୌଣସି ଗୋଟିଏ ଦିନରେ ମଧ୍ୟ ବାଣ ଫୁଟିନଥାଏ। ହେଲେ ସମସ୍ତଙ୍କ ନଜର ବାଣ ଉପରେ ରହିଥାଏ। 


Also Read: ଆରମ୍ଭରୁ ଅସମ୍ଭଳ; ବର୍ଷା ପରେ ଅଚାନକ ବଢିଗଲା ବାୟୁ ପ୍ରଦୂଷଣ, ତଥାପି ସ୍ଥିତି ରହିଛି ସ୍ୱାଭାବିକ


ଦୀପାବଳି ପରେ ରାଷ୍ଟ୍ରୀୟ ରାଜଧାନୀର ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର (National Capital Region) ଅଞ୍ଚଳରେ ବାଣ ପ୍ରଦୂଷଣ ସ୍ତର ବୃଦ୍ଧି ପାଇଛି। ଏଠାରେ ଦାପାବଳି ଅବସରରେ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଥିଲା। ମାତ୍ର କଟକଣା ଜାରି ହେବା ସତ୍ତ୍ୱେ ବହୁ ପରିମାଣରେ ବାଣ ଫୁଟାଯାଇଥିଲା। ଯାହାର ଫଳସ୍ୱରୂପ ଦିଲ୍ଲୀ-ଏନସିଆର ଅଞ୍ଚଳର ବାୟୁମଣ୍ଡଳ (Delhi-NCR Atmosphere) ଏକ ଗ୍ୟାସ ଚାମ୍ବର (Gas Chamber) ପାଲଟିଯାଇଛି। ଏଠାକାର ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ହୋଇଯାଇଛି। ନୂଆଦିଲ୍ଲୀ ସମେତ ନୋଏଡା, ଗାଜିଆବାଦ ପ୍ରଭୃତି ଅଞ୍ଚଳରେ ବାୟୁର ଗୁଣବତ୍ତା ମାନ (Air Quality Index) ଏକ୍ୟୁଆଇ (AQI) ଅତ୍ୟନ୍ତ ଖରାପ ରହିଛି। ଦିଲ୍ଲୀସ୍ଥିତ ପୁସା ଅଞ୍ଚଳରେ ଏକ୍ୟୁଆଇ ୯୯୯, ଏବଂ ଅକ୍ଷରଧାମ ଅଞ୍ଚଳରେ ଏକ୍ୟୁଆଇ ୮୧୦ ରହିଛି।


Also Read: ଏଥର ଅନୁଭୂତ ହେବ କାଠୁଆ ଜାଡ଼; ଏତେ ମାତ୍ରାରେ ଖସିଯିବ ପାରଦ


ପ୍ରତିବର୍ଷ ଭଳି ଏଥର ମଧ୍ୟ ସମାନ ଚିତ୍ର ଦିଲ୍ଲୀ ସମେତ ଏହାର ଆଖପାଖ ଅନେକ ଅଞ୍ଚଳରେ ଦେଖାଯାଇଛି। ଦୀପାବଳି ପରେ ଏଠାରେ ଏକ୍ୟୁଆଇ ଅତ୍ୟନ୍ତ ଖରାପ ହୋଇଯାଏ। ଯଦିଓ ଦୀପାବଳି ଅବସରରେ ବାଣ ଫୁଟାଇବା ଉପରେ କକଟକଣା ଜାରି ହେବା ବିନା ପ୍ରଦୂଷଣରେ ପର୍ବପାଳନ କରିବା ଉପରେ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଇପାରିନଥିଲା। 


Also Read: ଭୟଙ୍କର ହେଉଛି ଜଳବାୟୁ ପରିବର୍ତ୍ତନ; ବର୍ଷକରେ ସହିବାକୁ ପଡି଼ଛି ଏତିକି କୋଟି ଟଙ୍କାର କ୍ଷତି


ଦୀପାବଳିରେ ଫୁଟିଥିବା ବାଣ ଧୂଆଁରେ  ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶ ଗାଏବ ହୋଇଯାଇଥିଲା। ଯାହାର ଫଳସ୍ୱରୂପ ଏବେ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳ ଏକ ଗ୍ୟାସ ଚାମ୍ବର ପାଲଟିଯାଇଛି। ବାୟୁ ପ୍ରଦୂଷଣ ରୋକିବାରେ ମଧ୍ୟ ସେହି ଲୋକଙ୍କ ଭୂମିକା ରହିଛି ଯେଉଁମାନେ ଦୀପାବଳିରେ ବାଣ ଫୁଟାଇନଥିଲେ। ବର୍ତ୍ତମାନ ସବୁଠୁ ବଡ ପ୍ରଶ୍ନ ହେଉଛି ବାଣ ଫୁଟାଇବା କାରଣରୁ ରାଷ୍ଟ୍ରୀୟ ରାଜଧାନୀରେ ବାୟୁ ପ୍ରଦୂଷଣ ସ୍ତର ବୃଦ୍ଧି ପାଇଛି କି? ଗୁରୁବାର ସକାଳେ ବାଣ ଫୁଟିବା ପୂର୍ବରୁ ଏଠାକାର ଏକ୍ୟୁଆଇ ୩୩୯ ଏବଂ ସନ୍ଧ୍ୟାରେ ଏକ୍ୟୁଆଇ ୩୮୭ ରହିଥିଲା। ବାଣ ଫୁଟି ସାରିବା ପରେ ରାତିରେ ଏକ୍ୟୁଆଇ ୩୮୮ ରହିଥିଲା।