ଊୟଙ୍କର ହେଉଛି ଜଳବାୟୁ ପରିବର୍ତ୍ତନ; ବର୍ଷକରେ ସହିବାକୁ ପଡି଼ଛି ଏତିକି କୋଟି ଟଙ୍କାର କ୍ଷତି
Advertisement
Article Detail0/zeeodisha/odisha1019458

ଊୟଙ୍କର ହେଉଛି ଜଳବାୟୁ ପରିବର୍ତ୍ତନ; ବର୍ଷକରେ ସହିବାକୁ ପଡି଼ଛି ଏତିକି କୋଟି ଟଙ୍କାର କ୍ଷତି

ଜଳବାୟୁ ପରିବର୍ତ୍ତନ ଫଳରେ ବିଭିନ୍ନ ଦେଶକୁ ବିପୁଳ ପରିମାଣର ଆର୍ଥିକ କ୍ଷତି ସହିବାକୁ ପଡୁଛି। 

ଊୟଙ୍କର ହେଉଛି ଜଳବାୟୁ ପରିବର୍ତ୍ତନ; ବର୍ଷକରେ ସହିବାକୁ ପଡି଼ଛି ଏତିକି କୋଟି ଟଙ୍କାର କ୍ଷତି

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ କାରଣରୁ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟାର ପ୍ରଭାବ ସାରା ବିଶ୍ୱରେ ଅନୁଭୂତ ହେଉଛି। ଏହାର କବଳରୁ ଭାରତ ମଧ୍ୟ ବର୍ତ୍ତି ପାରିନାହିଁ। ଜଳବାୟୁ ପରିବର୍ତ୍ତନ ଫଳରେ  ଦେଶ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛି। ମିଳିତ ଜାତିସଂଘ ଅଧିନସ୍ଥ ବିଶ୍ୱ ପାଣିପାଗ ସଙ୍ଗଠନ ପକ୍ଷରୁ ପ୍ରକାଶିତ ଏହାର ବାର୍ଷିକ ରିପୋର୍ଟ 'State of the Climate in Asia' ଜରିଆରେ କୁହାଯାଇଛି ଦ୍ୱୀପ ରାଷ୍ଟ୍ର ମାଳଦ୍ୱୀପର ପ୍ରତ୍ୟେକ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି।

ମିଳିତ ଜାତିସଂଘ (United Nations Organisation) ୟୁଏନଓ (UNO) ଅଧିନସ୍ଥ ବିଶ୍ୱ ପାଣିପାଗ ସଙ୍ଗଠନ (World Meteorological Organization) ଡବ୍ଲୁଏମଓ (WMO) ପକ୍ଷରୁ ପକାଶିତ ଏହି ରିପୋର୍ଟରେ ଜଳବାୟୁ ପରିବର୍ତ୍ତନ (Climate Change) କାରଣରୁ କେଉଁ ଦେଶକୁ କେତେ ପରିମାଣର କ୍ଷତିଗ୍ରସ୍ତ ହେବାକୁ ପଡି଼ଛି ତାହାର ତାଲିକା ମଧ୍ୟ ପ୍ରକାଶିତ ହୋଇଛି। ଏହି ରିପୋର୍ଟ ଅନୁଯାୟୀ ଗତ ବର୍ଷ ବାତ୍ୟା, ବନ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ (Natural Disaster) କାରଣରୁ ଭାରତକୁ (India) ପ୍ରାୟ ୮୭ ଆରବ  ଡ଼ଲାର୍ ଅର୍ଥାତ ଭାରତୀୟ ମୁଦ୍ରୀରେ ପ୍ରାୟ ୬.୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡି଼ଛି।

ଚୀନ (China) ଭଳି ଦେଶକୁ ଜଳବାୟୁ ପରିବର୍ତ୍ତନ କାରଣରୁ ହୋଇଥିବା କ୍ଷତି ସର୍ବାଧିକ ପରିମାଣରେ ସହିବାକୁ ପଡି଼ଛି। ଏହି ଦେଶକୁ ୨୩୮ ଆରବ ଡଲାର ଅର୍ଥାତ ପ୍ରାୟ ୧୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡି଼ଛି। ଏହା ବ୍ୟତୀତ ଜାପାନ ୮୩ ଆରବ ଡ଼ଲାର ଅର୍ଥାତ ପ୍ରାୟ ୬.୨ ଲକ୍ଷ କୋଟି ଟଙ୍କା ଏବଂ ଦକ୍ଷିଣ କୋରିଆ ୨୪ ଆରବ ଡ଼ଲାର ଅର୍ଥାତ୍ ୧.୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡି଼ଛି।

Also Read: ଆରମ୍ଭରୁ ଅସମ୍ଭଳ; ବର୍ଷା ପରେ ଅଚାନକ ବଢିଗଲା ବାୟୁ ପ୍ରଦୂଷଣ, ତଥାପି ସ୍ଥିତି ରହିଛି ସ୍ୱାଭାବିକ

ଡବ୍ଲୁଏମଓ ପ୍ରକାଶିତ 'State of the Climate in Asia' ନାମକ ରିପୋର୍ଟ ଜରିଆରେ କୁହାଯାଇଛି ଏସିଆ ମହାଦେଶ ପାଇଁ ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା ୨୦୨୦। ୧୯୮୧-୨୦୧୦ ମଧ୍ୟରେ ଏହି ମହାଦେଶର ହାରାହାରି ତାପମାତ୍ରା ୧.୩୯ ଡିଗ୍ରୀ ସେଲସିୟସ ଅଧିକ ରହିଛି।  ଳବାୟୁ ପରିବର୍ତ୍ତନ ଭଳି ଏକ ବିରାଟ ସସସ୍ୟାର ପ୍ରଭାବ ସମଗ୍ର ମହାଦେଶରେ ଅନୁଭୂତ ହୋଇଛି। ଯେଉଁ କାରଣରୁ ହଜାର ହଜାର ଲୋକଙ୍କ ମୃତ୍ୟୁ ହେବା ସହ ଲକ୍ଷ ଲକ୍ଷ ଲୋକଙ୍କୁ ଶରଣାର୍ଥୀ ହେବାକୁ ପଡିଛି। ଏଭଳି ପରିସ୍ଥିତିର ମୁକାବିଲା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏହି ସମୟ ମଧ୍ୟରେ ଭିତ୍ତିଭୂମି ଏବଂ ପରିବେଶକୁ ହେଉଥିବା କ୍ଷତି ଜାରି ରହିଥିଲା। 

ଜଳବାୟୁ ପରିବର୍ତ୍ତନର ପ୍ରଭାବ କେବଳ ବିଶ୍ୱ ତାପନ (Global Warming) ବରଂ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟ ଘଟଣା ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି। ବୈଜ୍ଞାନିକ କହିଛନ୍ତି ଜଳବାୟୁ ପରିବର୍ତ୍ତନ ହେତୁ ଉଚ୍ଚ ତୀବ୍ରତା ବାତ୍ୟା ସୃଷ୍ଟି ହୋଇଥାଏ ଯାହା ପରବର୍ତ୍ତୀ ସମୟରେ ଘନୀଭୂତ ହେବା ପରେ  ଅଧିକ କ୍ଷତିକ୍ଷତି କରିଥାଏ। ଗତ ବର୍ଷ ହୋଇଥିବା ବାତ୍ୟା, ବନ୍ୟା ପାଇଁ ଏସିଆ ମହାଦେଶରେ ପ୍ରାୟ ୫ କୋଟି ଲୋକ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଅମ୍ଫାନ ଭଳି ବାତ୍ୟା କାରଣରୁ ଭାରତରେ ୨୪ ଲକ୍ଷ ଏବଂ ବାଂଲାଦେଶରେ ୨୫ ଲକ୍ଷ ଲୋକ ବିସ୍ଥାପିତ ହେବାକୁ ବାଧ୍ୟ ହୋଇଥିଲେ।

ଜାତିସଂଘ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ହେତୁ ପୃଥିବୀର  ମେରୁ ଅଞ୍ଚଳରେ ଥିବା ବଡ ବଡ ବରଫ ଖଣ୍ଡ ଅର୍ଥାତ  ଗ୍ଲେସିଜର ବିଲୁପ୍ତ ହେବାର ପ୍ରକ୍ରିୟା ଜାରି ରହିଛି ଏବଂ ଧିରେ ଧିରେ ଦ୍ରୁତ ହେବାରେ ଲାଗିଛି। ଯଦି ଏହି ପ୍ରକ୍ରିୟା ଜାରି ରହେ ତାହେଲେ ଆସନ୍ତା ୨୦୫୦ ସୁଦ୍ଧା ପ୍ରାୟ ୨୦-୪୦ ପ୍ରତିଶତ ଗ୍ଲେସିୟର ନଷ୍ଟ ହୋଇଯିବ। ଏହା ଦ୍ୱାରା ମେରୁ ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୭୫ କୋଟି ଲୋକଙ୍କ ଜୀବନ ଉପରେ ଏହାର ପ୍ରଭାବ ପଡି଼ବ। ଏହାର ସବୁଠାରୁ ବଡ ପ୍ରଭାବ ସମୁଦ୍ରରେ ଜଳ ପତ୍ତନ ବୃଦ୍ଧି, ବର୍ଷା ଋତୁର ଅବଧି, ଭୂସ୍ଖଳନ ତଥା  ହିମସ୍ଖଳନ ଭଳି ଘଟଣା ଘଟିପାରେ। 

Also Read: ଏଥର ଅନୁଭୂତ ହେବ କାଠୁଆ ଜାଡ଼; ଏତେ ମାତ୍ରାରେ ଖସିଯିବ ପାରଦ

ଜଳବାୟୁ ପରିବର୍ତ୍ତନର ପ୍ରଭାବ କେବଳ ଯେ ବର୍ତ୍ତମାନର ପିଢି ଅନୁଭବ କରିବେ ତାହା ନୁହେଁ ବରଂ ଆଗାମୀ ପିଢିଙ୍କୁ ମଧ୍ୟ ଏଭିଳି ସମସ୍ୟାର ସାମ୍ନା କରିବାକୁ ହେବ। ଏକ ଅଧ୍ୟୟନ ଅନୁଯାୟୀ ଚଳିତ ବର୍ଷ ଜନ୍ମ ହେଉଥିବା ଶିଶୁ ନିଜ ପୂର୍ବ ପୁରୁଷଙ୍କ ତୁଳନାରେ ୨-୩ ଗୁଣ ଅଧିକ ମରୁଡ଼ି, ୩ ଗୁଣା ବନ୍ୟା ଏବଂ ୭ ଗୁଣା ଅଧିକ ତାପମାତ୍ରା ଅନୁଭବ କରିବେ।

Inter-Sectoral Impact Model Intercomparison Project (ISIMIP) ନାମକ  ଏକ ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ବର୍ତ୍ତମାନ ସମୟର ବୟେଜ୍ୟଷ୍ଠ ନାଗରିକଙ୍କ ତୁଳନାରେ ବର୍ତ୍ତମାନ ସମୟରେ ଜନ୍ମ ଗ୍ରହଣ କରୁଥିବା ଶିଶୁ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଅଧିକ ପ୍ରଭାବିତ ହେବେ। 

ବ୍ରସେଲସ୍ଥିତ ବ୍ରୀଦେ ୟୁନିଭରସିଟି ଲେଖକ ୱିମ୍ ଥିୟରିଙ୍କ ଅନୁଯାୟୀ ଏନେଇ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଆଗାମୀ ପିଢି ପାଇଁ ଗୁରୁତର ବିପଦ ରହିଛି। ଏଭଳି ପରିସ୍ଥିତିରେ ଭବିଷ୍ୟତ ପିଢିକୁ ସୁରକ୍ଷା ଦେବା ପାଇଁ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବାର ଆବଶ୍ୟକତା ରହିଛି। ଯଦି ଏହା କରା ନ ଯାଏ ତାହେଲେ ଆଗାମୀ ପିଢିକୁ ବହୁତ କ୍ଷତି ସହିବାକୁ ହେବ।

Also Read: ଇଣ୍ଡୋନେସିଆରେ ଦାଉ ସାଧୁଛି ଭୂକମ୍ପ, ୭୮୨ କମ୍ପନରେ ଆଖି ବୁଜିଲେ ୪୨ ଲୋକ

ଅନ୍ୟ ଜଣେ ଲେଖକ କାଟଜା ଫ୍ରେଲର କହିଛନ୍ତି ଯେ ଯଦି ଆମେ ଜୀବାଶ୍ମ ଇନ୍ଧନ (Fossil fuels) ବ୍ୟବହାରକୁ ପର୍ଯ୍ୟାୟକ୍ରମେ ୧.୫ ଡିଗ୍ରୀ ସେଲସିୟ, ପର୍ଯ୍ୟନ୍ତ ସୀମିତ କରିଥାଉ ତାହେଲେ ଭବିଷ୍ୟତ ପିଢି ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି ହୋଇପାରେ। ଏହି ଅଧ୍ୟୟନରେ ଆହୁରି ମଧ୍ୟ କୁହାଯାଇଛି ବର୍ତ୍ତମାନ ବିଶ୍ୱରେ ଚାଲିଥିବା  ହିଟ ୱେଭ ପ୍ରଭାବ ମେରୁ ଅଞ୍ଚଳର ପ୍ରାୟ ୧୫ ପ୍ରତିଶତ କ୍ଷେତ୍ର ଉପରେ ପ୍ରଭାବ ପକାଉଛି। ଆଗାମୀ ସମୟରେ ଏହା ୪୬ ପ୍ରତିଶତକୁ ବ୍ୟାପିପାରେ। ଯଦି ପ୍ୟାରିସ୍ ଜଳବାୟୁ ଚୁକ୍ତି କାର୍ଯ୍ୟକାରୀ କରାଯାଏ ତାହେଲେ ବିଶ୍ୱ ତାପନ ୧.୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବ ସହ ହିଟ ୱେଭ (Heatwave) କାରଣରୁ ପୃଥିବୀର ୨୨ ପ୍ରତିଶତ ଅଞ୍ଚଳ ପ୍ରଭାବିତ ହେବ।