ଆରମ୍ଭରୁ ଅସମ୍ଭଳ; ବର୍ଷା ପରେ ଅଚାନକ ବଢିଗଲା ବାୟୁ ପ୍ରଦୂଷଣ, ତଥାପି ସ୍ଥିତି ରହିଛି ସ୍ୱାଭାବିକ
Advertisement
Article Detail0/zeeodisha/odisha1019399

ଆରମ୍ଭରୁ ଅସମ୍ଭଳ; ବର୍ଷା ପରେ ଅଚାନକ ବଢିଗଲା ବାୟୁ ପ୍ରଦୂଷଣ, ତଥାପି ସ୍ଥିତି ରହିଛି ସ୍ୱାଭାବିକ

ମୌସୁମୀ ଚାଲିଯିବା ପରେ ଦେଶରେ ଥଣ୍ଡାର ପ୍ରକୋପ ବଢିବା ସହ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳରେ ହ୍ରାସ ପାଇଛି ବାୟୁର ଗୁଣବତ୍ତା। 

ଆରମ୍ଭରୁ ଅସମ୍ଭଳ; ବର୍ଷା ପରେ ଅଚାନକ ବଢିଗଲା ବାୟୁ ପ୍ରଦୂଷଣ, ତଥାପି ସ୍ଥିତି ରହିଛି ସ୍ୱାଭାବିକ

ନୂଆଦିଲ୍ଲୀ: ଦେଶରୁ ମୌସୁମୀ ଚାଲିଯିବା ପରେ ଥଣ୍ଡାର ପ୍ରକୋପ ବଢିବା ସହ ନୂଆଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଏନସିଆର ଠାରେ ଅଚାନକ ବଢିଯାଇଛି ବାୟୁ ପ୍ରଦୂଷଣ। ଗତ ଗୁରୁବାର ସକାଳେ ଦିଲ୍ଲୀ ଠାରେ ବାୟୁର ଗୁଣବତ୍ତା ମାନ (AQI) ୨୧୮ ରେକର୍ଡ କରାଯାଇଛି। ଯାହାକି ଗୋଟିଏ ଦିନ ପୂର୍ବରୁ ୯୭ ରହିଥିଲା। ଏହା ସହିତ ଏନସିଆର ସହରରେ ପ୍ରଦୂଷଣ ଖରାପ ଶ୍ରେଣୀ ଆଡକୁ ଗତି କରିଛି।
 
ପ୍ରତିବର୍ଷ ଅକ୍ଟୋବର ମାସରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ (National Capital Delhi) ପ୍ରଦୂଷଣ ମାତ୍ରା ବଢିଯାଇଥାଏ। ଯାହା ସାଧାରଣ ଲୋକଙ୍କ ଲାଗି ସମସ୍ୟା ବଢାଇ ଦେଇଥାଏ। ହେଲେ ଚଳିତ ବର୍ଷ ମୌସୁମୀ ଛାଡିବାରେ ବିଳମ୍ବ ହେତୁ ଅକ୍ଟୋବର ମାସର ପ୍ରଥମ ୧୪ ଦିନରେ ଦିଲ୍ଲୀରେ ପ୍ରଦୂଷଣ ସ୍ତର ହ୍ରାସ ପାଇଥିଲା। ହେଲେ ଅକ୍ଟୋବର ୨୫ ତାରିଖରେ ଦେଶର ଅନେକ ସ୍ଥାନରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବିଦାୟ ନେବା ପରେ ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର (National Capital Region) ଏନସିଆର (Delhi-NCR) ଅଞ୍ଚଳରେ ବାୟୁର ବାୟୁର ଗୁଣବତ୍ତା ମାନ AQI(Air Quality Index) ସନ୍ତୋଷଜନକ ବର୍ଗରୁ ଖରାପ ଶ୍ରେଣୀ ଆଡକୁ ଗତି କରିଛି। 

Also Read: ଏଥର ଅନୁଭୂତ ହେବ କାଠୁଆ ଜାଡ଼; ଏତେ ମାତ୍ରାରେ ଖସିଯିବ ପାରଦ

ଗତ ଗୁରୁବାର ସକାଳେ ଦିଲ୍ଲୀରେ AQI ୨୧୮ ରହିଥିବା ବେଳେ, ନୋଏଡା ଠାର AQI ୨୨୧, ଗୁରୁଗ୍ରାମ ଠାରେ AQI ୧୯୭ ଖରାପ ବର୍ଗରେ ରେକର୍ଡ କରାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦିଲ୍ଲୀର ପଡୋଶୀ ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ, ରାଜସ୍ଥାନ ଭଳି ରାଜ୍ୟରେ ପାଳ ଜଳିବା ଘଟଣା ଆରମ୍ଭ ହୋଇଯାଇଛି। ଯେଉଁ କାରଣରୁ ଏଠାରେ ଅବସ୍ଥିତ ସହରରେ ପ୍ରଦୂଷଣ ମାତ୍ରା ବିପଜ୍ଜନକ ବର୍ଗରେ ରହିଛି।

ଭାରତୀୟ ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ବର୍ଷା ଶେଷ ହେବା ଏଠାକାର ବାୟୁ ପ୍ରଦୂଷିତ ହେବାରେ ଲାଗିଛି। ଯାହାର ଫଳସ୍ୱରୂପ ପାଳ ନଡ଼ା ଜଳିବା ଫଳରେ ଏଥିରୁ ସୃଷ୍ଟି ହେଉଥିବା ଧୂଆଁ କାରଣରୁ ସ୍ଥାନୀୟ ଅଞ୍ଚଳରେ ବାୟୁ ପ୍ରଦୂଷଣ ବଢିବ। ଏହି କାରଣରୁ ଏଠାରେ ରହୁଥିବା ଲୋକଙ୍କୁ ବିଭନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାର ସାମ୍ନା କରିବାକୁ ହେବ।  

Also Read: ଇଣ୍ଡୋନେସିଆରେ ଦାଉ ସାଧୁଛି ଭୂକମ୍ପ, ୭୮୨ କମ୍ପନରେ ଆଖି ବୁଜିଲେ ୪୨ ଲୋକ

ଯଦିଓ ଦିଲ୍ଲୀ- ଏନସିଆର ଅଞ୍ଚଳରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି ହେଲେ ଆଶ୍ୱସ୍ତିର ବିଷୟ ଏହା ଯେ ଗତ ଅକ୍ଟୋବର ମାସର ପ୍ରଥମ ୧୬ ଦିନରେ ପ୍ରଦୂଷଣର ମାତ୍ରା ସନ୍ତୋଷଜନକ ବର୍ଗରେ ରହିଥିଲା। ଗତ ୬ ବର୍ଷରେ ଏହା କେବେ ହୋଇନାହିଁ। ଏହାର କାରଣ ମଧ୍ୟ ବିଳମ୍ବିତ ମୌସୁମୀ ଥିଲା। ହେଲେ ପାଣିପାଗ ବିଭାଗ ଅନୁଯାୟୀ ବର୍ତ୍ତମାନ ଦେଶରୁ ମୌସୁମୀ ଚାଲିଯିବା ପରେ ଦିଲ୍ଲୀର ପଡୋଶୀ ରାଜ୍ୟରେ ପାଳ ଜଳିବା ଘଟଣା ବଢିଯିବ।

CPCB ତଥ୍ୟ ଅନୁଯାୟୀ ଗତ ୨୦୧୭ ଅକ୍ଟୋବରରେ ସର୍ବାଧିକ ପ୍ରଦୂଷଣ ଆରମ୍ଭ ହୋଇଥିଲା। ସେହି ବର୍ଷ ଅକ୍ଟୋବର ୪ ତାରିଖରେ ଏହା ଖରାପ ସ୍ଥିତିରେ ପହଞ୍ଚିଥିଲା ​​ଏବଂ ଏହା ପରେ ୧୭ ତାରିଖ ସୁଦ୍ଧା ଏହା ଅତ୍ୟନ୍ତ ଖରାପ ଅବସ୍ଥାରେ ଥିଲା। ୨୦୧୧ ବର୍ଷକୁ ଛାଡି ୨୦୧୫-୨୦ ମଧ୍ୟରେ ବିଳମ୍ବ ପ୍ରଦୂଷଣ ୨୦୧୬ ବର୍ଷରୁ ଆରମ୍ଭ ହୋଇଥିଲା। ସେହି ବର୍ଷ  ଅକ୍ଟୋବର ୧୧  ତାରିଖର ପ୍ରଦୂଷଣ ମାତ୍ରା ଏକ ଖରାପ ସ୍ଥିତିରେ ପହଞ୍ଚିଥିଲା ​​ଏବଂ ୧୮ ଅକ୍ଟୋବର ସୁଦ୍ଧା ଏହା ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଥିଲା। 

Also Read: ଜାଣନ୍ତୁ, ପ୍ରାକୃତିକ ବିପର୍ଯ୍ୟୟ କ'ଣ ପାଇଁ ବଢ଼ି ଚାଲିଛି

ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀ ସରକାର କନ୍ନଟପ୍ଲେସ୍ ଅଞ୍ଚଳରେ ଦେଶର ପ୍ରଥମ ସ୍ମଗ ଟାୱାର (Smug Tower) ସ୍ଥାପନ କରିଛନ୍ତି। ଏହି ପର୍ଯ୍ୟାୟରେ କେନ୍ଦ୍ର ସରକାର ସ୍ଥାନୀୟ ଆନନ୍ଦ ବିହାର ମେଟ୍ରୋ ଷ୍ଟେସନ ଠାରେ ଏପରି ଅନ୍ୟ ଏକ ଟାୱାର ସ୍ଥାପନ କରିଛନ୍ତି। ଯାହା ଦ୍ୱାରା ଲୋକେ ପ୍ରଦୂଷଣ କାରଣରୁ ସୃଷ୍ଟି ହେଉଥିବା ସମସ୍ୟାରୁ କିଛି ମାତ୍ରାରେ ଆରାମ ପାଇପାରିବେ। ଅକ୍ଟୋବର ୧୫ ତାରିଖୁ ଦିଲ୍ଲୀ ସରକାରଙ୍କ ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ କାର୍ଯ୍ୟକାରୀ କରିବେ ଯାହା ଦ୍ୱରା ହୋଟେଲ, ରେସ୍ତୁରାଁ, ଢାବା ପ୍ରଭୃତି ଭୋଜନାଳୟରେ କୋଇଲା, କାଠ ଭଳି ଇନ୍ଧନ ବ୍ୟବହାର କରାଯିବ ନାହିଁ। ଯାହା ଦିଲ୍ଲୀବାସୀଙ୍କୁ ପ୍ରଦୂଷଣରୁ ରକ୍ଷା କରିବ। ଆଗାମୀ ୨-୩ ମାସ ଆସିବା ଦିଲ୍ଲୀ-ଏନସିଆର ଲୋକଙ୍କ ପାଇଁ ବିଭିନ୍ନ ଅସୁବିଧା ଆଣିପାରେ। 

କିପରି ମପାଯାଏ ବାୟୁର ଗୁଣବତ୍ତା ମାନ?

  • ୦-୫୦: ଉତ୍ତମ
  • ୫୧-୧୦୦: ସନ୍ତୋଷଜନକ
  • ୧୦୧-୨୦୦: ମଧ୍ୟମ
  • ୨୦୧-୩୦୦: ଖରାପ
  • ୩୦୦-୪୦୦: ବହୁତ ଖରାପ
  • ୪୦୧-୫୦୦: ଗମ୍ଭୀର