Air Pollution Death: ନିକଟରେ ବାୟୁ ପ୍ରଦୂଷଣ ଉପରେ ହୋଇଥିବା ଗବେଷଣାରୁ ବହୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ନିକଟରେ ଜର୍ଣ୍ଣାଲ ସାଇନ୍ସ ଆଡଭାନ୍ସ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ ଚମକାଇବା ଭଳି ଚେତାବନୀ ଦିଆଯାଇଛି। ଏନେଇ କୁହାଯାଇଛି ଯେ ପ୍ରତିବର୍ଷ ବାୟୁ ପ୍ରଦୂଷଣ କାରଣରୁ ୧୫ ଲକ୍ଷ ଲୋକଙ୍କ ଆୟୁ କାଳ ହ୍ରାସ ପାଉଛି ଅଥବା ସେମାନଙ୍କର ମୃତ୍ୟୁ ହେଉଛି। ଏହି ଅଧ୍ୟୟନରେ କୁହାଯାଇଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସଦ୍ୟତମ ଆକଳନ ଅନୁସାରେ ପ୍ରଦୂଷିତ Particulate Matter 2.5  କଣିକା ଏତେ ବଡ କ୍ଷତି ଘଟାଉଛି।


COMMERCIAL BREAK
SCROLL TO CONTINUE READING

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (World Health Organization) ଆକଳନ ଅନୁସାରେ ଖରାପ ବାୟୁ କାରଣରୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ହେଉଛି ୪୨ ଲକ୍ଷ। ଯେଉଁଥିରେ ବର୍ତ୍ତମାନ ଆହୁରି ୧୫ ଲକ୍ଷ ଲୋକ ଯୋଡ଼ି ହୋଇଯାଇଛନ୍ତି। ମୋଟମୋଟି ଭାବେ କହିବାକୁ ଗଲେ ସାମଗ୍ରିକ ବାୟୁ ପ୍ରଦୂଷଣ ପ୍ରତିବର୍ଷ ୫୭ ଲକ୍ଷ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଏହି ଅନୁସନ୍ଧାନରେ ଆହୁରି ମଧ୍ୟ କୁହାଯାଇଛି ଯେ PM 2.5 ସହିତ ଧୂଳି କଣିକା ନିମ୍ନ ସ୍ତରରେ ମଧ୍ୟ ବହୁତ କ୍ଷତି କରୁଛି। ଏହି କଣିକା ଯୋଗୁଁ କର୍କଟ, ହୃଦରୋଗ ଏବଂଶ୍ୱାସକ୍ରିୟା କରିବାରେ ହେଉଥିବା ଅସୁବିଧା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଉଛି। କାନାଡାସ୍ଥିତ ମ୍ୟାକଗିଲ ୟୁନିଭରସିଟି (Canda McGill University) ପ୍ରଫେସର ସ୍କଟ ୱିସେଲଙ୍କ ଅଧ୍ୟୟନ ଅନୁଯାୟୀ ପ୍ରଦୂଷଣର ହାଲୁକା କଣିକା ଅଧିକ କ୍ଷତି ଘଟାଉଛି।


Also Read: HIV Aids ଠାରୁ ଅଧିକ ଭୟାନକ ବାୟୁ ପ୍ରଦୂଷଣ; ହ୍ରାସ ପାଉଛି ପ୍ରତ୍ୟେକ ବ୍ୟକ୍ତିଙ୍କ ୧୦ ବର୍ଷ ବୟସ


ଏହି ଅଧ୍ୟୟନ କାନାଡାରେ କରାଯାଇଛି। ଯେଉଁଠାରେ ପ୍ରଦୂଷଣର ମାତ୍ରା କମ୍ ରହିଛି। ହେଲେ ଏହି ଅଧ୍ୟୟନ ଅନୁଯାୟୀ Particulate Matter 2.5 କଣିକାର ସ୍ତର WHO ଲକ୍ଷ୍ୟ ଠାରୁ ମଧ୍ୟ ହ୍ରାସ ହେବା ଆବଶ୍ୟକ। ଗତ ୨୦୨୧ ସେପ୍ଟେମ୍ବରରେ WHO ଏହି ସ୍ତରକୁ କ୍ୟୁବିକ୍ ମିଟର ପ୍ରତି ୧୦ ମାଇକ୍ରୋଗ୍ରାମ୍ ରୁ ୫ ମାଇକ୍ରୋଗ୍ରାମ୍ କୁ ହ୍ରାସ କରିଥିଲା। ହେଲେ ରିପୋର୍ଟ ଅନୁଯାୟୀ ଏହି ସ୍ତରକୁ ଆହୁରି ତଳକୁ ଆଣିବା ଆବଶ୍ୟକ। ଭାରତର ରାଜଧାନୀ ଦିଲ୍ଲୀରେ PM 2.5 ସ୍ତର ବର୍ତ୍ତମାନ ସମୟରେ ୩୦୦-୪୦୦ ମଧ୍ୟରେ ରହୁଛି। ବାୟୁ ଗୁଣବତ୍ତା ସୂଚକାଙ୍କ (Air Quality Index) ଏକ୍ୟୁଆଇ (AQI) ଅନୁଯାୟୀ, ୦-୫୦ ମଧ୍ୟରେ AQI ଭଲ, ୫୧-୧୦୦ ସନ୍ତୋଷଜନକ, ୧୦୧-୨୦୦ ମଧ୍ୟମ, ୨୦୧-୩୦୦ ଖରାପ, ୩୦୧-୪୦୦ ଅତ୍ୟନ୍ତ ଖରାପ ଏବଂ ୪୦୧-୫୦୦ ଅତ୍ୟନ୍ତ ଗମ୍ଭୀର ବୋଲି ବିବେଚନା କରାଯାଏ।


Also Read: ଏକବିଂଶ ଶତାବ୍ଦୀରେ କମୁଛି ମଣିଷର ଦାନ୍ତ


କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (Central Pollution Control Board) ତଥ୍ୟ ଅନୁଯାୟୀ ବିହାରର କଟିହାର ସର୍ବାଧିକ (Katihar City of Bihar) ପ୍ରଦୂଷିତ ସହର। ପ୍ରଦୂଷଣ ତାଲିକାରେ ଏହି ସହର ପ୍ରଥମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ (National Capital Delhi) ବାୟୁ ଗୁଣବତ୍ତା ସୂଚକାଙ୍କ ଅତ୍ୟନ୍ତ ଖରାପ ସହିତ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦେଶର ୧୬୩ ସହରର ପ୍ରଦୂଷଣ ସ୍ତର ମାପ କରିଛି। ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର (national capital region) ଅଞ୍ଚଳ ଅଧିନସ୍ଥ ନୋଏଡା ଏବଂ ଗାଜିଆବାଦରେ (NOIDA and Gghaziabad) AQI ଯଥାକ୍ରମେ ୩୨୮ ଏବଂ ୩୦୪ ରହିଥିଲା।