ଏକବିଂଶ ଶତାବ୍ଦୀରେ କମୁଛି ମଣିଷର ଦାନ୍ତ
Advertisement
Article Detail0/zeeodisha/odisha1165561

ଏକବିଂଶ ଶତାବ୍ଦୀରେ କମୁଛି ମଣିଷର ଦାନ୍ତ

ଦାନ୍ତ ଅଭାବରୁ କଠିନ ଖାଦ୍ୟ ଖାଇବାରେ ସମସ୍ୟା ଉପୁଜିଛି। 

ଏକବିଂଶ ଶତାବ୍ଦୀରେ କମୁଛି ମଣିଷର ଦାନ୍ତ

Human Teeth:ବଦଳୁଛି ସମୟ ଆଉ ବଦଳୁଛି ମାନବ ଶରୀରର ଗଠନ। ଦିନ ବଦଳିବା ସହ ବଦଳିବାରେ ଲାଗିଛି ମଣିଷର ଦୈନନ୍ଦିନ ଜୀବନ। ସଦ୍ୟ ମଣିଷ ଶରୀର ଉପରେ କରାଯାଇଥିବା ଏକ ଗବେଷଣାରୁ ମିଳିଛି  ଚାଞ୍ଚଲ୍ୟକର ତଥ୍ୟ। ଯାହାକୁ ଶୁଣିଲେ ଆପଣ ହୋଇଯିବେ ଚକିତ।

ନିକଟରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (Banaras Hindu University) ବିଏଚୟୁ (BHU) ପକ୍ଷରୁ କରାଯାଇଥିବା ଗବେଷଣାରୁ ମିଳିଛି ଏକ ଚକିତ କରିବା ଭଳି ତଥ୍ୟ। ବିଏଚୟୁ ଫ୍ୟାକଲ୍ଟି ଅଫ୍ ଡେଣ୍ଟାଲ ସାଇନ୍ସ (BHU Faculty of Dental Sciences) ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଏକ ବିଂଶ ଶତାବ୍ଦୀର ୨୦% ଯୁବପିଢିଙ୍କ ଶରୀରରେ ୩୨ ନୁହେଁ ୨୮ ଦାନ୍ତ ଉଠୁଛି। ହେଲେ ସ୍ୱାଭାବିକ ଜଣେ ମଣିଷର ୩୨ ଦାନ୍ତ ଉଠିବା କଥା। ସେମାନଙ୍କ ଜ୍ଞାନ ଦାନ୍ତ ବିକଶିତ ହେଉନାହିଁ। ଯଦିଓ ୩୫% ପ୍ରତିଶତ ଯୁବକଙ୍କ ୩୨ ଦାନ୍ତ ଉଠୁଛି ତାହା  ତେଢାମେଢା ରହୁଛି। ଯାହାକୁ ପରେ ମରାମତି କରିବାକୁ ପଡୁଛି।  

ବିଏଚୟୁ ଫ୍ୟାକଲ୍ଟି ଅଫ୍ ଡେଣ୍ଟାଲ ସାଇନ୍ସ ଏକ୍ସପର୍ଟ ପ୍ରଫେସର ଟିପି ଚର୍ତୁର୍ବେଦୀ ବିଗତ ୨୦ ବର୍ଷ ଧରି ଓପିଡି (Outpatient Department) ବିଭାଗକୁ ଆସୁଥିବା ଯୁବକଙ୍କ ଦାନ୍ତ ଉପରେ ଗବେଷଣା କରୁଛନ୍ତି।  ପ୍ରଫେସର ଚର୍ତୁର୍ବେଦୀଙ୍କ କହିବା କଥା ୧୮-୨୫ ବର୍ଷ ବୟସର ଲୋକଙ୍କ ୨୯-୩୨ ଦାନ୍ତ ଉଠିଥାଏ। ଯାହାକୁ ସ୍ଥାନୀୟ ଭାଷାରେ ଜ୍ଞାନ ଦାନ୍ତ ବୋଲି କୁହାଯାଏ। ତାଙ୍କ ଦ୍ୱାରା  କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ୨୦ ପ୍ରତିଶତ ଯୁବକଙ୍କ କ୍ଷେତ୍ରରେ ଜ୍ଞାନ ଦାନ୍ତ ଅଭାବ କାରଣରୁ ଚୋବାଇବା ଦାନ୍ତ ସଂଖ୍ୟା ହ୍ରାସ ପାଇ ୮ ହୋଇଛି। ଏହି ଦାନ୍ତ ଅଭାବରୁ କଠିନ ଖାଦ୍ୟ ଖାଇବାରେ ସମସ୍ୟା ଉପୁଜିଛି। ଆଗରେ ଉଠୁଥିବା ୨୦ ଦାନ୍ତରେ କୌଣସି ପରିବର୍ତ୍ତନ ହୋଇନାହିଁ।

କମ ଚୋବାଇବା କାରଣରୁ ଦାନ୍ତ ମାଢି ଛୋଟ ହେବାରେ ଲାଗିଛି। ଯାହା ଫଳରେ ଜ୍ଞାନ ଦାନ୍ତ ବିକଶିତ ହେବା ଲାଗି ସ୍ଥାନ ମିଳୁନାହିଁ। ଯଦି ଏପରି ଚାଲେ ତାହେଲେ ଆଗାମୀ ୫୦୦୦ ହଜାର ବର୍ଷ ମଧ୍ୟରେ ଏହା ମଣିଶ ଶରୀର ଲାଗି  ଏକ ଅବଶିଷ୍ଟ ଅଙ୍ଗ ହୋଇଯିବ।

ଜ୍ଞାନ ଦାନ୍ତର ବିକାଶ ନ ହେବା ସମସ୍ୟା ସହରାଞ୍ଚଳରେ ବସବାସ କରୁଥିବା ଯୁବପିଢିଙ୍କ କ୍ଷେତ୍ରରେ ଅଧିକ ଦେଖାଯାଉଛି। ଏହାର କାରଣ ହେଉଛି ଦୈନନ୍ଦିନ ଜୀବନ ଏବଂ ଖାଦ୍ୟପେୟରେ ପରିବର୍ତ୍ତନ। ଏନେଇ ପ୍ରଫେସର ଚର୍ତୁର୍ବେଦୀଙ୍କ କହିବା କଥା ପୂର୍ବରୁ ଲୋକଙ୍କ ଦାନ୍ତ ମାଢି ବଡ ରହୁଥିଲା। କାରଣ ସେତେବେଳର ଲୋକେ ଭଜା ଯାଇଥିବା ଚଣା, ପୋଡା ଯାଇଥିବା ମକା ଭଳି କଠିନ ଖାଦ୍ୟକୁ ଚୋବାଇ ଚୋବାଇ ଖାଉଥିଲେ। ଗାଁ ଗହଳିରେ ରହୁଥିବା ଲୋକେ ରହୁଥିବା ଲୋକେ ଏହି ଖାଦ୍ୟ ଖାଇବା ଜାରି ରଖିଛନ୍ତି। ମାତ୍ର ବର୍ତ୍ତମାନର ଫାଷ୍ଟ ଫୁଡ ଯୁଗରେ ସହରୀ ଯୁବପିଢି ଖାଦ୍ୟ ଚୋବାଇବା ଠାରୁ ଦୂରେଇ ରହୁଛନ୍ତି। 

କମ ପରିମାଣରେ ଚୋବାଇବା କାରଣରୁ ସହରୀ ଯୁବପିଢି ଦାନ୍ତ ମାଢିର ଆକାର ହ୍ରାସ ପାଇବାରେ ଲାଗିଛି। ଯାହା ଫଳରେ ଜ୍ଞାନ ଦାନ୍ତର ବିକାଶ ପାଇଁ  ସ୍ଥାନ ନାହିଁ। ଏହାର ଅଭାବ ଖୁବ ଶୀଘ୍ର ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି। ଯଦି ଏହା ଆଗକୁ ଜାରି ରହେ ତାହେଲେ ଆଗାମୀ ୫ ବର୍ଷ ମଧ୍ୟରେ ଏହା ମଣିଶ ଶରୀର ଲାଗି ଏକ ଅବଶିଷ୍ଟ ଅଙ୍ଗ ହୋଇଯିବ।