Ajmer Sharif Dargah: ନୂପୁର ଶର୍ମା ମାମଲା ପରେ ପୁନର୍ବାର ବିବାଦ ଘେରକୁ ଟଣାହୋଇଛି ଆଜମେର ଶରିଫ ଦରଗାହ। ଏହି ଦରଗାହ ସହ ଜଡ଼ିତ ଏପରି ଅନେକ ଭିଡିଓ ସାମ୍ନାକୁ ଆସିଛି ଯାହା ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି। ସଦ୍ୟ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଯାହା ସୟଦ ସରୱର ଚିସ୍ତିଙ୍କ ପୁଅ ଆଦିଲ ଚିସ୍ତିଙ୍କ ସହ ଜଡ଼ିତ।  ଯିଏ ହିନ୍ଦୁଙ୍କ ୩୩ କୋଟି ଦେବାଦେବୀଙ୍କ ଅସ୍ଥିତ୍ୱ ଉପରେ ପ୍ରଶ୍ନ ଉଠାଇବା ଭଳି ବୟାନ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଏହା ପୋଲିସ ନଜରକୁ ଆସିଯାଇଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଆଦିଲ ଚିସ୍ତି ହିନ୍ଦୁ ଦେବତା ଭଗବାନ ବିଷ୍ଣୁଙ୍କ ଦଶାବତାର, ୩୩ କୋଟି ଦେବାଦେବୀ ଏବଂ ଭଗବାନ ହନୁମାନଙ୍କ ଅସ୍ଥିତ୍ୱ ଉପରେ ପ୍ରଶ୍ନ ଉଠାଉଛନ୍ତି। ଏହି ପ୍ରଶ୍ନ  ଭିଡିଓ ମାଧ୍ୟମରେ ନୂପୁର ଶର୍ମାଙ୍କୁ ପଚରାଯାଉଛି। ଏନେଇ କୁହାଯାଉଛି ଯେ ଆଦିଲ ଚିସ୍ତି ନିଜ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ଏଭଳି ବିବାଦୀୟ ଭିଡିଓ ଅପଲୋଡ କରି ଏହାକୁ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ କରିଛନ୍ତି।


ଏଭଳି ଉସକାଇବା ଭଳି ବିବାଦୀୟ ବୟାନ ରହିଥିବା ଭିଡିଓ ଭାଇରାଲ ସମ୍ପର୍କିତ ଚତୁର୍ଥ ମାମଲା ଏବେ ସାମ୍ନାକୁ ଆସିସାରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମସ୍ତ ଭିଡ଼ିଓ ଆଜମେର ଶରିଫ ଦରଗାହ ସହ ଜଡ଼ିତ ରହିଛି। କିଛି ଦିନ ପୂର୍ବେ ଆଜମେର ସରିଫ ଦରଗାହ ଅଞ୍ଜୁମାନ କମିଟି ସଚିବ ସରୱରଚିସ୍ତି ଭାରତକୁ ଥରାଇ ଦେବା ଭଳି ଏକ ଆନ୍ଦୋଳନ କରିବାକୁ ଧମକ ଦେଇଥିଲେ। ସେତେବେଳେ ସେ କହିଥିଲେ ଯେ ଯଦି ମହମ୍ମଦଙ୍କୁ ଅପମାନିତ କରାଯାଏ ତାହେଲେ ମୁସଲମାନ ଏପରି ଏକ ଆନ୍ଦୋଳନ ଆରମ୍ଭ କରିବେ ଯାହା ଦେଶକୁ ଥରାଇ ଦେବ।


ନୂପୁର ଶର୍ମା ମାମଲାରେ ଦେଶରୁ ବିଭିନ୍ନ ସ୍ଥାନରୁ ଅନେକ ମୌଲାନା ଏପରି ବିବାଦୀୟ ବୟାନ ଦେଇସାରିଛନ୍ତି। ଯାହା ଦେଶରେ ଉତ୍ତେଜନମୂଳକ ପରିସ୍ଥିତ ସୃଷ୍ଟି କରିଛି। ସଦ୍ୟ ଏହାର ଉଦାହରଣ ଦେଖିବାକୁ ମିଳିଥିଲା। ନୁପୁର ଶର୍ମାଙ୍କୁ ସମର୍ଥନ କରିବା ଅଭିଯଗୋରେ   ରାଜସ୍ଥାନ ଉଦୟପୁର ଜିଲ୍ଲାରେ କହ୍ନେୟା ଲାଲ ନାମକ ଜଣେ ଟେଲର ଏବଂ ମହାରାଷ୍ଟ୍ର ଅମରାବତୀ ଜିଲ୍ଲାରେ ଡାକ୍ତର ଉମେଶ କୋହ୍ଲେ ନୂପୁର ଶର୍ମାଙ୍କୁ ସମର୍ଥନ କରିଥିବାରୁ ଉଭୟଙ୍କୁ ହତ୍ୟା କରାଯାଇଥିଲା।


Also Read: ଆଲା ହଜରତ ଦରଗାହାରେ ଆଲକୋହଲଯୁକ୍ତ ସାନିଟାଇଜର ବ୍ୟବହାରକୁ ବିରୋଧ


Also Read: ସବୁଜରୁ ଭଗୱା ରଙ୍ଗରେ ରଙ୍ଗାୟିତ ହେଲା ଦରଘା; ବିବାଦ ପରେ କାର୍ଯ୍ୟାନୁଷ୍ଠାନ ଏହି ନେଲା ପୋଲିସ