Advertisement
Article Detail0/zeeodisha/odisha694530
Zee OdishaOther Newsଆଲା ହଜରତ ଦରଗାହାରେ ଆଲକୋହଲଯୁକ୍ତ ସାନିଟାଇଜର ବ୍ୟବହାରକୁ ବିରୋଧ

ଆଲା ହଜରତ ଦରଗାହାରେ ଆଲକୋହଲଯୁକ୍ତ ସାନିଟାଇଜର ବ୍ୟବହାରକୁ ବିରୋଧ

ଆଲା ହଜରତ ଦରଗାହାରେ ଆଲକୋହଲଯୁକ୍ତ ସାନିଟାଇଜର ବ୍ୟବହାରକୁ ବିରୋଧ କରାଯାଇଛି |

ଆଲା ହଜରତ ଦରଗାହାରେ ଆଲକୋହଲଯୁକ୍ତ ସାନିଟାଇଜର ବ୍ୟବହାରକୁ ବିରୋଧ

ଲକ୍ଷ୍ନୌ: କୋରୋନାରୁ ମୁକ୍ତି ପାଇବା ପାଇଁ ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଥିବା ଆଲା ହଜରତ ଦରଗାହା ପ୍ରବନ୍ଧନ କମିଟି ପକ୍ଷରୁ ଆଲକୋହଲଯୁକ୍ତ ସାନିଟାଇଜରର ବ୍ୟବହାରକୁ ବିରୋଧ କରାଯାଇଛି | ଏନେଇ ଦରଗାହ ପକ୍ଷରୁ ଏଠାକୁ ଆସୁଥିବା  ଶ୍ରଦ୍ଧାଳୁ ଏବଂ ମସଜିଦ ମୁଖ୍ୟଙ୍କୁ ଏପରି ଧରଣର ସାନିଟାଇଜର ଠାରୁ ଦୂରରେ ରହିବାକୁ କୁହାଯାଇଛି|

ଦରଗାହା ଆଲା ହଜରତ ଠାରେ ସୁନ୍ନି ମରକଜ ଦାରୁଲ ଇଫତାର ମୁଫତି ନସ୍ତର ଫାରୁକି ବୁଧବାର କହିଛନ୍ତି, 'ଇସଲାମରେ ମଦ୍ୟପାନ ନିଷେଧ | ମୁସଲମାନ ଆଲକୋହଳ ଯୁକ୍ତ ସାନିଟାଇଜର ବ୍ୟବହାର କରିବା ଉଚିତ୍ ନୁହେଁ | ଯଦି ପରିସରକୁ ସଫେଇ କରିବା ପାଇଁ ଏଭଳି ଧରଣର ସାନିଟାଇଜର ବ୍ୟବହାର କରାଯାଏ ତାହେଲେ ମସଜିଦ ପ୍ରଦୂଷିତ ହେବ | ଆମେ ଆଲ୍ଲାଙ୍କ ଘରକୁ ପ୍ରଦୂଷିତ କରିପାରିବୁ ନାହିଁ | ଯଦି ମସଜିଦକୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରଦୂଷିତ ହୁଏ, ତେବେ ଏହା ଏକ ଅପରାଧ ହେବ | 

ଏହାର ବିକଳ୍ପ ଭାବେ ଆଲକୋହଲଯୁକ୍ତ ସାନିଟାଇଜର ବ୍ୟବହାର କରିବା ପରିବର୍ତ୍ତେ ମୁସଲମାନ ହାତ ଏବଂ ମସଜିଦ ପରିସରକୁ ସାବୁନ, ଡିଟରଜେଣ୍ଟ ପାଉଡର ଏବଂ ସାମ୍ପୁରେ ସଫା କରିବା ଉଚିତ ବୋଲି କହିଛନ୍ତି ଦରଗାହା ଆଲା ହଜରତ ଠାରେ ସୁନ୍ନି ମରକଜ ଦାରୁଲ ଇଫତାର ମୁଫତି ନସ୍ତର ଫାରୁକି |

Add Zee News as a Preferred Source

ଧାର୍ମିକ ସ୍ଥାନରେ ଆଲକୋହଲ ଯୁକ୍ତ ସାନିଟାଇଜର ଉପଯୋଗକୁ ବିରୋଧ କରିବା ଏହା ପ୍ରଥମ ଘଟଣା ନୁହେଁ | ଦେଶର ଅନ୍ୟତମ ଧାର୍ମିକ ନଗରୀ ମଥୁରାରେ ଅବସ୍ଥିତ କେତେକ ପ୍ରମୁଖ ମନ୍ଦିରର ପୁରୋହିତ ଏପରି ସାନିଟାଇଜର ବ୍ୟବହାରକୁ ବିରୋଧ କରିଥିଲେ | ଉଭୟ ମଥୁରା ଏବଂ ବୃନ୍ଦାବନରେ ଇସ୍କକନ୍, ବାଙ୍କେ ବିହାରୀ, ମୁକୁଟ ମୁଖରାବିନ୍ଦ, ଶ୍ରୀ ରଙ୍ଗନାଥ ଜୀ ସମେତ ମନ୍ଦିର ସୋମବାର ଠାରୁ ସରକାରୀ ଅନୁମତି ମିଳିବା ସତ୍ତ୍ୱେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିନାହିଁ | ଏହାର କାରଣ ହେଉଛି ଆଲକୋହଲ ଯୁକ୍ତ ସାନିଟାଇଜରର ବ୍ୟବହାର, ଯାହାକୁ ସାନିଟାଇଜିଂ ପାଇଁ ମନ୍ଦିର ପରିସରରେ ବ୍ୟବହାର କରିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି |