ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଶେଷ ହୋଇଛି ନିର୍ବାଚନ ପ୍ରଚାର। ମାର୍ଚ୍ଚ ୭ ତାରିଖ ସୋମବାର ଅନୁଷ୍ଠିତ ହେବାକୁ ଯାଉଛି ଏହି ନିର୍ବାଚନ ଲାଗି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ। ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳ ଶେଷ ପର୍ଯ୍ୟାୟ ପାଇଁ ନିଜ ସପକ୍ଷରେ ବାତାବରଣ ସୃଷ୍ଟି କରିବାକୁ କଠିନ ପ୍ରୟାସ କରୁଛନ୍ତି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ବଡ ନେତା ତଥା ଅନ୍ୟ ବିରୋଧି ଦଳର ମୁଖ୍ୟ ଚେହେରା କ୍ରମାଗତ ଭାବେ ନିର୍ବାଚନ ସଭା କରୁଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏହିକ୍ରମରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଶନିବାର ଆଜମଗଡ଼ ଠାରେ ଆୟୋଜିତ ହୋଇଥିବା ଅନେକ ଦଳୀୟ ସଭାକୁ ସମ୍ବୋଧିତ କରିବା ଅବସରରେ ବିଜେପି ବିରୋଧରେ ବର୍ଷିଥିଲେ। ଏନେଇ ସେ କହିଛନ୍ତି ସପ୍ତମ ପର୍ଯ୍ୟାୟରେ ଆଜମଗଡ଼ ଲୋକେ ବିଜେପିକୁ ସାତ ସମୁଦ୍ର ପାରି କରାଇଦେବେ। ଯେତେବେଳେ ଆମ ସରକାର କ୍ଷମତାକୁ ଆସିବ ସେତେବେଳେ ପୋଲିସ୍ ନିଯୁକ୍ତି ସହିତ ଆମେ ଏହା ମଧ୍ୟ ନିଶ୍ଚିତ କରିବୁ ଯେ ସେନା ପାଇଁ ମଧ୍ୟ ନିଯୁକ୍ତି ରହିଛି। 


Also Read: 'ମୁଖ୍ୟମନ୍ତ୍ରୀ ଯୋଗୀ ହେଉଛନ୍ତି ଚିଲମଧାରୀ ଏବଂ ଦଙ୍ଗାଇନାଥ'


ଆମେ ପିନ୍ଧୁଥିବା  ଲାଲ ଟୋପି ଉପରେ ଅଙ୍ଗୁଳି ଉଠାଉଥିବା ଲୋକେ ବର୍ତ୍ତମାନ ନିଜେ ଟୋପି ପିନ୍ଧୁଛନ୍ତି। ହେଲେ ସେମାନେ ପିନ୍ଧୁଥିବା ଟୋପି ରଙ୍ଗ ହେଉଛି ଅଲଗା ଯେଉଁଥିରୁ ସତର୍କ ରହିବା ଆବଶ୍ୟକ। ଯେଉଁମାନେ ବର୍ତ୍ତମାନ ଗମର ହଟାଇବା କଥା କହୁଛନ୍ତି ସେମାନଙ୍କ ବାମ୍ପ ବାହାର କରିବାକୁ ହେବ। ବିଜେପି ନେତା ଯେତେ ବଡ଼ ହେଉଛନ୍ତି ସେମାନେ ସେତେ ବଡ଼ ମିଛ କହୁଛନ୍ତି।


Also Read: ଭଗୱା ରଙ୍ଗକୁ କଳଙ୍କି ସହ ତୁଳନା କରି ବିବାଦରେ ସମାଜବାଦୀ ପାର୍ଟି ନେତ୍ରୀ


ଆମେ ହେଉଛି ପାରିବାରିକ ଲୋକ। ଏଥର ଆମକୁ ଗୋଟିଏ କଥା ବିଶ୍ୱାସ କରିବାକୁ ହେବ। ଯେତେବେଳେ ଆମେ ସନ୍ଧ୍ୟାରେ ଆମ ଘରକୁ  ଫେରିଥାଉ ସେତେବେଳେ ଆମେ ଆମ ପିଲାଙ୍କ ପାଇଁ କିଛି ନେଇଥାଉ। ଏଭଳି ପରିସ୍ଥିତିରେ ଏଥର ଯେତେବେଳେ ବାବାଜୀ ଗୋରଖପୁର ଯିବେ ସେତେବେଳେ ସେ ନିଶ୍ଚିତ ଭାବେ ତାଙ୍କ ଗୁଲୁ ପାଇଁ ବିସ୍କୁଟ ନେଇଯାନ୍ତୁ। ଏହା ହେଉଛି ଆମର ପରାମର୍ଶ। ଜିଲ୍ଲାରେ ସାଇକେଲ ପୂର୍ବ ଅପେକ୍ଷା ଅଦିକ ଗତିରେ ଚାଲିଛି।