ଭଗୱା ରଙ୍ଗକୁ କଳଙ୍କି ସହ ତୁଳନା କରି ବିବାଦରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ
Advertisement
Article Detail0/zeeodisha/odisha1111488

ଭଗୱା ରଙ୍ଗକୁ କଳଙ୍କି ସହ ତୁଳନା କରି ବିବାଦରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ

ତାଙ୍କର ଏହି ବୟାନକୁ ସନାତନ ଧର୍ମ ଏବଂ ସନ୍ଥ ସମାଜ ପ୍ରତି ଅପମାନ ବୋଲି କୁହାଯାଉଛି।  

ଭଗୱା ରଙ୍ଗକୁ କଳଙ୍କି ସହ ତୁଳନା କରି ବିବାଦରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ

ଲକ୍ଷ୍ନୌ:  ଆଗାମୀ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ଦଳ ପକ୍ଷରୁ ଜାରି ରହିଛି ନିର୍ବାଚନ ପ୍ରଚାର। ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ପରସ୍ପରକୁ ଟାର୍ଗେଟ କରିବାରେ ଲାଗିପଡ଼ିଛନ୍ତି ରାଜନୈତିକ ଦଳ। ଏହି କ୍ରମରେ ପ୍ରଚାର ମୈଦାନରେ ମୁହାଁମୁହିଁ ହୋଇଛନ୍ତି ରାଜ୍ୟରେ କ୍ଷମତାସୀନ ବିଜେପି ଏବଂ ମୁଖ୍ୟ ବିରୋଧି ଦଳ ସମାଜବାଦୀ ପାର୍ଟି। 

ହେଲେ ପ୍ରଚାର କରିବା ଅବସରରେ ଶବ୍ଦ ଉପରେ ନିୟନ୍ତ୍ରଣ ରଖିପାରୁନାହାଁନ୍ତି ସମାଜବାଦୀ ପାର୍ଟି ନେତା (Samajwadi Party Leader)। ସଦ୍ୟ ଏଭଳି କାରନାମା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ (Samajwadi Party Supremo) ଅଖିଲେଶ ଯାଦବଙ୍କ (Akhilesh Yadav) ପତ୍ନୀ ଡିମ୍ପଲ ଯାଦବ (Dimple Yadav)। 

Also Read: UP Poll 2022: ପ୍ରଚାର-ଭାଷଣ ବେଳେ ଶବ୍ଦ ଉପରେ ରହୁନି ସମାଜବାଦୀ ପାର୍ଟି ନେତାଙ୍କ ନିୟନ୍ତ୍ରଣ

ଭଗୱା (Bhagwa) ଉପରେ ଡିମ୍ପଲ ଯାଦବ ରଖିଥିବା ବୟାନକୁ ନେଇ ତାଙ୍କୁ ପାଲଟା ଜବାବ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (Uttar Pradesh Chief Minister) ଯୋଗୀ ଆଦିତ୍ୟନାଥ (Yogi Adityanath)। ତାଙ୍କର ଏହି ବୟାନକୁ ସନାତନ ଧର୍ମ ଏବଂ ସନ୍ଥ ସମାଜ ପ୍ରତି ଅପମାନ ବୋଲି କୁହାଯାଉଛି।  

ଗତ ଶୁକ୍ରବାର ରାଜ୍ୟର କୌଶାମ୍ବୀ ଜିଲ୍ଲାରେ ସିରାଥୁ ବିଧାନସଭା ଆସନରେ ସମାଜବାଦୀ ମେଣ୍ଟର ପ୍ରାର୍ଥୀ ପଲ୍ଲବୀ ପଟେଲଙ୍କ ସମର୍ଥନରେ ଆୟୋଜିତ ହୋଇଥିବା ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଡିମ୍ପଲ ଯାଦବ ଲୁହାରେ ଲାଗିଥିବା କଳଙ୍କିକୁ ଭଗୱା ତୁଳନା କରିଥିଲେ। ଏନେଇ ସେ କହିଥିଲେ ଯେଉଁ ଡବଲ୍ ଇଞ୍ଜିନ୍ ସରକାର କଥା କୁହାଯାଉଛି ସେହି ଇଞ୍ଜିନ୍ ଉପରେ ଯେଉଁ କଳଙ୍କି ଲାଗିଥାଏ ତାହାର ରଙ୍ଗ କ'ଣ? ମୁଁ ଭାବୁଛି ଏହା ଆମର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପିନ୍ଧୁଥିବା ପୋଷାକର ରଙ୍ଗ ସମାନ ରଙ୍ଗ। ଏପରି ଏକ କଳଙ୍କିତ ଇଞ୍ଜିନ୍ ହଟାଇବାକୁ ସମୟ ଆସିଯାଇଛି। ଲୋକେ ଏପରି କଳଙ୍କିତ ଇଞ୍ଜିନ୍ ହଟାଇବାକୁ ଏବଂ ଉତ୍ତର ପ୍ରଦେଶକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ପ୍ରସ୍ତୁତ ଅଛନ୍ତି। 

Also Read: ଅଯୋଧ୍ୟା ଯାଇ ଆକ୍ରୋଶର ଶୀକାର ହେଲେ ଅଖିଲେଶ ଯାଦବ

ଡିମ୍ପଲ ଯାଦବଙ୍କୁ ଜବାବ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ହଁ ମୁଁ ଭଗୱାଧାରୀ। ଗୋଟିଏ ଜିନିଷ ମୋତେ ବହୁତ ଆଘାତ ଦେଇଛି। ଆପଣ ନିଶ୍ଚିତ ଭାବେ ସମାଜବାଦୀ ପାର୍ଟି ନେତାଙ୍କ ବୟାନ ଶୁଣିଥିବେ। ଏହି ବୟାନ ସୃଷ୍ଟି ପାଇଁ ଅପମାନ। ସନାତନ ଧର୍ମ ଏବଂ ସନ୍ଥ ସମାଜ ମଧ୍ୟ ଅପମାନ। ସେ ଭଗୱା ରଙ୍ଗ କଳଙ୍କି ସହ ତୁଳନା କରିଛନ୍ତି। ହେଲେ ମୁଁ କହିପାରେ ଯେ ମୁଁ ଜଣେ ଭଗୱାଧାରୀ। ରାଜ୍ୟର ପ୍ରତ୍ୟେକ ବାସିନ୍ଦା କହିବେ ଯେ ମୁଁ ଜଣେ ଭଗୱାଧାରୀ। ଭଗୱା ହେଉଛି ବ୍ରହ୍ମାଣ୍ଡ ଶକ୍ତିର ରଙ୍ଗ। ଯେତେବେଳେ ସୂର୍ଯ୍ୟ ଉଦୟ ହୁଏ ସେତେବେଳେ ଭଗବାନ ସୂର୍ଯ୍ୟଙ୍କ ରଙ୍ଗ ଭଗୱା ହୋଇଥାଏ।