ପୁଣିଥରେ ଦିଲ୍ଲୀ ଆସିଲେ ନାହିଁ ଅଲପନ ବନ୍ଦୋପାଧ୍ୟାୟ, ଏବେ ମୋଦି ସରକାର ନେଇପାରନ୍ତି ଏହି ଆକ୍ସନ
ଆମେ ଆପଣଙ୍କୁ କହି ରଖୁଛୁ ଯେ, ଅଲପନ ବନ୍ଦୋପାଧ୍ୟାୟ (Alapan Bandyopadhyay) ଙ୍କ ଅବସର ତାରିଖ ଚଳିତ ବର୍ଷର ମେ ୩୧ ତାରିଖରେ ଥିଲା, କିନ୍ତୁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମେ ୨୪ରେ ହିଁ ତାଙ୍କୁ ତିନିମାସର ସେବା ବୃଦ୍ଧି ମିଳିଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ୟାସ ବାତ୍ୟା ( Cylone Yaas) ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ସମୀକ୍ଷା ବୈଠକରେ ଯୋଗ ଦେଇ ନ ଥିବାରୁ ମୁଖ୍ୟ ଶାସନ ସଚିବ ଅଲପନଙ୍କୁ ଦିଲ୍ଲୀ ଡକାଯାଇଥିଲା । ସୋମବାର ସକାଳ ୧୦ଟାରେ ତାଙ୍କୁ ନର୍ଥ ବ୍ଲକରେ ରିପୋର୍ଟ କରିବାର ଥିଲା, କିନ୍ତୁ ସେ ଆସି ନଥିଲେ କାରଣ ମମତା ସରକାର ତାଙ୍କୁ ରିଲିଫ କରିନଥିଲେ । ଏଭଳି ପରିସ୍ଥିତିରେ ସେ ଦିଲ୍ଲୀ ଆସିବା ପରିବର୍ତ୍ତେ ଇସ୍ତଫା ଦେଇଛନ୍ତି ।
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ (Alapan Bandyopadhyay) ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଙ୍କ ପରାମର୍ଶଦାତା ହୋଇଛନ୍ତି । ବର୍ତ୍ତମାନ ଅଲପନ ଆଉ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ନୁହଁନ୍ତି । ଏହି ପଦକ୍ଷେପ ନେଇ ସେ ତାଙ୍କ ବିରୋଧରେ କେନ୍ଦ୍ରର କଠୋର କାର୍ଯ୍ୟାନୁଷ୍ଠାନରୁ ନିଜକୁ ରକ୍ଷା କରିଛନ୍ତି । ପ୍ରକାଶ ଥାଉକି, ଅଲପନ ବନ୍ଦୋପାଧ୍ୟାୟଙ୍କ କ୍ଷେତ୍ରରେ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ପାଇଁ ମୋଦି ସରକାର (Modi Govt) ଙ୍କ ପାଖରେ ସୀମିତ ବିକଳ୍ପ ରହିଛି ।
ଅଧିକ ପଢ଼ନ୍ତୁ:-କ୍ଷମା ମାଗିଲେ ରବି ଶଙ୍କର ପ୍ରସାଦ, ଅପରାଧିକ ମାନହାନୀ ମାମଲା ପ୍ରତ୍ୟାହାର କଲେ ଶଶି ଥରୁର
ଆମେ ଆପଣଙ୍କୁ କହି ରଖୁଛୁ ଯେ, ଅଲପନ ବନ୍ଦୋପାଧ୍ୟାୟ (Alapan Bandyopadhyay) ଙ୍କ ଅବସର ତାରିଖ ଚଳିତ ବର୍ଷର ମେ ୩୧ ତାରିଖରେ ଥିଲା, କିନ୍ତୁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମେ ୨୪ରେ ହିଁ ତାଙ୍କୁ ତିନିମାସର ସେବା ବୃଦ୍ଧି ମିଳିଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ୟାସ ବାତ୍ୟା ( Cylone Yaas) ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ସମୀକ୍ଷା ବୈଠକରେ ଯୋଗ ଦେଇ ନ ଥିବାରୁ ମୁଖ୍ୟ ଶାସନ ସଚିବ ଅଲପନଙ୍କୁ ଦିଲ୍ଲୀ ଡକାଯାଇଥିଲା । ସୋମବାର ସକାଳ ୧୦ଟାରେ ତାଙ୍କୁ ନର୍ଥ ବ୍ଲକରେ ରିପୋର୍ଟ କରିବାର ଥିଲା, କିନ୍ତୁ ସେ ଆସି ନଥିଲେ କାରଣ ମମତା ସରକାର ତାଙ୍କୁ ରିଲିଫ କରିନଥିଲେ । ଏଭଳି ପରିସ୍ଥିତିରେ ସେ ଦିଲ୍ଲୀ ଆସିବା ପରିବର୍ତ୍ତେ ଇସ୍ତଫା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ:-ଦେଶରେ ଏପ୍ରିଲ ୮ ପରେ ସବୁଠାରୁ କମ୍ ମାମଲା ଚିହ୍ନଟ, ଦିନକରେ ଆଖି ବୁଜିଲେ ଏତିକି ସଂକ୍ରମିତ
କାର୍ମିକ ଓ ତାଲିମ ବିଭାଗ (DOPT) ଅଲପନଙ୍କ ତିନି ମାସର ସେବା ବିସ୍ତାରକୁ ମଧ୍ୟ ବାତିଲ କରିପାରିଥାନ୍ତେ, କିନ୍ତୁ ସେ ଇସ୍ତଫା ଦେଇ ଏହି ସମ୍ଭାବନାକୁ ସମାପ୍ତ କରିଦେଇଛନ୍ତି । ତଥାପି, କେନ୍ଦ୍ର ସରକାରଙ୍କ କାର୍ମିକ ଓ ତାଲିମ ବିଭାଗ ଅଲପନଙ୍କ ସେବା ଉପରେ କିଛି ପଦକ୍ଷେପ ନେଇପାରେ, ଯାହା ତାଙ୍କ ପେନସନ୍ ଓ ଅବସର ପରେ ମିଳୁଥିବା ଅନ୍ୟାନ୍ୟ ସୁବିଧା ଉପରେ ପ୍ରଭାବ ପକାଇପାରେ ।
କାର୍ମିକ ମନ୍ତ୍ରଣାଳୟ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ତାଙ୍କ ଠାରୁ ପୁଣି ଥରେ ସ୍ପଷ୍ଟୀକରଣ ମାଗିପାରେ । ଜବାବରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ, ଯେଉଁ କାରଣରୁ ବିବାଦ ସମାଧାନ ହେବା ପରେ ହିଁ ତାଙ୍କର ସମ୍ପୂର୍ଣ୍ଣ ପେନସନ ରିଲିଜ ହେବ । ତେବେ ପୂର୍ବତନ ଆଇଏସଏସ ସୂର୍ଯ୍ୟପ୍ରତାପ ସିଂ କହିଛନ୍ତି ଯେ ଅଲପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ କୌଣସି ବିକଳ୍ପ ନାହିଁ ।
ଅଧିକ ପଢ଼ନ୍ତୁ:-ଶସ୍ତା ହେଲା LPG ସିଲିଣ୍ଡର, ଏବେ ଏହି ରେଟରେ ମିଳିବ ଅଣ-ସବସିଡି ଯୁକ୍ତ ଗ୍ୟାସ୍
ସୂର୍ଯ୍ୟପ୍ରତାପ ସିଂ କହିଛନ୍ତି ଯେ, କେନ୍ଦ୍ରର କାମ ହେଉଛି ଅଧିକାରୀଙ୍କ କ୍ୟାଡର ସ୍ଥିର କରିବା ଏବଂ ଜଣେ କ୍ୟାଡର ସ୍ଥିର ହେବା ପରେ ଅଧିକାରୀ ରାଜ୍ୟ ପାଇଁ ଉତ୍ତରଦାୟୀ । ଯଦି ରାଜ୍ୟରେ କୌଣସି ଅଧିକାରୀ କାର୍ଯ୍ୟରତ ଅଛନ୍ତି, ତେବେ କେନ୍ଦ୍ରୀୟ ଡେପୁଟେସନ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିବ । ଏଭଳି ପରିସ୍ଥିତିରେ ରାଜ୍ୟ କେନ୍ଦ୍ରୀୟ ଡେପୁଟେସନର ଆଦେଶ ଗ୍ରହଣ କରିବାକୁ ମନା କରିପାରେ । କେବଳ ଏତିକି ନୁହେଁ, ଯଦି କେନ୍ଦ୍ର ସରକାର ରାଜ୍ୟରେ ପୋଷ୍ଟ ହୋଇଥିବା କୌଣସି ଅଧିକାରୀଙ୍କୁ ଦିଲ୍ଲୀ ଡକାନ୍ତି, ତେବେ ଏଭଳି ମାମଲାରେ ରାଜ୍ୟ ସରକାରଙ୍କ ସହମତି ମଧ୍ୟ ଆବଶ୍ୟକ । ଏଥି ସହିତ, ବର୍ତ୍ତମାନ ଅବସର ପରେ ମଧ୍ୟ ରାଜ୍ୟ ଅଧିକାରୀଙ୍କ ସମସ୍ତ ଜିନିଷ ସ୍ଥିର କରିବ ଏବଂ ଏଭଳି ପରିସ୍ଥିତିରେ ଯଦି କେନ୍ଦ୍ର କୌଣସି ନୋଟିସ ପଠାଏ, ତା’ହେଲେ ଏହାର ଉତ୍ତର ଦେବା ନଦେବା ତାଙ୍କ ଉପରେ ରହିବ ।
ସୂର୍ଯ୍ୟପ୍ରତାପ ସିଂ ସ୍ପଷ୍ଟ କରିଛନ୍ତି ଯେ, ଯଦି ଅଲପନ ବନ୍ଦୋପାଧ୍ୟୟ ରାଜ୍ୟରୁ କେନ୍ଦ୍ରକୁ ଆସିଥାନ୍ତେ, ତେବେ ସବୁକିଛି କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହିଥାନ୍ତା । ଏଭଳି ପରିସ୍ଥିତିରେ ତାଙ୍କ ପେନସନ୍ ଠାରୁ ଆରମ୍ଭ କରି ସମସ୍ତ ସୁବିଧା ପର୍ଯ୍ୟନ୍ତ କେନ୍ଦ୍ର ନିଷ୍ପତ୍ତି ନେଇପାରିଥାନ୍ତା, କିନ୍ତୁ କେନ୍ଦ୍ର ସରକାରଙ୍କ ଅଧୀନରେ ଆସିବା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ଏହିପରି ତାଙ୍କର ଉଭୟ କ୍ୟାଡର ଓ ନିୟନ୍ତ୍ରଣ ରାଜ୍ୟ ଅଧୀନରେ ରହିଲା, ତେଣୁ ତାଙ୍କ CR ରାଜ୍ୟରେ ଲେଖାଯିବ । ଏଥିରେ କେନ୍ଦ୍ର ସରକାରଙ୍କର କୌଣସି ଭୂମିକା ରହିବ ନାହିଁ, ଯାହାର ଫଳରେ ଅଲପନଙ୍କୁ ଆଉ କୌଣସି ଅସୁବିଧା ହେବ ନାହିଁ ।
ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ ଅବସର ନେବା ପୂର୍ବରୁ କେନ୍ଦ୍ର ସରକାରୀଙ୍କ କାର୍ମିକ ବିଭାଗ ପକ୍ଷରୁ ଏକ କାରଣ ଦର୍ଶାଅ ନୋଟିସ୍ ପଠାଯାଇଥିଲା । ଏଭଳି ପରିସ୍ଥିତିରେ ତାଙ୍କ ବିରୋଧରେ ଅନୁଶାସନହୀନତାର ମାମଲା ଦାୟର କରାଯିବ ବୋଲି ମନେ କରାଯାଉଛି ।
DoPT ସୂତ୍ର ଅନୁଯାୟୀ, ଅନୁସନ୍ଧାନ କମିଟି ଗଠନ କରି ଅଲପନ ବନ୍ଦୋପାଧ୍ୟାୟଙ୍କ ଚାର୍ଜସିଟ୍ ପ୍ରସ୍ତୁତ କରାଯିବ ଏବଂ ତାଙ୍କ ପେନସନ୍ ରୋକାଯିବ । ଆଇଏସ୍ ଅଧିକାରୀଙ୍କ ପାଇଁ ପ୍ରଯୁଜ୍ୟ ଅଲ୍ ଇଣ୍ଡିଆ ସେବା ନିୟମ, 1969 ରେ ସାମାନ୍ୟ ଓ କଠୋର ଦଣ୍ଡ ପାଇଁ ବ୍ୟବସ୍ଥା ରହିଛି, ଯାହା ଜଣେ ଅଧିକାରୀଙ୍କ ଉପରେ କେନ୍ଦ୍ର ଦ୍ୱାରା ଲଗାଯାଇପାରିବ ।
ଏହା ଅଧୀନରେ ବର୍ତ୍ତମାନ ସମୟରେ କାର୍ଯ୍ୟରତ ଅଧିକାରୀଙ୍କ ଉପରେ ନିୟମ ଅନୁଯାୟୀ ସାମାନ୍ୟ କାର୍ଯ୍ୟାନୁଷ୍ଠାନ ଅନ୍ତର୍ଗତ ଏଡଭର୍ସ ଏଣ୍ଟ୍ରି ଇନ୍ ସର୍ଭିସ ବୁକ୍, ପଦୋନ୍ନତି ଉପରେ ପ୍ରତିବନ୍ଧକ, ବେତନ ବୃଦ୍ଧି ଉପରେ ପ୍ରତିବନ୍ଧକ ଏବଂ ଦରମା ହ୍ରାସ କରାଯାଇପାରିବ । ଏଥି ସହିତ ଯଦି ଅବସର ପରେ କାର୍ଯ୍ୟାନୁଷ୍ଠାନ ନିଆଯାଏ, ତେବେ ସେହି ଅଧିକାରୀଙ୍କ ପେନସନ, ଗ୍ରାଚ୍ୟୁଇଟି ଏବଂ CGHS ସୁବିଧା ବନ୍ଦ ହୋଇପାରିବ ।
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଲପନ ବନ୍ଦୋପାଧ୍ୟାୟ ତିନି ମାସର ସେବା ବିସ୍ତାରକୁ ଛାଡ଼ି ଅବସର ନେବାର ନିଷ୍ପତ୍ତି କେନ୍ଦ୍ରର ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଏଡ଼ାଇବା ପାଇଁ ନେଇଛନ୍ତି । ସେବାର ବିସ୍ତାର ସ୍ଥିତିରେ ଯଦି ସେ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିଥାନ୍ତେ, ତେବେ ତାଙ୍କ ବିରୋଧରେ ଆଦେଶର ଅବମାନନା ଅଭିଯୋଗରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଥାନ୍ତା । ଏଭଳି ପରିସ୍ଥିତିରେ ତାଙ୍କର ପେନସନ୍ ଓ ଗ୍ରାଚ୍ୟୁଇଟି ବନ୍ଦ ହୋଇଥାନ୍ତା, କିନ୍ତୁ ଏଥିରେ କ୍ୟାଡର ଓ ନିୟନ୍ତ୍ରକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।