Coronavirus in India: ବର୍ତ୍ତମାନ ଦେଶରେ କୋରୋନା ମାମଲାରେ ଲଗାତାର ହ୍ରାସ ରେକର୍ଡ କରାଯାଉଛି । ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ ସାମାନ୍ୟ କମି ଦେଖାଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୨୭ ହଜାର ୫୧୦ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ବଡ କଥା ହେଉଛି ଦେଶରେ ଶେଷ ଥର ପାଇଁ ୧ ଲକ୍ଷ ୨୭ ହଜାରରୁ କମ୍ କୋରୋନା ମାମଲା ଏପ୍ରିଲ ୧୩ର
Trending Photos
ନୂଆଦିଲ୍ଲୀ: Coronavirus in India: ବର୍ତ୍ତମାନ ଦେଶରେ କୋରୋନା ମାମଲାରେ ଲଗାତାର ହ୍ରାସ ରେକର୍ଡ କରାଯାଉଛି । ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ ସାମାନ୍ୟ କମି ଦେଖାଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୨୭ ହଜାର ୫୧୦ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ବଡ କଥା ହେଉଛି ଦେଶରେ ଶେଷ ଥର ପାଇଁ ୧ ଲକ୍ଷ ୨୭ ହଜାରରୁ କମ୍ କୋରୋନା ମାମଲା ଏପ୍ରିଲ ୧୩ରେ ଆସିଥିଲା । ସେହି ସମୟରେ ଦେଶରେ ୧ ଲକ୍ଷ ୨୬ ହଜାର କୋରୋନା ମାମଲା ଚିହ୍ନଟ ହୋଇଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭୯୫ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୫୫ ହଜାର ୨୮୭ ଲୋକ ଆରୋଗ୍ୟ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ:-ଶସ୍ତା ହେଲା LPG ସିଲିଣ୍ଡର, ଏବେ ଏହି ରେଟରେ ମିଳିବ ଅଣ-ସବସିଡି ଯୁକ୍ତ ଗ୍ୟାସ୍
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୨ କୋଟି ୮୧ ଲକ୍ଷ ୭୫ ହଜାର ୪୪ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୨ କୋଟି ୫୯ ଲକ୍ଷ ୪୭ ହଜାର ୬୨୯ ସଂକ୍ରମିତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।
ବର୍ତ୍ତମାନ ସମୟରେ ଦେଶରେ ମୋଟ ୧୮ ଲକ୍ଷ ୯୫ ହଜାର ୫୨୦ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩ ଲକ୍ଷ ୩୧ ହଜାର ୮୯୫ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୨୧ କୋଟି ୬୦ ଲକ୍ଷ ୪୬ ହଜାର ୬୩୮ କୋରୋନା ଟିକାର ଡୋଜ୍ ଲାଗିସାରିଛି ।
ଅଧିକ ପଢ଼ନ୍ତୁ:-ପେଟ୍ରୋଲ-ଡିଜେଲ ଦରରେ ଲାଗିଲା ନିଆଁ, ରେକର୍ଡ ରେକର୍ଡ ସ୍ତରରେ ପହଞ୍ଚିଲା ମୂଲ୍ୟ
ଏଠାରେ କହି ରଖୁଛୁ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭ ଲକ୍ଷ ୮୦ ହଜାର ୫୮ କୋରୋନା ଟିକାର ଡୋଜ୍ ଲାଗିଛି । ଯାହା ପରେ ବର୍ତ୍ତମାନ ସୁଦ୍ଧା ମୋଟ ୨୧ କୋଟି ୬୦ ଲକ୍ଷ ୪୬ ହଜାର ୬୩୮ କୋରୋନା ଟିକାର ଡୋଜ୍ ଲାଗିସାରିଛି । ସେପଟେ ଭାରତୀୟ ମେଡିକାଲ ରିସର୍ଚ୍ଚ କାଉନସିଲ କହିଛି ଯେ ଗତକାଲି ପର୍ଯ୍ୟନ୍ତ ଭାରତରେ କୋରୋନା ଭୂତାଣୁ ପାଇଁ ମୋଟ ୩୪ କୋଟି ୬୭ ଲକ୍ଷ ୯୨ ହଜାର ୨୫୭ ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୧୯ ଲକ୍ଷ ହଜାର ୩୭୪ ନମୁନା ପରୀକ୍ଷା କରାଯାଇଛି ।
ଅଧିକ ପଢ଼ନ୍ତୁ:-ଏହି ଦିନଠାରୁ ବଢ଼ିଯିବ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ସରକାରୀ କର୍ମଚାରୀଙ୍କ ଦରମା, ଜାଣନ୍ତୁ ଏବେ ପ୍ରତି ମାସରେ ଆକାଉଣ୍ଟରେ ଆସିବ କେତେ ଟଙ୍କା
ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ କୋରୋନର ୧୫,୦୭୭ ନୂଆ ମାମଲା ଚିହ୍ନଟ ହୋଇଥିବାର ଜଣାପଡିଛି । ଏହି ସମୟରେ ୩୩,୦୦୦ ଲୋକଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ଏବଂ ୧୮୪ ସଂକ୍ରମିତଙ୍କ ମୃତ୍ୟୁ ରେକର୍ଡ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୫୭ ଲକ୍ଷ ୪୬ ହଜାର ୮୯୨ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେପଟେ ରାଜ୍ୟରେ ବର୍ତ୍ତମାନ ସମୟରେ ମୋଟ ୨ ଲକ୍ଷ ୫୩ ହଜାର ୩୬୭ ସକ୍ରିୟ କୋରୋନା ମାମଲା ରହିଛି ।