Anurag Thakur On Rahul Gandhi: ଲୋକସଭାରେ ବିଜେପି ସାଂସଦ ଅନୁରାଗ ଠାକୁର ଶୁକ୍ରବାର ଦିନ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, କଂଗ୍ରେସ ଏବଂ ରାହୁଲ ଗାନ୍ଧୀ ଗାଜାକୁ ନେଇ ତ ଚିନ୍ତାପ୍ରକଟ କରନ୍ତି କିନ୍ତୁ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ନିରବ ହୋଇଯାନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ମାଧ୍ୟମରେ ବାଂଲାଦେଶର ଅନ୍ତରୀଣ ସରକାରର ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ କହିଥିଲେ ଆମର ଯେଉଁ ହିନ୍ଦୁ ତଥା ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ସେଠାରେ ଅଛନ୍ତି, ସେମାନଙ୍କ ସୁରକ୍ଷା ତଥା ବିକାଶ ନିଶ୍ଚିତ ହେବା ଉଚିତ୍ କିନ୍ତୁ କଂଗ୍ରେସ ଏହା କରି ନଥିଲା।


COMMERCIAL BREAK
SCROLL TO CONTINUE READING

ଅନିରାଗ ଠାକୁର କହିଛନ୍ତି ଯେ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବାବେଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଓ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ହିନ୍ଦୁ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ବିଷୟରେ ମଧ୍ୟ ଉଲ୍ଲେଖ କରିନାହାଁନ୍ତି। ସେ କହିଛନ୍ତି ଯେ ଦୁର୍ଭାଗ୍ୟଜନକ ଯେ ଯେତେବେଳେ ବିରୋଧୀ ଦଳର ନେତା ତଥା କଂଗ୍ରେସ ସଭାପତି ବାଂଲାଦେଶର ଅନ୍ତରୀଣ ସରକାରଙ୍କ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ, ସେମାନେ ସେଠାରେ ଥିବା ହିନ୍ଦୁମାନଙ୍କ ସୁରକ୍ଷା ବିଷୟରେ ପଦଟିଏ ଉଲ୍ଲେଖ କରିନଥିଲେ। ସେ ପ୍ରଶ୍ନ କରିଥିଲେ ଏପରି କଣ ମଜବୁରି ଥିଲା ଯେ ହିନ୍ଦୁ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ବିଷୟରେ କହିଲେ ନାହିଁ? ଯେତେବେଳେ କି କଂଗ୍ରେସ ଗାଜାକୁ ନେଇ ବଡ ବଡ କଥା କହିଥିଲା।



କହିରଖୁଛୁ ଯେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ଗୁରୁବାର ଦିନ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ମହମ୍ମଦ ୟୁନୁସ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଅଭିନନ୍ଦନ ଜଣାଇଥିଲେ। ଏଥିସହ ବାଂଲାଦେଶର ହିନ୍ଦୁ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱର ଉତ୍ତୋଳନ କରିଛନ୍ତି ଏବଂ ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ମହମ୍ମଦ ୟୁନୁସଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି।


ଅନ୍ୟପକ୍ଷରେ ଲୋକସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ମହମ୍ମଦ ୟୁନୁସଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ତାଙ୍କ ଅଭିନନ୍ଦନ ବାର୍ତ୍ତାରେ ସେ ବାଂଲାଦେଶରେ ହିନ୍ଦୁ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ କିଛି କହି ନାହାଁନ୍ତି। ବିଜେପି ଅଭିଯୋଗ କରିଛି ଯେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ କଂଗ୍ରେସର ସମସ୍ତ ନେତା ଗୋଟିଏ ବି ଶବ୍ଦ କହି ନାହାଁନ୍ତି। ଏହି କାରଣରୁ ବିଜେପି କ୍ରମାଗତ ଭାବେ କଂଗ୍ରେସକୁ ଟାର୍ଗେଟ କରୁଛି।


Also Read: NEET PG ସ୍ଥଗିତ ରଖିବାକୁ ମନା କଲେ SC, ନିର୍ଦ୍ଧାରିତ ତାରିଖରେ ଅନୁଷ୍ଠିତ ହେବ ପରୀକ୍ଷା