NEET PG ସ୍ଥଗିତ ରଖିବାକୁ ମନା କଲେ SC, ନିର୍ଦ୍ଧାରିତ ତାରିଖରେ ଅନୁଷ୍ଠିତ ହେବ ପରୀକ୍ଷା
Advertisement
Article Detail0/zeeodisha/odisha2376303

NEET PG ସ୍ଥଗିତ ରଖିବାକୁ ମନା କଲେ SC, ନିର୍ଦ୍ଧାରିତ ତାରିଖରେ ଅନୁଷ୍ଠିତ ହେବ ପରୀକ୍ଷା

NEET PG 2024 ପରୀକ୍ଷା ସ୍ଥଗିତ ରଖିବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଅଦାଲତ କହିଛନ୍ତି ଯେ ୨ ଲକ୍ଷ ଛାତ୍ରଛାତ୍ରୀଙ୍କ କ୍ୟାରିଅରକୁ ବିପଦରେ ପକାଇପାରିବୁ ନାହିଁ।

 

NEET PG Exam 2024

NEET PG ପରୀକ୍ଷା ସ୍ଥଗିତ ରଖିବାକୁ କିମ୍ବା ପୁନଃ ନିର୍ଦ୍ଧାରଣ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। NEET PG ର ପରିକ୍ଷା ସ୍ଥିର ହୋଇଥିବା ତାରିଖ ୧୧ ଅଗଷ୍ଟରେ ହେବ। ସର୍ବୋଚ୍ଚ ଅଦାଲତରେ ଦାଖଲ ହୋଇଥିବା ପିଟିସନରେ ସ୍ଥଗିତାଦେଶ ଏବଂ ପୁନଃ ସ୍ଥିର କରିବାକୁ କୁହାଯାଇଥିଲା। ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ୍ ଓ ଜଷ୍ଟିସ ଜେ.ବି ପରଦୀୱାଲା ଏବଂ ମନୋଜ ମିଶ୍ରଙ୍କ ଏକ ବେଞ୍ଚ ଏହି ଆବେଦନର ଶୁଣାଣି କରିଛି। ଶୁଣାଣି ସମୟରେ ବେଞ୍ଚ କହିଛନ୍ତି ଯେ ଏହା ଏକ ଆଦର୍ଶ ଦୁନିଆ ନୁହେଁ ଏବଂ ଆମେ ଏକ ନୂତନ ଶିକ୍ଷା ନୀତି ପ୍ରସ୍ତୁତ କରିପାରିବୁ ନାହିଁ। ଆମେ ପରୀକ୍ଷା ପୁନଃ ସ୍ଥିର କରିବୁ ନାହିଁ। ପାଞ୍ଚ ଆବେଦନକାରୀ ପ୍ରାର୍ଥୀଙ୍କ ଉଦ୍ଦେଶ୍ୟରେ ଆମେ ଦୁଇ ଲକ୍ଷ ଛାତ୍ରଙ୍କ କ୍ୟାରିଅରକୁ ବିପଦରେ ପକାଇ ପାରିବୁ ନାହିଁ।

ପ୍ରଧାନ ବିଚାରପତି (CJI) କହିଛନ୍ତି, "ଆମେ ଏଭଳି ପରୀକ୍ଷାକୁ କିପରି ସ୍ଥଗିତ ରଖିପାରିବା? ସଞ୍ଜୟ ହେଗଡେ (ଆବେଦନକାରୀଙ୍କ ତରଫରୁ ହାଜର ହେବାକୁ ଥିବା ବରିଷ୍ଠ ଆଡଭୋକେଟ୍) ଆଜିକାଲି ଲୋକମାନେ ପରୀକ୍ଷାକୁ ସ୍ଥଗିତ ରଖିବାକୁ କୁହନ୍ତି। ଏହା ଏକ ଆଦର୍ଶ ଦୁନିଆ ନୁହେଁ। ଆମେ କୌଣସି ଶିକ୍ଷାବିତ୍ ନୋହୁଁ। ଆମେ ପରୀକ୍ଷାକୁ ପୁନଃ ସ୍ଥିର କରିବୁ ନାହିଁ ଯଦି ଆମେ ଏହାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେବୁ ତେବେ ଦୁଇ ଲକ୍ଷ ଛାତ୍ର ଏବଂ ଚାରି ଲକ୍ଷ ଅଭିଭାବକ ସପ୍ତାହକ ମଧ୍ୟରେ କାନ୍ଦିବେ। ଆମେ ଏତେ ସଂଖ୍ୟକ ପ୍ରାର୍ଥୀଙ୍କ କ୍ୟାରିଅରକୁ ବିପଦରେ ପକାଇ ପାରିବୁ ନାହିଁ। ଏହି ଆବେଦନ ପଛରେ କିଏ ଅଛନ୍ତି ତାହା ଆମେ ଜାଣି ନାହୁଁ।"

ଆବେଦନରେ କୁହାଯାଇଥିଲା ଯେ ପ୍ରାର୍ଥୀଙ୍କୁ ଏପରି ସହରରେ ପରୀକ୍ଷା କେନ୍ଦ୍ର ବଣ୍ଟନ କରାଯାଇଛି ଯେଉଁଠାରେ ପହଞ୍ଚିବା ସୁବିଧାଜନକ ନୁହେଁ। ଏହା ବ୍ୟତୀତ ପରୀକ୍ଷା ଦୁଇଟି ସିଫ୍ଟରେ କରାଯାଉଛି ବୋଲି ମଧ୍ୟ କୁହାଯାଇଥିଲା କିନ୍ତୁ ନର୍ମାଲାଇଜେସନ ବିଷୟରେ ଛାତ୍ରମାନଙ୍କୁ କୌଣସି ସୂଚନା ଦିଆଯାଇ ନାହିଁ। ଏହାପୂର୍ବରୁ ଆବେଦନକାରୀ ବିଶାଲ ସୋରେନ ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଡଭୋକେଟ ଅନାସ ତନଭୀର ବେଞ୍ଚ ସମ୍ମୁଖରେ ଏହି ଆବେଦନ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ତୁରନ୍ତ ଶୁଣାଣି କରିବାକୁ ଦାବି କରିଥିଲେ। କହିରଖୁଛୁ ଯେ ୨୩ ଜୁନରେ NEET PG ପରିକ୍ଷା ଅନୁଷ୍ଠିତ ହେବାର ଥିଲା। କିନ୍ତୁ ପରୀକ୍ଷାରେ ଅନିୟମିତତା ହେବାର ଭୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ପରୀକ୍ଷାକୁ ସ୍ଥଗିତ ରଖିଥିଲେ।