Suspects arrested in Terror Link: ରାଜ୍ୟର ଜାରି ରହିଥିବା ଆତଙ୍କ ଦମନ ଅଭିଯାନରେ ଏକ ବଡ଼ ସଫଳତା ପାଇଛି ଆସାମ ପୋଲିସ। ରାଜ୍ୟର ମୋରିଗାଓଁ ଜିଲ୍ଲା ପୋଲିସ ଆତଙ୍କବାଦୀ ସଙ୍ଗଠନ ଅଂସରୁଲ୍ଲାହା ବାଙ୍ଗଲା ଦଳ ସହ ଜଡ଼ିତ ରହିଥିବା  ୨ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ପରିଚୟ ମିଳିଛି। ସେମାନ ହେଉଛନ୍ତି ମୁସାଦିକ ହୁସୈନ୍ ଏବଂ ଇକରାମୁଲ ଇସଲାମ। ବର୍ତ୍ତମାନ ଗିରଫ ସଦିଗ୍ଧଙ୍କ ବାବଦରେ ଯାଞ୍ଚ କରୁଛି ଆାସାମ ପୋଲିସ। 


COMMERCIAL BREAK
SCROLL TO CONTINUE READING

ଏହି ଘଟଣାରେ ମିଳିଥିବା ଖବର ଅନୁସାରେ ଗିରଫ ସନ୍ଦିଗ୍ଧ ଇକରାମୁଲ ଇସଲାମ ହେଉଛି ଜଣେ ଇମାମ। ଯାହାକୁ ରାଜ୍ୟର ନାଗାଁଓ ଜିଲ୍ଲାରୁ ଗିରଫ କରିଛି ଆସାମ ପୋଲିସ। ଅନ୍ୟପକ୍ଷରେ ମୁସାଦିକ ହୁସୈନଙ୍କୁ ମୋରିଗାଓଁ ଜିଲ୍ଲାର ମୋଇରାବରୀ ଅଞ୍ଚଳରୁ ଗିରଫ କରାଯାଇଛି। ମୋରିଗାଓଁ ଜିଲ୍ଲା ପୋଲିସ ଅଧୀକ୍ଷକ ଅପର୍ନା ଏନଙ୍କ ଅନୁଯାୟୀ ଗିରଫ ହୋଇଥିବା ୨ ସଦିଗ୍ଧ ଆତଙ୍କବାଦୀ ସଙ୍ଗଠନ ଅଂସରୁଲ୍ଲାହା ବାଙ୍ଗଲା ଦଳ ସହ ସମ୍ପୃକ୍ତ ଅଛନ୍ତି।


ଗତ ମାସରେ ଆସାମ ପୋଲିସ ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ରାଜ୍ୟରୁ ୨ ଜଣ ସଦିଗ୍ଧଙ୍କୁ ଗିରଫ କରିସାରିଛି। ଗତ ଅଗଷ୍ଟ ୨୧ ତାରିଖରେ ଗୋଲପାରା ଜିଲ୍ଲାର ଅଲ-କାଏଦା ଭାରତୀୟ ଉପମହାଦେଶ ଏବଂ ଅଂସରୁଲ୍ଲାହା ବାଙ୍ଗଲା ଦଳ ଆତଙ୍କବାଦୀ ଗୋଷ୍ଠୀ ସହ ଜଡିତ ୨ ଜଣ ସନ୍ଦିଗ୍ଧଙ୍କୁ ପୋଲିସ ଗିରଫ କରିଛି। ଗିରଫ ସଦିଗ୍ଧ ହେଉଛନ୍ତି ଇମାମ ଅବଦୁସ ସୁଭାନ ଏବଂ ଜାଲାଲୁଦ୍ଦୀନ ଶେଖ। 


Also Read: Al Qaeda Terror Module: ଟେରର ମୋଡ୍ୟୁଲ ଚଳାଇବା ଅଭିଯୋଗରେ ୧୨ ଗିରଫ


 


ଗତ ମାସରେ ମୋରିଗାଓଁ ଜିଲ୍ଲା ପ୍ରଶାସନ ମୋଇରାବରୀ ଠାରେ ଏକ ମଦ୍ରାସା ଭାଙ୍ଗି ଦେଇଥିଲା। ସେହି ସମୟ ମଧ୍ୟରେ ସ୍ଥାନୀୟ ପୋଲିସ ଏହି ଧାର୍ମିକ ଶିକ୍ଷାନୁଷ୍ଠାନ ପରିସରରେ ଏକ ଆତଙ୍କବାଦୀ ମଡ୍ୟୁଲ ବାବଦରେ ପର୍ଦ୍ଦାଫାଶ କରିଛି। ରାଜ୍ୟରେ ଆତଙ୍କବାଦୀ ସଙ୍ଗଠନ ସହ ମିଳିତ ହେବା ପାଇଁ ଇମାମ ଏବଂ ମଦ୍ରାସା ଶିକ୍ଷକଙ୍କ ସମେତ ପ୍ରାୟ ୪୦ ଜଣଙ୍କୁ ଗିରଫ କରାଯିବା ପରେ ଆସାମ ସରକାର ସମଗ୍ର ରାଜ୍ୟରେ ତିନୋଟି ମଦ୍ରାସା ଭାଙ୍ଗି ଦେଇଛନ୍ତି। ମଦ୍ରାସା ଉପରେ  ଆସାମ ସରକାର ବୁଲଡୋଜର ଚଢାଇ ଦେବା ପରେ କିଛି ରାଜନୈତିକ ଦଳ ଏହାକୁ ଏକ ରାଜନୈତିକ ପ୍ରସଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି।


ଗତ ମାସରେ ସନ୍ଧ୍ୟାରେ ଆସାମ ପୋଲିସ ରାଜ୍ୟର ଗୋଲପାରା ଜିଲ୍ଲାରୁ (Goalpara District Assam) ୨ ଜଣ ଇମାମଙ୍କୁ ଗିରଫ କରିଛି। ଯାହାର ଅଲ କାଏଦା ଇଣ୍ଡିଆନ ସବକଣ୍ଟିନେଣ୍ଟ (Al Qaeda Indian Subcontinent-AQIS) ଏବଂ ଅନସରୁଲ୍ଲା ବଙ୍ଗଳା ଦଳ (Ansarullah Bangla Team-ABT) ସହ ସମ୍ପୃକ୍ତି ରହିଥିବା ଜଣାପଡିଛି। ଏନେଇ କୁହାଯାଉଛି ଯେ ଉଭୟେ ରାଜ୍ୟରେ ବିଭିନ୍ନ ଆତଙ୍କବାଦୀ ମଡ୍ୟୁଲ ସହ ଜଡିତ ରହିଥିଲେ। ଯେଉଁମାନଙ୍କ ବାବଦରେ ଗତ ମାସରେ ପର୍ଦ୍ଦାଫାଶ କରାଯାଇଥିଲା। ରିପୋର୍ଟ ଅନୁଯାୟୀ ଆସାମ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରୁ ଇସଲାମ ଗୋଷ୍ଠୀର ୩୦ ଜଣ ସଦସ୍ୟଙ୍କୁ ଗିରଫ କରିଛି।


ରାଜ୍ୟରେ ଅଲ କାଏଦା ଆତଙ୍କବାଦୀ ସଙ୍ଗଠନ ସହ ଜଡିତ ଏକ ବାଂଲାଦେଶୀ ଗୋଷ୍ଠୀର ପର୍ଦ୍ଦାଫାଶ କରିଛି ଆସାମ ପୋଲିସ। ମଦ୍ରାସା ଠାରେ ଆତଙ୍କବାଦୀ ମୋଡ୍ୟୁଲ ଚଳାଇବା ଅଭିଯୋଗରେ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି। ସେମାନେ ଦେ ବିରୋଧି କାର୍ଯ୍ୟ ତଥା ଆତଙ୍କବାଦୀ ଆର୍ଥିକ କାର୍ଯ୍ୟକଳାପ ଚଳାଇଥିବାର ସନ୍ଦେହ କରାଯାଉଥିଲା।


Also Read: Assam: ରାଜ୍ୟର ମସଜିଦ-ମଦ୍ରାସା ବାବଦରେ ବଡ଼ ପଦକ୍ଷେପ ନେଲେ ଆସାମ ସରକାର


 


ଏହି ଘଟଣାରେ ପ୍ରତିକ୍ରିୟା ରଖି ଆସାମ ପୋଲିସ (Assam Police) ଏଡିଜି ସ୍ପେଶାଲ ବ୍ରାଞ୍ଚ ହିରେନ ନାଥ କହିଛନ୍ତି ଯେ ମୋରିଗାଓଁ ସ୍ଥିତ ମାଦ୍ରାସାରେ ଜିହାଦୀ ପାଠ୍ୟକ୍ରମ (Jihadi Courses in Madrasa) ପାଇଁ କୋଲକାତା ନିକଟସ୍ଥ ହାୱାଡା ଅଞ୍ଚଳରୁ (Howrah area of Kolkata) ଟଙ୍କା ଆସୁଥିଲା। ଏହି ଘଟଣାରେ ମୁସ୍ତାଫା ମୁଫତି ନାମକ ଜଣେ ଯୁବକ ଜଡିତ ରହିଛି। ଯିଏ ଅନେକ ଥର କୋଲକାତା ଯାଇଥିଲେ। ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ (Unlawful Activities Prevention Act) ୟୁଏପିଏ (UAPA) ଅନୁଯାୟୀ ମୁସ୍ତାଫା ମୁଫତି ବିରୋଧରେ ଅଭିଯୋଗ ଦାଏର କରାଯାଇଛି।