Al Qaeda Terror Module: ଟେରର ମୋଡ୍ୟୁଲ ଚଳାଇବା ଅଭିଯୋଗରେ ୧୨ ଗିରଫ
Advertisement

Al Qaeda Terror Module: ଟେରର ମୋଡ୍ୟୁଲ ଚଳାଇବା ଅଭିଯୋଗରେ ୧୨ ଗିରଫ

Terror Module in Assam: ରାଜ୍ୟରେ ଏକ ଜାତୀୟ ସମନ୍ୱିତ ଅପରେସନ ମାଧ୍ୟମରେ ଦୁଇଟି ପ୍ରମୁଖ ଆତଙ୍କବାଦୀ ମୋଡ୍ୟୁଲ୍ ଘଟଣାର ପର୍ଦ୍ଦାଫାଶ କରାଯାଇଛି। 

Al Qaeda Terror Module: ଟେରର ମୋଡ୍ୟୁଲ ଚଳାଇବା ଅଭିଯୋଗରେ ୧୨ ଗିରଫ

Assam Police busted Terror Module: ରାଜ୍ୟରେ ଅଲ କାଏଦା ଆତଙ୍କବାଦୀ ସଙ୍ଗଠନ ସହ ଜଡିତ ଏକ ବାଂଲାଦେଶୀ ଗୋଷ୍ଠୀର ପର୍ଦ୍ଦାଫାଶ କରିଛି ଆସାମ ପୋଲିସ। ମଦ୍ରାସା ଠାରେ ଆତଙ୍କବାଦୀ ମୋଡ୍ୟୁଲ ଚଳାଇବା ଅଭିଯୋଗରେ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି। ସେମାନେ ଦେ ବିରୋଧି କାର୍ଯ୍ୟ ତଥା ଆତଙ୍କବାଦୀ ଆର୍ଥିକ କାର୍ଯ୍ୟକଳାପ ଚଳାଇଥିବାର ସନ୍ଦେହ କରାଯାଉଥିଲା।

ଏହି ଘଟଣାରେ ପ୍ରତିକ୍ରିୟା ରଖି ଆସାମ ପୋଲିସ (Assam Police) ଏଡିଜି ସ୍ପେଶାଲ ବ୍ରାଞ୍ଚ ହିରେନ ନାଥ କହିଛନ୍ତି ଯେ ମୋରିଗାଓଁ ସ୍ଥିତ ମାଦ୍ରାସାରେ ଜିହାଦୀ ପାଠ୍ୟକ୍ରମ (Jihadi Courses in Madrasa) ପାଇଁ କୋଲକାତା ନିକଟସ୍ଥ ହାୱାଡା ଅଞ୍ଚଳରୁ (Howrah area of Kolkata) ଟଙ୍କା ଆସୁଥିଲା। ଏହି ଘଟଣାରେ ମୁସ୍ତାଫା ମୁଫତି ନାମକ ଜଣେ ଯୁବକ ଜଡିତ ରହିଛି। ଯିଏ ଅନେକ ଥର କୋଲକାତା ଯାଇଥିଲେ। ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ (Unlawful Activities Prevention Act) ୟୁଏପିଏ (UAPA) ଅନୁଯାୟୀ ମୁସ୍ତାଫା ମୁଫତି ବିରୋଧରେ ଅଭିଯୋଗ ଦାଏର କରାଯାଇଛି।

ଗତ ମାର୍ଚ୍ଚ ମାସରେ ପଶ୍ଚିମବଙ୍ଗ ପୋଲିସ (West Bengal Police) ରାଜ୍ୟର ହାୱଡ଼ା ଅଞ୍ଚଳରୁ ଅମିତୁଦ୍ଦିନ ନାମକ ଜଣେ ଜିହାଦୀକୁ ଗିରଫ କରିଥିଲା। ଗିରଫ ଅମିନୁଦ୍ଦିନ ମୁସ୍ତାଫା ମୁଫତିକୁ ବ୍ୟାଙ୍କ ଜରିଆରେ ଟଙ୍କା ପଠାଉଥିଲେ। ମଦ୍ରାସା ନାମରେ ଜିହାଦୀ ପାଠ ପଢାଇବା ପାଇଁ ଆସାମ ପୋଲିସ ଗୁରୁବାର ମୁସ୍ତାଫାଙ୍କୁ ଗିରଫ କରିଥିଲା। ପରେ ମୋରିଗାଓଁ ଅଞ୍ଚଳରୁ ଅଫସରୁଦ୍ଦୀନ ଭୁଇୟା ନାମକ ଅନ୍ୟ ଜଣେ ଜିହାଦୀକୁ ଗିରଫ କରାଯାଇଥିଲା। ବାରପେଟା ମୋଡ୍ୟୁଲ (Barpeta Terror Module) ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଜଣ ଜିହାଦୀଙ୍କୁ ଗିରଫ କରାଯାଇଛି।

ଏହି ଘଟଣାରେ ପ୍ରତିକ୍ରିୟା ରଖି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା (Assam CM Himant Biswa Sharma) କହିଛନ୍ତି ରାଜ୍ୟରେ ଏକ ଜାତୀୟ ସମନ୍ୱିତ ଅପରେସନ ମାଧ୍ୟମରେ ଦୁଇଟି ପ୍ରମୁଖ ଆତଙ୍କବାଦୀ ମୋଡ୍ୟୁଲ୍ ଘଟଣାର ପର୍ଦ୍ଦାଫାଶ କରାଯାଇଛି। ପୋଲିସ୍ ଅଧିକ୍ଷକ ଅମିତାଭ ସିହ୍ନା କହିଛନ୍ତି ଯେ ୧୨ ଜଣ ସନ୍ଦିଗ୍ଧ ଜୀହାଦୀଙ୍କ ମଧ୍ୟରୁ ୧୦ ଜଣ ବାରପେଟା ଜିଲ୍ଲାର ଜାନିଆ ଅଞ୍ଚଳରୁ ଗିରଫ ହୋଇଥିବାବେଳେ ଅନ୍ୟଜଣେ ରାଜଧାନୀ ଗୌହାଟିରୁ ଗିରଫ ହୋଇଛି।

ଅଂସାରୁଲ ଇସଲାମ ହେଉଛି ଏକ ଗୋଷ୍ଠୀ ଯିଏ ଭାରତୀୟ ଉପମହାଦେଶରେ ଆତଙ୍କବାଦୀ ସଙ୍ଗଠନ ଅଲ-କାଏଦା (Al Qaeda Indian Subcontinent-AQIS) ସହିତ ଜଡିତ। ଏହି ଗୋଷ୍ଠୀ ସହ ଜଡିତ ରହିବା ଅଭିଯୋଗରେ ପୋଲିସ ଅନ୍ୟ ୭ ଜଣଙ୍କୁ ଗିରଫ କରିଛି। ଯେଉଁମାନେ ହେଉଛନ୍ତି ମଦ୍ରାସା ଶିକ୍ଷକ। ଗତ ୨୦୧୯ ପର ଠାରୁ ମୁସ୍ତାଫା ମୁଫତି କିଛି ମାସ ମଧ୍ୟରେ କୋଲକାତା ଏବଂ ବାରପେଟା ଜିଲ୍ଲାରେ ଗିରଫ ହୋଇଥିବା ଅଂସରୁଲ ଇସଲାମ ସଦସ୍ୟ ଅମୀରୁଦ୍ଦୀନ ଅନସାରୀ ଏବଂ ମାମୁନ ରଶିଦଙ୍କ ସହ ଅନେକ ଆର୍ଥିକ କାରବାର କରିଥିଲା। ଏହି ଘଟଣାରେ ମୁସ୍ତାଫା ମୁଫତିର ବ୍ୟାଙ୍କ ଆକାଉଣ୍ଟ ଜବତ କରାଯିବା ସହ ଏହା ମାଧ୍ୟମରେ ହୋଇଥିବା କାରବାର ବାବଦରେ ୟାଞ୍ଚ କରାଯାଉଛି। ଅନୁସନ୍ଧାନ ବେଳେ ଏକଥା ମଧ୍ୟ ଜଣାପଡ଼ିଛି ସେ ମାଦ୍ରାସାର ଅନ୍ୟ ଦେଶରୁ ପଳାତକଙ୍କୁ ଆଶ୍ରୟ ଦେଇଥିଲା।

Also Read: ଦେଶରେ ଅଲକାଏଦା ଆତଙ୍କୀ ସଙ୍ଗଠନର ମଡ୍ୟୁଲ ହେଲା ପର୍ଦ୍ଦାଫାଶ; ୨ ବାଂଲାଦେଶୀ ଗିରଫ

Also Read: Ram Mandir ଉପରେ ଥିଲା ଆତଙ୍କବାଦୀଙ୍କ ନଜର; Kashi-Mathura ନକ୍ସା ଜବତ କଲା UP ATS

Also Read: ବଡ ଧରଣର ଆକ୍ରମଣ ପଣ୍ଡ, କେରଳ-ପଶ୍ଚିମବଙ୍ଗରୁ ୯ ସଦିଗ୍ଧ ଅଲକାଏଦା ଆତଙ୍କବାଦୀଙ୍କୁ ଉଠାଇନେଲା NIA