Assam: ରାଜ୍ୟର ମସଜିଦ-ମଦ୍ରାସା ବାବଦରେ ବଡ଼ ପଦକ୍ଷେପ ନେଲେ ଆସାମ ସରକାର
Advertisement
Article Detail0/zeeodisha/odisha1314036

Assam: ରାଜ୍ୟର ମସଜିଦ-ମଦ୍ରାସା ବାବଦରେ ବଡ଼ ପଦକ୍ଷେପ ନେଲେ ଆସାମ ସରକାର

Terror Module in Assam: ଶନିବାର ସନ୍ଧ୍ୟାରେ ଆସାମ ପୋଲିସ ରାଜ୍ୟର ଗୋଲପାରା ଜିଲ୍ଲାରୁ ୨ ଜଣ ଇମାମଙ୍କୁ ଗିରଫ କରିଛି। ଯାହାର ଅଲ କାଏଦା ଇଣ୍ଡିଆନ ସବକଣ୍ଟିନେଣ୍ଟ ଏବଂ ଅନସରୁଲ୍ଲା ବଙ୍ଗଳା ଦଳ ସହ ସମ୍ପୃକ୍ତି ରହିଥିବା ଜଣାପଡିଛି।

Assam: ରାଜ୍ୟର ମସଜିଦ-ମଦ୍ରାସା ବାବଦରେ ବଡ଼ ପଦକ୍ଷେପ ନେଲେ ଆସାମ ସରକାର

Assam Masjid and Madrasa: ଗତ ୨ ମାସ ଧରି ରାଜ୍ୟରେ ଆସାମ ପୋଲିସ ପକ୍ଷରୁ ଆତଙ୍କବାଦୀ ମଡ୍ୟୁଲ ବିରୋଧରେ କରାଯାଇଥିବା ଅପରେସନ ଜରିଆରେ କେତେକ ମସଜିଦ ଏବଂ ମଦ୍ରାସା ଶିକ୍ଷକଙ୍କୁ ଗିରଫ କରାଯାଇଛି। ଏହା ପରେ ଆସାମ ସରକାର ମସଜିଦ ଏବଂ ମଦ୍ରାସା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏନେଇ ନିଆଯାଇଥିବା ପଦକ୍ଷେପ ଅନୁସାରେ ମସଜିଦ ଏବଂ ମାଦ୍ରାସା ଲାଗି ହେଉଥିବା ଶିକ୍ଷକ ନିଯୁକ୍ତି ପାଇଁ ସ୍ୱତନ୍ତ୍ର ସଞ୍ଚାଳନ ପ୍ରକ୍ରିୟା (Special Operating Procedure) ଜାରି କରିଛନ୍ତି ଆସାମ ସରକାର। 

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା (Assam CM Himanta Biswa Sarma) ରାଜ୍ୟର ସମସ୍ତ ମୁସଲମାନ ସମ୍ପ୍ରଦାୟକୁ (Assamese Muslim Community) ନିବେଦନ କରିଛନ୍ତି ଯେ ଯଦି ସେମାନଙ୍କ ଅଞ୍ଚଳରେ ଅବସ୍ଥିତ କୌଣସି ମସଜିଦକୁ ନୂତନ ଇମାମ (Masjid Imam) କିମ୍ବା କିମ୍ବା ମଦ୍ରାସାକୁ ନୂତନ ଶିକ୍ଷକ (Madrasa Teacher) ଆସନ୍ତି ତାହେଲେ ଏ ବାବଦରେ ପୋଲିସ ପ୍ରଶାସନକୁ (Assam Police) ଜଣାନ୍ତୁ। ପୋଲିସ ସେମାନଙ୍କ ପୃଷ୍ଠଭୂମି ଯାଞ୍ଚ କରିବ। 

ଏହା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପୋର୍ଟାଲ ଗଠନ କରାଯାଉଛି ଯେଉଁଠାରେ ଅଣ ସରକାରୀ ମଦ୍ରାସା ଶିକ୍ଷକ ଏବଂ ମସଜିଦ ଇମାମ ନିଯୁକ୍ତି ବାବଦରେ ତଥ୍ୟ ପ୍ରଦାନ କରିବାକୁ ହେବ। ଏହି ପୋର୍ଟାଲ ଜରିଆରେ କେବଳ ମସଜିଦ ଇମାମ କିମ୍ବା ମଦ୍ରାସା ଶିକ୍ଷକଙ୍କ ବାବଦରେ ସୂଚନା ପଞ୍ଜୀକରଣ କରିବା ଆବଶ୍ୟକ ହେବ। ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଦେଶରେ ଏଭଳି ୫ ଜଣ ଜିହାଦୀ କିମ୍ବା ଆତଙ୍କବାଦୀ ଲୁଚି ରହିଥିବାର ଖବର ରହିଛି। ସେମାନଙ୍କୁ ଧରିବା ପାଇଁ ଅପରେସନ୍ ଜାରି ରହିଛି।

ଶନିବାର ସନ୍ଧ୍ୟାରେ ଆସାମ ପୋଲିସ ରାଜ୍ୟର ଗୋଲପାରା ଜିଲ୍ଲାରୁ (Goalpara District Assam) ୨ ଜଣ ଇମାମଙ୍କୁ ଗିରଫ କରିଛି। ଯାହାର ଅଲ କାଏଦା ଇଣ୍ଡିଆନ ସବକଣ୍ଟିନେଣ୍ଟ (Al Qaeda Indian Subcontinent-AQIS) ଏବଂ ଅନସରୁଲ୍ଲା ବଙ୍ଗଳା ଦଳ (Ansarullah Bangla Team-ABT) ସହ ସମ୍ପୃକ୍ତି ରହିଥିବା ଜଣାପଡିଛି। ଏନେଇ କୁହାଯାଉଛି ଯେ ଉଭୟେ ରାଜ୍ୟରେ ବିଭିନ୍ନ ଆତଙ୍କବାଦୀ ମଡ୍ୟୁଲ ସହ ଜଡିତ ରହିଥିଲେ। ଯେଉଁମାନଙ୍କ ବାବଦରେ ଗତ ମାସରେ ପର୍ଦ୍ଦାଫାଶ କରାଯାଇଥିଲା। ରିପୋର୍ଟ ଅନୁଯାୟୀ ଆସାମ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରୁ ଇସଲାମ ଗୋଷ୍ଠୀର ୩୦ ଜଣ ସଦସ୍ୟଙ୍କୁ ଗିରଫ କରିଛି।

Also Read: Al Qaeda Terror Module: ଟେରର ମୋଡ୍ୟୁଲ ଚଳାଇବା ଅଭିଯୋଗରେ ୧୨ ଗିରଫ

ରାଜ୍ୟରେ ଅଲ କାଏଦା ଆତଙ୍କବାଦୀ ସଙ୍ଗଠନ ସହ ଜଡିତ ଏକ ବାଂଲାଦେଶୀ ଗୋଷ୍ଠୀର ପର୍ଦ୍ଦାଫାଶ କରିଛି ଆସାମ ପୋଲିସ। ମଦ୍ରାସା ଠାରେ ଆତଙ୍କବାଦୀ ମୋଡ୍ୟୁଲ ଚଳାଇବା ଅଭିଯୋଗରେ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି। ସେମାନେ ଦେ ବିରୋଧି କାର୍ଯ୍ୟ ତଥା ଆତଙ୍କବାଦୀ ଆର୍ଥିକ କାର୍ଯ୍ୟକଳାପ ଚଳାଇଥିବାର ସନ୍ଦେହ କରାଯାଉଥିଲା।

ଏହି ଘଟଣାରେ ପ୍ରତିକ୍ରିୟା ରଖି ଆସାମ ପୋଲିସ (Assam Police) ଏଡିଜି ସ୍ପେଶାଲ ବ୍ରାଞ୍ଚ ହିରେନ ନାଥ କହିଛନ୍ତି ଯେ ମୋରିଗାଓଁ ସ୍ଥିତ ମାଦ୍ରାସାରେ ଜିହାଦୀ ପାଠ୍ୟକ୍ରମ (Jihadi Courses in Madrasa) ପାଇଁ କୋଲକାତା ନିକଟସ୍ଥ ହାୱାଡା ଅଞ୍ଚଳରୁ (Howrah area of Kolkata) ଟଙ୍କା ଆସୁଥିଲା। ଏହି ଘଟଣାରେ ମୁସ୍ତାଫା ମୁଫତି ନାମକ ଜଣେ ଯୁବକ ଜଡିତ ରହିଛି। ଯିଏ ଅନେକ ଥର କୋଲକାତା ଯାଇଥିଲେ। ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ (Unlawful Activities Prevention Act) ୟୁଏପିଏ (UAPA) ଅନୁଯାୟୀ ମୁସ୍ତାଫା ମୁଫତି ବିରୋଧରେ ଅଭିଯୋଗ ଦାଏର କରାଯାଇଛି।