Odisha News: ପୂର୍ତ୍ତ ବିଭାଗର ଆଦେଶ: ବଦଳିବ ସରକାରୀ କୋଠାରୀର ରଙ୍ଗ
Advertisement
Article Detail0/zeeodisha/odisha2463321

Odisha News: ପୂର୍ତ୍ତ ବିଭାଗର ଆଦେଶ: ବଦଳିବ ସରକାରୀ କୋଠାରୀର ରଙ୍ଗ

Odisha News: ପୂର୍ତ୍ତ ବିଭାଗର ପ୍ରମୁଖ ଇଞ୍ଜିନିୟର ତଥା ସ୍ୱତନ୍ତ୍ର ସଚିବ ଏନେଇ ସମସ୍ତ ମୁଖ୍ୟ ଇଞ୍ଜିନିୟରମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶନାମାରେ ରଙ୍ଗର କୋଡ୍‍ ଜଣାଇ ଦିଆଯାଇଛି। ଏହାସହ ଏକ ସାମ୍ପଲ ରଙ୍ଗ ମଧ୍ୟ ଚିଠିରେ ସଂଲଗ୍ନ କରାଯାଇଛି। ଯେଉଁଥିରୁ ସ୍ପଷ୍ଟ ଯେ, ସ୍କୁଲ୍‍ ପିଲାଙ୍କ ପୋଷାକ ପରି ସରକାରୀ କୋଠାର ରଙ୍ଗ ମଧ୍ୟ ବଦଳିବ। ଏଥିଲାଗି ଦୁଇଟି ରଙ୍ଗକୁ ବାଛିଛନ୍ତି ସରକାର। ପ୍ରଥମ ରଙ୍ଗ ହାଇଲାଇଟର ଭାବେ ସ୍ଥିର କରାଯାଇଛି ବାଦାମୀ ରଙ୍ଗକୁ। ଆଉ ମୂଳ ରଙ୍ଗ ଭାବେ ହାଲୁକା ବାଦାମୀ ରଙ୍ଗ ରହିଛି। 

Odisha News: ପୂର୍ତ୍ତ ବିଭାଗର ଆଦେଶ: ବଦଳିବ ସରକାରୀ କୋଠାରୀର ରଙ୍ଗ

Odisha News: ରାଜ୍ୟରେ ଏଣିକି ସରକାରୀ କୋଠାଗୁଡ଼ିକର ରଙ୍ଗ ବଦଳିବ। ଯେତିକି ନୂଆ କୋଠା ତିଆରି ହେବ ସେଗୁଡ଼ିକର ରଙ୍ଗ ଏହି ନୂଆ ରଙ୍ଗ କୋଡ୍‍ ଅନୁସାରେ ସ୍ଥିର ହେବ। ଏହା ସହ କୌଣସି ପୁରୁଣା ସରକାରୀ କୋଠାର ମରାମତି ଓ ରକ୍ଷଣାବେକ୍ଷଣ ସମୟରେ ତାହାର ରଙ୍ଗକୁ ମଧ୍‍ୟ ବଦଳାଯିବ। ଏନେଇ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। 

ପୂର୍ତ୍ତ ବିଭାଗର ପ୍ରମୁଖ ଇଞ୍ଜିନିୟର ତଥା ସ୍ୱତନ୍ତ୍ର ସଚିବ ଏନେଇ ସମସ୍ତ ମୁଖ୍ୟ ଇଞ୍ଜିନିୟରମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶନାମାରେ ରଙ୍ଗର କୋଡ୍‍ ଜଣାଇ ଦିଆଯାଇଛି। ଏହାସହ ଏକ ସାମ୍ପଲ ରଙ୍ଗ ମଧ୍ୟ ଚିଠିରେ ସଂଲଗ୍ନ କରାଯାଇଛି। ଯେଉଁଥିରୁ ସ୍ପଷ୍ଟ ଯେ, ସ୍କୁଲ୍‍ ପିଲାଙ୍କ ପୋଷାକ ପରି ସରକାରୀ କୋଠାର ରଙ୍ଗ ମଧ୍ୟ ବଦଳିବ। ଏଥିଲାଗି ଦୁଇଟି ରଙ୍ଗକୁ ବାଛିଛନ୍ତି ସରକାର। ପ୍ରଥମ ରଙ୍ଗ ହାଇଲାଇଟର ଭାବେ ସ୍ଥିର କରାଯାଇଛି ବାଦାମୀ ରଙ୍ଗକୁ। ଆଉ ମୂଳ ରଙ୍ଗ ଭାବେ ହାଲୁକା ବାଦାମୀ ରଙ୍ଗ ରହିଛି। 

ପୂର୍ବରୁ ସ୍କୁଲ୍‍ ଓ ସରକାରୀ କୋଠାର ରଙ୍ଗ ଏହିପରି ହେଉଥିଲା। କିନ୍ତୁ ରାଜ୍ୟରେ ୫-ଟି ହସ୍ତକ୍ଷେପ ପରେ ସ୍କୁଲ୍‍ କୋଠା ସମେତ ବିଭିନ୍ନ ସରକାରୀ କୋଠାର ରଙ୍ଗକୁ ବଦଳାଯାଇଥିଲା। ଏଥିରେ ପ୍ରମୁଖ ରଙ୍ଗ ସବୁଜକୁ ଗ୍ରହଣ କରାଯାଇଥିଲା। ଶାସକ ଦଳ ବିଜେଡିର ରଙ୍ଗ ଭଳି ସରକାରୀ କୋଠାର କାନ୍ଥ ବାଡ଼କୁ ସବୁଜ ବା ହାଲୁକା ସବୁଜ ରଙ୍ଗରେ ରଙ୍ଗାୟିତ କରାଯାଇଥିଲା। ସରକାର ପରିବର୍ତ୍ତନ ପରେ ରାଜ୍ୟ ସରକାର ଏବେ ସରକାରୀ କୋଠାର ରଙ୍ଗକୁ ବଦଳାଇ ପୂର୍ବ ସରକାରର ଛାପକୁ ଲିଭାଇବା ପାଇଁ ଚେଷ୍ଟା କରିଛନ୍ତି। 

ଏହି କ୍ରମରେ ସରକାର  ଭୁବନେଶ୍ୱରର ବିଭିନ୍ନ ରାସ୍ତାରେ ଲାଗିଥିବା ବୋର୍ଡଗୁଡ଼ିକର ରଙ୍ଗ ମଧ୍ୟ ବଦଳାଇଛନ୍ତି।