Ayodhya: ମହାପ୍ରସାଦ ପାଇଁ ମହାଭାରତ, ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ-ମୁଖ୍ୟ ପୁରୋହିତ ମୁହାଁମୁହିଁ
Ayodhya Ram Mandir: ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ରାମ ମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରିବା ଉପରେ ରୋକ ଲଗାଯାଇଛି। କିଛି ଦିନ ପୂର୍ବରୁ ମନ୍ଦିର ଟ୍ରଷ୍ଟ ଗର୍ଭଗୃହରେ ପ୍ରସାଦ ବଣ୍ଟନକୁ ବାରଣ କରିଥିଲା। ଏହି ପ୍ରଥା ୧୯୮୬ ମସିହା ଜାନୁୟାରୀ ୨୫ ତାରିଖରୁ ଚାଲି ଆସୁଛି। ହେଲେ ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଏହି ନିଷ୍ପତ୍ତିକୁ ବିରୋଧ କରି ଆସୁଛନ୍ତି।
Ram Mandir Prasaad Controversy: ମହା ପ୍ରସାଦକୁ ନେଇ ସୃଷ୍ଟି ମହାଭାରତ। ଅଯୋଧ୍ୟା ରାମ ଜନ୍ମଭୂମି ପରିସରରେ ପ୍ରତିଷ୍ଠିତ ରାମ ଲାଲାଙ୍କ ମନ୍ଦିରରେ ବ୍ୟବସ୍ଥାକୁ ନେଇ ଏକ ନୂତନ ବିବାଦ ଉପୁଜିଛି। ଏହି କାରଣରୁ ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଏବଂ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି।
ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ (Shri Ram Janmabhoomi Teerth Kshetra) ପକ୍ଷରୁ ରାମ ମନ୍ଦିରରେ (Ayodhya Ram Mandir) ପୂଜାପାଠ କରିବାକୁ ଆସୁଥିବା ଭକ୍ତଙ୍କୁ ପ୍ରସାଦ (Mandir Prasad) ବଣ୍ଟନ କରିବା ଉପରେ ରୋକ ଲଗାଯାଇଛି। କିଛି ଦିନ ପୂର୍ବରୁ ମନ୍ଦିର ଟ୍ରଷ୍ଟ ଗର୍ଭଗୃହରେ ପ୍ରସାଦ ବଣ୍ଟନକୁ ବାରଣ କରିଥିଲା। ଏହି ପ୍ରଥା ୧୯୮୬ ମସିହା ଜାନୁୟାରୀ ୨୫ ତାରିଖରୁ ଚାଲି ଆସୁଛି। ହେଲେ ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ (Acharya Satyendra Das) ଏହି ନିଷ୍ପତ୍ତିକୁ ବିରୋଧ କରି ଆସୁଛନ୍ତି।
ରିପୋର୍ଟ ଅନୁଯାୟୀ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ପ୍ରସାଦ ବିତରଣ ପାଇଁ ଏକ ନୂତନ ବ୍ୟବସ୍ଥା ଆରମ୍ଭ କରିଥିଲା। ମନ୍ଦିର ଟ୍ରଷ୍ଟ ପଦାଧିକାରୀଙ୍କୁ ରାମ ମନ୍ଦିର ଠାରୁ କିଛି ଦୂରରେ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରିବାର ଦାୟିତ୍ୱ ପ୍ରଦାନ କରାଯାଇଛି। ହେଲେ ଶ୍ରୀରାମ ଜନ୍ମଭୂମୀ ମନ୍ଦିର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଏହି ନୂତନ ବ୍ୟବସ୍ଥା ଉପରେ ଅସନ୍ତୁଷ୍ଟ ହୋଇ ଉଠିଛନ୍ତି। ମନ୍ଦିର ପୁରୋହିତଙ୍କ ବଦଳରେ ରାମ ମନ୍ଦିର ଟ୍ରଷ୍ଟ କର୍ମକର୍ତ୍ତାଙ୍କ ଦ୍ୱାରା ଭକ୍ତଙ୍କୁ ପ୍ରସାଦ ଅର୍ପଣ କରିବା ଠିକ୍ କି ବୋଲି ପ୍ରଶ୍ନ କରିଛନ୍ତି ସେ। ପୁରୋହିତ ଦାସ କହିଛନ୍ତି ଯେ ମୁଁ ବୁଝି ପାରୁନାହିଁ ଯେ କେତେ ଲୋକ ମନ୍ଦିର ଟ୍ରଷ୍ଟ ସହ ଜଡିତ ଅଛନ୍ତି ଏବଂ ଏହି ନିର୍ଦ୍ଦେଶ ପ୍ରଦାନ ପାଇଁ କିଏ ଦାୟୀ। ଯିଏ କେହି କୌଣସି ସ୍ଥାନରୁ ଆସୁଛି ସେ ମନ୍ଦିର ଟ୍ରଷ୍ଟ ସଦସ୍ୟ ହୋଇଯାଉଛି।
ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଶ୍ରୀରାମ ଜନ୍ମଭୂମି ପରିସରରେ ଥିବା ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟାଳୟ ପ୍ରଭାରୀ ପ୍ରକାଶ ଗୁପ୍ତା କହିଛନ୍ତି ଯେ ଆମେ ଏହି ବ୍ୟବସ୍ଥାକୁ ସୁଧାରିବା ପାଇଁ ଏପରି ପଦକ୍ଷେ ନେଇଛୁ। କାରଣ ମନ୍ଦିରରେ ପ୍ରସାଦ ବଣ୍ଟନ କରିବା କାରଣରୁ ଭକ୍ତଙ୍କ ସୁଗମ ଗତିବିଧିରେ ବାଧା ସୃଷ୍ଟି ହୋଇଥିଲା ଭକ୍ତଙ୍କ ସୁଗମ ଗତିବିଧି ପାଇଁ ଆମେ ମନ୍ଦିର ଠାରୁ କିଛି ଦୂରରେ ଏକ ଷ୍ଟଲ୍ ବ୍ୟବସ୍ଥା କରିଛୁ। ଯେଉଁଠାରେ ଆମେ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରିଛୁ। ଭକ୍ତଙ୍କ ସୁରକ୍ଷା ତଥା ସୁବିଧାକୁ ଦୃଷ୍ଟିରେ ରଖି ପ୍ରସାଦ ପାଇଁ ସୃଷ୍ଟି ହେଉଥିବା ଭିଡ଼କୁ ଏଡ଼ାଇବା ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି।
Also Read: ପୂଜାରୀ-ମହନ୍ତ ବିବାଦରେ ବଳିପଡି଼ଲା ଲଡ଼ୁ
ପ୍ରସାଦକୁ ନେଇ ଗତ ବର୍ଷ ଜୁଲାଇରେ ଅଯୋଧ୍ୟ ରାମ ମନ୍ଦିର ପରିସରରେ ସୃଷ୍ଟି ହୋଇଥିଲା ବିବାଦ। ମନ୍ଦିରରେ ଭୋଗ ଲାଗି କରିବାକୁ ନେଇ ପୂଜାରୀ ଏବଂ ମହନ୍ତଙ୍କ ମଧ୍ୟରେ ହୋଇଥିବା ବିବାଦ କାରଣରୁ ବଳିପଡିଥିଲା ଲଡ଼ୁ ପ୍ରସାଦ। ଧର୍ମନଗରୀ ଅଯୋଧ୍ୟାସ୍ଥିତ ହନୁମାନଗଢି ପୀଠରେ ଘଟିଯାଇଥିଲା ଏଭଳି ଘଟଣା। ପ୍ରସାଦ ଲାଗି କରିବାକୁ ନେଇ ଧର୍ମନଗରୀ ଅଯୋଧ୍ୟାସ୍ଥିତ (Dharm Nagari Ayodhya) ହନୁମାନଗଢି ପୀଠରେ (Hanuman Garhi Temple) ମୁହାଁମୁହିଁ ହୋଇଥିଲେ ପୂଜାରୀ-ମହନ୍ତ। ଏ ଘଟଣାକୁ ନେଇ ନାରାଜ ହୋଇଉଠିଥିବା ଗଦ୍ଦୀନଶୀନ ମହନ୍ତ ରମେଶ ଦାସ ଏହି ମନ୍ଦିର ଦ୍ୱାରକୁ ବନ୍ଦ କରିଦେଇଥିଲେ। ଏହା ପରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଲାଗି ଅନୁମତି ମିଳିନଥିଲା। ଯାହା ଫଳରେ ମନ୍ଦିର ଦର୍ଶନ ବନ୍ଦ ହୋଇଯାଇଥିଲା।