Azadi Ka Amrit Mahotsav: ରାତି ପାହିଲେ ଭାରତ ୭୫ତମ ସ୍ୱାଧିନତା ଦିବସ ପାଳନ କରିବ। ଏହି ଅବସରକୁ ଭବ୍ୟ ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ଏହାକୁ 'ଆଜାଦି କା ଅମୃତ ମହୋତ୍ସବ' ଭାବେ ଭାବେ ପାଳନ କରୁଛନ୍ତି। କେବଳ ଏତିକି ନୁହଁ, ହାର ଘର ତ୍ରିରଙ୍ଗା ଅଭିଯାନରେ ଅଗଷ୍ଟ ୧୩ରୁ ଅଗଷ୍ଟ ୧୫ତାରିଖ ପର୍ଯ୍ୟନ୍ତ ସମସ୍ତ ଭାରତୀୟ ନିଜ ଘରେ ଜାତୀୟ ପତାକା ଉଡାଇବା ସହ ନିଜ ସୋସିଆଲ ମିଡିଆ ପ୍ରୋଫାଇଲରେ ତ୍ରିରଙ୍ଗା ଲଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ କରିଛନ୍ତି। କିନ୍ତୁ ଏହି ତ୍ରିରଙ୍ଗାକୁ ନେଇ ଏବେ ବିବାଦ ଦେଖା ଦେଇଛି। ବିବାଦୀୟ ହିନ୍ଦୁ ନେତା ୟତି ନରସିଂହାନନ୍ଦ, ହିନ୍ଦୁ ଜାଗରଣ ମଞ୍ଚ ଓ ଜଣେ IAS ଅଧିକାରୀଙ୍କ ବୟାନକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି।


COMMERCIAL BREAK
SCROLL TO CONTINUE READING

ଜାତୀୟ ପତାକା ବା ତ୍ରିରଙ୍ଗା ସମସ୍ତ ଭାରତୀୟଙ୍କ ଗର୍ବ ଓ ଗୌରବ। ଏହାକୁ ଅସମ୍ମାନ କଲେ ଅଭିଯୁକ୍ତଙ୍କୁ ଜାମିନ ମଧ୍ୟ ମିଳିନଥାଏ। ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ ପରେ ୭୫ତମ ସ୍ୱାଧିନତା ଦିବସ ଅବସରରେ ପ୍ରାୟ ସମସ୍ତ ଭାରତୀୟ ନିଜ ଘରେ ଜାତୀୟ ପତାକା ଲଗାଇଥିବା ଦେଖିବାକୁ ମିଳୁଛି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ହର ଘର ତ୍ରିରଙ୍ଗା ଅଭିଯାନକୁ ବୟକଟ୍ କରିବାକୁ ବିବାଦୀୟ ହିନ୍ଦୁ ନେତା ୟତି ନରସିଂହାନନ୍ଦ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଆଉ ନରସିଂହାନନ୍ଦଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। 


Also Read: ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ବଡ଼ ପ୍ରଶଂସକ ଇମ୍ରାନ ଖାନ, ଏପରି କଲେ ପ୍ରଶଂସା


ୟତି ନରସିଂହାନନ୍ଦ ତ୍ରିରଙ୍ଗା ପତାକା ବ୍ୟବହାର ନ କରିବାକୁ ହିନ୍ଦୁଧର୍ମାବଲମ୍ବୀଙ୍କୁ କହିଛନ୍ତି। ସେ ଦାବି କରିଛନ୍ତି ଯେ, ସରକାର ମୁସଲମାନମାନଙ୍କୁ ଆର୍ଥିକ ଲାଭ ପହଞ୍ଚାଇବା ପାଇଁ ଚାହୁଁଛନ୍ତି। ସେଥିପାଇଁ ପଞ୍ଚିମ ବଙ୍ଗର ସଲାଉଦ୍ଦିନ ନାମକ ଜଣେ ବ୍ୟାବସାୟୀଙ୍କୁ ଏହାର ଠିକା ଦିଆ ଯାଇଛି। ଏହା ହିନ୍ଦୁଙ୍କ ବିରୋଧରେ ଏକ ବଡ ଷଡଯନ୍ତ୍ର। ଯଦି ବଞ୍ଚିବାକୁ ଚାହୁଛନ୍ତି ତେବେ ମୁସଲମାନମାନଙ୍କୁ ନିଜ ଟଙ୍କା ଦିଅନ୍ତୁ ନାହିଁ ବୋଲି ବିବାଦୀୟ ବୟାନ ପାଇଁ ଚର୍ଚ୍ଚିତ ଥିବା ହିନ୍ଦୁ ନେତା କହିଛନ୍ତି। ଏପରି କି ତ୍ରୀରଙ୍ଗା ବଦଳରେ ନିଜ ଘରେ କେଶରୀ ଧ୍ୱଜ ଉଡାଇବାକୁ ୟତି ଅପିଲ କରିଛନ୍ତି। ଏପରି ବୟାନ ପରେ ୟତି, ପୋଲିସର ସ୍କାନରରେ ଥିବା କୁହାଯାଉଛି। 


ଅନ୍ୟପଟେ ତ୍ରୀରଙ୍ଗା ସମ୍ମାନରେ ତିଆର ହୋଇଥିବା ମାସ୍କ ଓ ଟି-ସାର୍ଟ ବିକ୍ରି କରୁଥିବା ବ୍ୟାବସାୟୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ହିନ୍ଦୁ ଜାଗରଣ ମଞ୍ଚ ଦାବି କରିଛି। ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଝାଡ଼ଖଣ୍ଡସ୍ଥିତି ହିନ୍ଦୁ ଜାଗରଣ ସମିତି କହିଛି ଯେ, ବିଭିନ୍ନ ଇ-କମର୍ସ ସାଇଟରେ ତ୍ରିରଙ୍ଗା ପତାକା ଆଙ୍କିତ ମାସ୍କ ଓ ଟି-ସାର୍ଟ ଉପଲବ୍ଧ ହେଉଛି। ସ୍ଥାନୀୟ ବଜାରରେ ମଧ୍ୟ ଏପରି ସାମଗ୍ରୀ ମିଳୁଛି। କିନ୍ତୁ ଏଗୁଡିକ ଉପରେ ଛିଙ୍କାବା, ଛେପ ପକାଇବା, ବ୍ୟବହାର ପରେ ଫୋପାଡିବା ବା ତଳେ ପକାଇବା ଅର୍ଥ ଜାତୀୟ ପତାକାକୁ ଅସମ୍ମାନ କରିବା ବୋଲି ସମିତି କହିଛି। 


Also Read: କାହିଁକି ଅଗଷ୍ଟ ୧୪ରେ ସ୍ୱାଧୀନତା ଦିବସ ପାଳନ କରେ ପାକିସ୍ତାନ? ଜାଣନ୍ତୁ ଏହା ପଛର କାରଣ


ସେହିପରି ଆଇଏଏସ ଅବନୀଶ ଶରଣ ମଧ୍ୟ ତ୍ରିରଙ୍ଗା ମାସ୍କ ତିଆରି ଓ ବ୍ରିକ୍ରିକୁ ବିରୋଧ କରିଛନ୍ତି। ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ଥିବା ଆଇଏଏସ ଅଫିସର ଟ୍ୱଟରେ ତ୍ରିରଙ୍ଗା ମାସ୍କର ଫୋଟୋ ସେୟାର କରି ଲେଖିଛନ୍ତି, "ଦୟାକରି ଏଭଳି ମାସ୍କ ତିଆରି କନ୍ତୁ ନାହିଁ, ବିକ୍ରି କରନ୍ତୁ ନାହିଁ କିମ୍ବା ବ୍ୟବହାର କରନ୍ତୁ ନାହିଁ।" ଅବନୀଶ ଶରଣ, ୨୦୦୯ ବ୍ୟାଚ ଛତିଶଗଡ କ୍ୟାଡରର ଆଇଏଏସ ଅଧିକାରୀ। ସେ ବର୍ତ୍ତମାନ ରାୟପୁରରେ ବୈଷୟିକ ଶିକ୍ଷା ବିଭାଗର ସଞ୍ଚାଳକ ଦାୟିତ୍ୱରେ ଅଛନ୍ତି।