Train Tragedy: ବାଂଲାଦେଶରେ ନିର୍ବାଚନ ପୂର୍ବରୁ ଏକ ବଡ଼ ଅଘଟଣ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ଟ୍ରେନରେ ଅଗ୍ନିକାଣ୍ଡ ଘଟି ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ବାଂଲାଦେଶ ରାଜଧାନୀ ଢାକା ସ୍ଥିତ କମଲାପୁର ରେଳ ଷ୍ଟେସନର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଯାଉଥିବା ବେଳେ ବେନାପୋଲ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲେ । ଦେଖୁ ଦେଖୁ ହୁତୁହୁତୁ ହୋଇ ଜଳିଥିଲା ଏକ୍ସପ୍ରେସ। ତେବେ ଘଟଣାରେ ପାଖାପାଖି ୪ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ଖବର ମିଳିଥିବା ବେଳେ ଅନେକ ଯାତ୍ରୀ ଏହି ଘଟଣାରେ ଆହତ ହୋଇଥିବା କୁହାଯାଉଛି। 


COMMERCIAL BREAK
SCROLL TO CONTINUE READING

ଅଗ୍ନିଶମ ସେବା ତଥା ନାଗରିକ ପ୍ରତିରକ୍ଷା ମୁଖପାତ୍ର ଶାହାଜାହାନ ଶିଖର ଘଟଣାସ୍ଥଳରେ ଗଣମାଧ୍ୟମକୁ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଆମେ ୪ଟି ମୃତଦେହ ପାଇଛୁ। ଖୋଜା ଚାଲିବା ସହ ରେସକ୍ୟୁ ଅପରେସନ ଚାଲିଛି। ରେଳ ଅଧିକାରୀ କହିଛନ୍ତି ଯେ ଟ୍ରେନରେ ଥିବା ପ୍ରାୟ ୨୯୨ ଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ଭାରତରୁ ଘରକୁ ଫେରୁଥିଲେ। ରାତି ୯ଟାରେ ଷ୍ଟେସନ ନିକଟ ଗୋପିବାଗ ଅଞ୍ଚଳରେ ପହଞ୍ଚିବା ମାତ୍ରେ ଟ୍ରେନରେ ନିଆଁ (Bangladesh Train Fire) ଲାଗିଯାଇଥିଲା। ଅଗ୍ନିକାଣ୍ଡରେ ଆହତ ଅନେକ ଲୋକଙ୍କୁ ରାଜଧାନୀ ସ୍ଥିତ ଢାକା ମେଡିକାଲ କଲେଜ ହସ୍ପିଟାଲର ବର୍ଣ୍ଣ ୟୁନିଟକୁ ପଠାଯାଇଛି। କେତେ ଲୋକ ଆହତ ହୋଇଛନ୍ତି ବୋଲି ରେଳବାଇ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ। 


ଆସନ୍ତାକାଲି ବାଂଲାଦେଶରେ ନିର୍ବାଚନ
ରବିବାର ଦିନ ବାଂଲାଦେଶର ସାଧାରଣ ନିର୍ବାଚନ (Bangladesh General Election) ଉପରେ ନଜର ରଖିବା ପାଇଁ ତିନିଜଣ ଭାରତୀୟ ସଦସ୍ୟଙ୍କ ସମେତ ୧୦୦ ରୁ ଅଧିକ ବିଦେଶୀ ପର୍ଯ୍ୟବେକ୍ଷକ ଢାକାରେ ପହଞ୍ଚିଥିଲେ। ମୁଖ୍ୟ ବିରୋଧୀ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ସାଧାରଣ ନିର୍ବାଚନକୁ ନେଇ ବୈଠକ କରି ୪୮ ଘଣ୍ଟିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ଯେ ଭାରତର ନିର୍ବାଚନ ଆୟୋଗର ତିନିଜଣିଆ ପ୍ରତିନିଧି ଦଳ ଶୁକ୍ରବାର ଢାକାରେ ପହଞ୍ଚିଥିବାବେଳେ ବିଭିନ୍ନ ବିଭାଗର ଅଧିକାରୀମାନେ ଏହା କହିଛନ୍ତି। ବିଭିନ୍ନ ଦେଶରୁ ୧୨୨ ଅନ୍ୟ ଲୋକ ଜାନୁଆରୀ ୭ରେ ଭୋଟ୍ ଦେବା ପୂର୍ବରୁ ଏଠାକୁ ଆସିବେ । ତେବେ ମିଳିତ ଜାତିସଂଘ ନିର୍ବାଚନ ଉପରେ ତୀକ୍ଷ୍ଣ ନଜର ରଖିବାକୁ କହିଛି।


ରାଷ୍ଟ୍ରମଣ୍ଡଳ ୧୭ ସଦସୀୟ ଟିମ୍ ପଠାଇଛି
ବୈଦେଶିକ ସଚିବ ମାସୁଦ ବିନ୍ ମୋମେନ କହିଛନ୍ତି ଯେ ପର୍ଯ୍ୟବେକ୍ଷକମାନେ ରାଜଧାନୀ ଢାକା (Bangladesh Capital Dhaka) ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ନିର୍ବାଚନ ଉପରେ ନଜର ରଖିବେ। ସେ କହିଛନ୍ତି ଯେ ସୁବିଧା ପାଇଁ ସେମାନେ ଏୟାର କନେକ୍ଟିଭିଟି ସହିତ ସ୍ଥାନ ବାଛନ୍ତୁ ବୋଲି ଆମେ ପରାମର୍ଶ ଦେଇଛୁ। କମନୱେଲଥ ୧୭ ଜଣିଆ ଟିମ୍ ପଠାଇଛି, ଯାହା ବିଦେଶୀ ପର୍ଯ୍ୟବେକ୍ଷକଙ୍କ ମଧ୍ୟରେ ସର୍ବ ବୃହତ ଅଟେ। ଅନ୍ୟ ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କ ମଧ୍ୟରେ ୟୁରୋପୀୟ ୟୁନିୟନ୍, କମନୱେଲଥ୍, ଆମେରିକାର ଆନ୍ତର୍ଜାତୀୟ ରିପବ୍ଲିକାନ୍ ଇନଷ୍ଟିଚ୍ୟୁଟ୍ ଏବଂ ନ୍ୟାସନାଲ୍ ଡେମୋକ୍ରାଟିକ୍ ଇନଷ୍ଟିଚ୍ୟୁଟ୍, ଦକ୍ଷିଣ ଏସିଆ ଡେମୋକ୍ରାଟିକ୍ ଫୋରମ୍ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ସଂଗଠନ ସଦସ୍ୟ ଅଛନ୍ତି।


Also Read: HiTech Tragedy: ଗତକାଲି ନିଜକୁ ଦିଲ୍ଲୀପ ସାମନ୍ତରାୟ କହୁଥିବା ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ !


Also Read: Dillip Samantray Dies: ଦିଲ୍ଲୀପଙ୍କ ପରିବାରର ଅଭିଯୋଗ, ବଦନାମ ଭୟରେ ମାରିଦେଲେ !