HiTech Tragedy: ଗତକାଲି ନିଜକୁ ଦିଲ୍ଲୀପ ସାମନ୍ତରାୟ କହୁଥିବା ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ !
Advertisement
Article Detail0/zeeodisha/odisha2046079

HiTech Tragedy: ଗତକାଲି ନିଜକୁ ଦିଲ୍ଲୀପ ସାମନ୍ତରାୟ କହୁଥିବା ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ !

HiTech Hospital Tragedy: ପୂର୍ବରୁ ଦିଲ୍ଲୀପ ସାମନ୍ତରାୟଙ୍କ ପରିବାରକୁ ଏକ ମରଶରୀର ପ୍ରଦାନ କରାଯାଇଥିଲା। ତାହାର ଅନ୍ତିମ ସତ୍କାର ମଧ୍ୟ ସରିଥିଲା । ହେଲେ ଜ୍ୟୋତିରଞ୍ଜନ ନାଁରେ ଚିକିତ୍ସାଧୀନ ଥିବା ବ୍ୟକ୍ତି ହୋସରେ ଆସିବା ପରେ ନିଜକୁ ଦିଲ୍ଲୀପ ସାମନ୍ତରାୟ କହିଥିଲେ ଯାହାକୁ ନେଇ ଦ୍ୱନ୍ଦ୍ୱ ବଢିଥିଲା। 

 

HiTech Tragedy: ଗତକାଲି ନିଜକୁ ଦିଲ୍ଲୀପ ସାମନ୍ତରାୟ କହୁଥିବା ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ !

HiTech Tragedy: ବିବାଦରେ ଧିରେ ଧିରେ ଫସିବାକୁ ଲାଗିଲାଣି ହାଇଟେକ ହସ୍ପିଟାଲ । ଗତକାଲି ଏତେ ଘଣ୍ଟା ଚକଟା ପରେ ବିବାଦରୁ ବାହାରିନଥିବା ହାଇଟେକ୍ ମେଡିକାଲ ଆଜି ସକାଳୁ ଆଉ ଏକ ଝଟକା ଦେଇଛି । ଗତକାଲି ନିଜକୁ ଦିଲ୍ଲୀପ ସାମନ୍ତରାୟ କହୁଥିବା ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏନେଇ ସୂଚନା ଦେଇଛି ହାଇଟେକ ମେଡିକାଲ । ଏବେ ସବୁଠାରୁ ବଡ଼ କଥା ହେଲା ଯଦି ଆଜି ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ଘଟିଛି ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ମରଶରୀର କାହାକୁ ପ୍ରଦାନ କରିବେ ଦିଲ୍ଲୀପଙ୍କ ପରିବାରକୁ ନା ଜ୍ୟୋତିଙ୍କ ପରିବାରକୁ । କାରଣ ପୂର୍ବରୁ ଦିଲ୍ଲୀପ ସାମନ୍ତରାୟଙ୍କ ପରିବାରକୁ ଏକ ମରଶରୀର ପ୍ରଦାନ କରାଯାଇଥିଲା। ତାହାର ଅନ୍ତିମ ସତ୍କାର ମଧ୍ୟ ସରିଥିଲା । ହେଲେ ଜ୍ୟୋତିରଞ୍ଜନ ନାଁରେ ଚିକିତ୍ସାଧୀନ ଥିବା ବ୍ୟକ୍ତି ହୋସରେ ଆସିବା ପରେ ନିଜକୁ ଦିଲ୍ଲୀପ ସାମନ୍ତରାୟ କହିଥିଲେ ଯାହାକୁ ନେଇ ଦ୍ୱନ୍ଦ୍ୱ ବଢିଥିଲା। 

ତେବେ ଆଜି ସକାଳୁ  ନିଜକୁ ଦିଲ୍ଲୀପ ସାମନ୍ତରାୟ (Dillip Samantray) କହୁଥିବା ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ଏନେଇ ହାଇଟେକ ମେଡିକାଲ ସିଇଓ ସ୍ମିତା ପାଢୀ ନିଜେ ସୂଚନା ଦେଇଛନ୍ତି। ଭେଣ୍ଟିଲେଟରରୁ ବାହାରିବା ପରେ କଥାବାର୍ତ୍ତା କରୁଥିବା ଆହତ ବ୍ୟକ୍ତିଙ୍କ ହଠାତ୍ ମୃତ୍ୟୁ ହେବା ହସ୍ପିଟାଲ କୁ ସନ୍ଦେହ ଘେରକୁ ଆଣିଛି। ତେବେ ସବୁଠାରୁ ବଡ଼ କଥା ହେଲା ନିଜକୁ ଦିଲ୍ଲୀପ ସାମନ୍ତରାୟ କହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ଏବେ ମରଶରୀର କେମିତି ଓ କାହାକୁ ପ୍ରଦାନ କରିବେ ହାଇଟେକ୍ ହସ୍ପିଟାଲ କର୍ତ୍ତୃପକ୍ଷ । ସେପଟେ ଗତକାଲି ଦିଲ୍ଲୀପ ସାମନ୍ତରାୟ ଓ ଜ୍ୟୋତିରଞ୍ଜନ ମଲ୍ଲିକ ମୃତଦେହ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେବା ପରେ ଡିଏନଏ ଟେଷ୍ଟ ପାଇଁ ମଧ୍ୟ କୁହାଯାଇଛି। 

ସୂଚନାଯୋଗ୍ୟ, ହାଇଟେକ ବ୍ଲାଷ୍ଟ ମାମଲାରେ ଏବେ ଚତୁର୍ଥ ବ୍ୟକ୍ତିଙ୍କ ଚିକିତ୍ସା ଜାରି ରହିଛି। ହେଲେ ହସ୍ପିଟାଲର ଗୋଟିଏ ଭୁଲ କାରଣରୁ ଏବେ ତିନୋଟି ପରିବାର ଦ୍ୱନ୍ଦ୍ୱରେ ରହିଛନ୍ତି । କିନ୍ତୁ ଏତେ ବଡ଼ ତ୍ରୁଟି ଧରାପଡ଼ିବା ପରେ ହସ୍ପିଟାଲ ପୋଲିସ (Hitech Hospital Administration) ଓ ଥାର୍ଡ ପାର୍ଟି ଉପରେ ଦୋଷ ଲଦିଛି। ପ୍ରେସମିଟ୍ କରି ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ ଯେ, ସବୁ ପ୍ରୋଟୋକଲ ହସ୍ପିଟାଲ ପକ୍ଷରୁ ଫଲୋ କରାଯାଇଛି। ହେଲେ ଜ୍ୟୋତି ଓ ଦିଲ୍ଲୀପଙ୍କ ପରିବାର ଦାବି କରିଛନ୍ତି ଯେ, କାହିଁକି ଡିଏନଏ ଟେଷ୍ଟ କରାନଯାଇ ମୃତଦେହ ହସ୍ତାନ୍ତର କରାଯାଇଥିଲା । ଅନ୍ୟପଟେ ହସ୍ପିଟାଲର କହିବା କଥା, ଦିଲ୍ଲୀପଙ୍କ ପରିବାର ତାଙ୍କୁ ଚିହ୍ନଟ କରିଥିଲେ ତା ପରେ ଯାଇ ଶବ ସତ୍କାର ହୋଇଥିଲା । ହେଲେ ଚିକିତ୍ସାଧୀନ ବ୍ୟକ୍ତି ଯେତେବେଳେ ନିଜେ ନିଜକୁ ଦିଲ୍ଲୀପ ସାମନ୍ତରାୟ କହିବା ସହ ସବୁ ଡିଟେଲ୍ସ ଦେଇଥିଲେ ସେତେବେଳେ ସମସ୍ତେ ଚକିତ ହୋଇଥିଲେ। 

ପ୍ରେସମିଟ୍ କରି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ଜୀବିତ ଥିବା ବ୍ୟକ୍ତି ମୋଷ୍ଟ ପ୍ରୋବାବଲି ଦିଲ୍ଲୀପ ସାମନ୍ତରାୟ । ଏହା ଜାଣିବା ପରେ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ପରିବାର ମର୍ମାହତ ହୋଇଥିଲେ । ଅନ୍ୟପଟେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା କଥା ପରିବାର ମରଶରୀରକୁ ଚିହ୍ନିପାରିନଥିଲେ । ସେହିପରି ଏଘଟଣାକୁ ନେଇ ପୋଲିସର(Police) ତଦନ୍ତ ଉପରେ ନଜର ରହିଛି। ହେଲେ ଆଜି ନିଜକୁ ଦିଲ୍ଲୀପ ସାମନ୍ତରାୟ କହୁଥିବା ଆହତ ବ୍ୟକ୍ତିଙ୍କ ମୃତ୍ୟୁ ପରେ ହରଡ଼ଘଣାରେ ପଡ଼ିଛି ହାଇଟେକ ହସ୍ପିଟାଲ(Bhubaneswar Hitech Hospital) । ଦେଖିବାକୁ ବାକି ରହିଲା ହସ୍ପିଟାଲର ପରବର୍ତ୍ତୀ ପଦକ୍ଷେପ କଣ ରହିବ? 

Also Read: 

Hitech Hospital Tragedy: ବାହାନଗା ରୁଲ୍ କୁ ଫଲୋ କଲାନି କି ହାଇଟେକ୍ ହସ୍ପିଟାଲ !