Dillip Samantray Dies: ଦିଲ୍ଲୀପଙ୍କ ପରିବାରର ଅଭିଯୋଗ, ବଦନାମ ଭୟରେ ମାରିଦେଲେ !
Advertisement
Article Detail0/zeeodisha/odisha2046119

Dillip Samantray Dies: ଦିଲ୍ଲୀପଙ୍କ ପରିବାରର ଅଭିଯୋଗ, ବଦନାମ ଭୟରେ ମାରିଦେଲେ !

Dillip Samantray Dies: ଦିଲ୍ଲୀପ ସାମନ୍ତରାୟଙ୍କ ବିପି ଓ ହାର୍ଟ କାମ କରିବା ବନ୍ଦ କରିଦେଇଥିଲା ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ। ହେଲେ ପରିବାରର ଗୋଟିଏ ଅଭିଯୋଗ ମୃତଦେହ ଅଦଳବଦଳ ଭୟରେ ହସ୍ପିଟାଲ ବଦନାମ କାରଣରୁ ଚିକିତ୍ସାରେ ଅବହେଳା କରି ଦିଲ୍ଲୀପଙ୍କୁ ମାରିଦେଇଥିବା ଅଭିଯୋଗ କରିଛନ୍ତି। ସେପଟେ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ସମସ୍ତ ନିୟମ ଓ ସବୁ ଚିକିତ୍ସା ପ୍ରଦାନ କରାଯାଇଥିଲା ।

 

Dillip Samantray Dies: ଦିଲ୍ଲୀପଙ୍କ ପରିବାରର ଅଭିଯୋଗ, ବଦନାମ ଭୟରେ ମାରିଦେଲେ !

Dillip Samantray Dies: ହାଇଟେକ ହସ୍ପିଟାଲ ଟ୍ରାଜେଡି ଘଟଣାରେ ପୁଣି ଏକ ନୂଆ ଟ୍ୱିଷ୍ଟ। ବିସ୍ଫୋରଣ ଘଟଣା ରେ ତୃତୀୟ ଗୁରୁତରଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ଖୋଦ୍ ହସ୍ପିଟାଲ । ଡିସେମ୍ବର ୨୯  ତାରିଖ ସନ୍ଧ୍ୟାରେ ହାଇଟେକ ହସପିଟାଲ ଏସି କମ୍ପେସର ମରାମତି କରୁଥିବା ସମୟରେ ହଠାତ କମ୍ପ୍ରେଶର ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା । ଯେଉଁଥିରେ ମୋଟ ୪ ଜଣ ଗୁରୁତର ଆହତ ହୋଇ ସେହି ହସ୍ପିଟାଲରେ ଚିକିତ୍ସା ହେଉଛିଲେ । ତେବେ ପୂର୍ବରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ତୃତୀୟ ଗୁରୁତର ତଥା ନିଜକୁ ଦିଲ୍ଲୀପ ସାମନ୍ତରାୟ କହୁଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। 

ସେପଟେ ହସ୍ପିଟାଲ ସାମ୍ନାରେ ଉପସ୍ଥିତ ଅଛନ୍ତି ଦିଲ୍ଲୀପଙ୍କ ପରିବାର ଓ ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ପରିବାର । ଆଜି ସକାଳୁ ଦିଲ୍ଲୀପଙ୍କ ମୃତ୍ୟୁ ପରେ ପରିବାରର ଅଭିଯୋଗ ଗତକାଲି ରାତି ଗୋଟାଏ ବେଳେ ତାଙ୍କ ପୁଅ ସୁସ୍ଥ ଥିବା କହିଥିଲେ କଥାବାର୍ତ୍ତା କରାଇଥିଲେ। ହେଲେ ରାତି ଦୁଇଟା ବେଳକୁ ପରିବାର ବର୍ଗଙ୍କୁ ଡ଼ାକି କହିଥିଲେ ଯେ, ଦିଲ୍ଲୀପ ଆଉ ନାହାଁନ୍ତି । ଦିଲ୍ଲୀପ ସାମନ୍ତରାୟଙ୍କ ବିପି ଓ ହାର୍ଟ କାମ କରିବା ବନ୍ଦ କରିଦେଇଥିଲା ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ। ହେଲେ ପରିବାରର ଗୋଟିଏ ଅଭିଯୋଗ ମୃତଦେହ ଅଦଳବଦଳ ଭୟରେ ହସ୍ପିଟାଲ ବଦନାମ କାରଣରୁ ଚିକିତ୍ସାରେ ଅବହେଳା କରି ଦିଲ୍ଲୀପଙ୍କୁ ମାରିଦେଇଥିବା ଅଭିଯୋଗ କରିଛନ୍ତି। ସେପଟେ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ସମସ୍ତ ନିୟମ ଓ ସବୁ ଚିକିତ୍ସା ପ୍ରଦାନ କରାଯାଇଥିଲା । କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ ଏବେ ଏହି ମରଶରୀର ହସ୍ପିଟାଲ କର୍ତ୍ତୃପକ୍ଷ (Hitech Hospital Tragedy)କାହାକୁ ହସ୍ତାନ୍ତର କରିବ। 

ସୂଚନାଯୋଗ୍ୟ, ଡିସେମ୍ବର ୨୯ ତାରିଖରେ ହାଇଟେକ୍‍  ହସ୍‍ପିଟାଲ୍‍ର (Hitech Hospital) ପୁରୁଣା ଏସି ସଜାଡ଼ିବା ବେଳେ ଏକ ବିସ୍ଫୋରଣ ଘଟିଥିଲା। ଏଥିରେ ସମ୍ପୃକ୍ତ ଏସି କମ୍ପ୍ରେସର ସଜାଡ଼ିବାକୁ ଆସିଥିବା ତିନିଜଣ ମେକାନିକଙ୍କ ସମେତ ୪ ଜଣଙ୍କ ଦେହରେ ନିଆଁ ଲାଗିଥିଲା। ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଅନ୍ୟମାନେ ତାଙ୍କୁ ଛାତ ଉପରୁ ହସ୍‍ପିଟାଲ୍‍ର ପୋଡ଼ାଜଳା ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। ହେଲେ ଗୁରୁତର ଆହତ ହୋଇଥିବା ଜ୍ୟୋତିରଞ୍ଜନଙ୍କର ସେଥିରେ ମୃତ୍ୟୁ ଘଟିଥିଲା। ୩୦ ତାରିଖ ରାତି ୯ଟାରେ ଏହି ମୃତ୍ୟୁ ଘୋଷଣା କରିବା ସମୟରେ ହସ୍‍ପିଟାଲ୍‍ କର୍ତ୍ତୃପକ୍ଷ ତାଙ୍କ ନାଁ ଦିଲ୍ଲୀପ ସାମନ୍ତରାୟ ବୋଲି କହିଥିଲେ।  ଏହାପରେ ଦିଲ୍ଲୀପଙ୍କ ମୃତ୍ୟୁ ପରେ ମର୍ମାହତ ହୋଇଥିଲେ ଦିଲ୍ଲୀପଙ୍କ ପତ୍ନୀ ସୋନା । 

ସୋନା ଆତ୍ମହତ୍ୟା କରିଥିଲେ ହେଲେ ପରେ ଜାଣିବାକୁ ପାଇଥିଲେ ଯେ, ଦିଲ୍ଲୀପ ସାମନ୍ତରାୟ (Dillip Samantray) ବଞ୍ଚିଛନ୍ତି । ସେତେବେଳେ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ପରିବାର ଆଶା ଆଶଙ୍କାରେ ରହିଥିଲେ। ଗତକାଲିରୁ ଜ୍ୟୋତିରଞ୍ଜନଙ୍କ ପରିବାର ହସ୍ପିଟାଲ ସାମ୍ନାରେ ବସି ରହିଛନ୍ତି । ହେଲେ ମରଶରୀର କାଇଁ ପଚାରିବାରୁ ହସ୍ପିଟାଲ ପାଖରେ କିଛି ବି ଉତ୍ତର ନାହିଁ। ହେଲେ ଆଜିର ଘଟଣା ପରେ ହସ୍ପିଟାଲ ଏହି ପରିସ୍ଥିତିକୁ କେମିତି ହ୍ୟାଣ୍ଡେଲ କରିବ ତା ଉପରେ ନଜର। ହସ୍ପିଟାଲ ପରିସରରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ନ ଉପୁଜେ ସେ ନେଇ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। 

Also Read: ଗତକାଲି ନିଜକୁ ଦିଲ୍ଲୀପ ସାମନ୍ତରାୟ କହୁଥିବା ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ !