ସାରିଦିଅନ୍ତୁ ସବୁ କାମ: July ରେ ୧୫ ଦିନ ଝୁଲିବ Bank ରେ ତାଲା
ଭାରତୀୟ ରିଜର୍ଭ ବ୍ୟାଙ୍କ (Reserve Bank Of India) ମୁତାବିକ୍ ଜୁଲାଇରେ ୬ଟି ୱିକେଣ୍ଡ ଓ ୯ଟି ଫେଷ୍ଟିଭ୍ ହଲିଡେ ରହିଛି ।
ନୂଆଦିଲ୍ଲୀ: ବ୍ୟାଙ୍କିଂ ସେକ୍ଟରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର ଓ ଗ୍ରାହକଙ୍କ ପାଇଁ ଚିନ୍ତାର ଖବର । କାରଣ ଜୁଲାଇ ମାସରେ ବ୍ୟାଙ୍କ କର୍ମଚାରୀ ମାନେ ୧୫ ଦିନ ଛୁଟିର ଆନନ୍ଦ ପାଇବେ । ଏହି ସବୁ ଛୁଟି ଆସନ୍ତାକାଲି ଅର୍ଥାତ୍ ୧୦ ଜୁଲାଇ ରୁ ଆରମ୍ଭ ହେବା ସହ ଅନ୍ୟାନ୍ୟ ଛୁଟି ବି ସାମିଲ ରହିଛି ।
ସୂଚନାନୁସାରେ, ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ କିଛି ଗ୍ରାହକଙ୍କ ପାଇଁ ବ୍ୟାଙ୍କ ବନ୍ଦ ରହିବ । କାରଣ କିଛି ରାଜ୍ୟରେ ପାଞ୍ଚରୁ ଦୁଇ ଦିନ ଛୁଟି ମାତ୍ର କିଛି ରାଜ୍ୟରେ ଲାଗୁ ହେବ । ଏଥିପାଇଁ ଏହିସବୁ ରାଜ୍ୟକୁ ଛାଡ଼ି ଦେଲେ ବାକି ସବୁ ରାଜ୍ୟରେ ବ୍ୟାଙ୍କ କର୍ମଚାରୀଙ୍କୁ ଏହି ଦୁଇ ଦିନ ବ୍ୟାଙ୍କକୁ ଆସିବାକୁ ପଡ଼ିବ । ୧୦ ଜୁଲାଇ ଶନିବାର ଛୁଟି, ସେହିପରି ୧୧ ଜୁଲାଇ ରବିବାର । ଏହା ପରେ ସୋମବାର ୧୨ ଜୁଲାଇ ରଥଯାତ୍ରା ହେତୁ ଓଡ଼ିଶାର କିଛି ଅଞ୍ଚଳରେ ବ୍ୟାଙ୍କ ବନ୍ଦ ରହିବ।
Also Read: ଅଲଟ୍ରାସାଉଣ୍ଡ ଫଟୋ ସେୟାର କରି Kareena ଦେଲେ ଖୁସି ଖବର !
ଏହା ମଧ୍ୟରେ ମଙ୍ଗଳବାର ୧୩ ଜୁଲାଇରେ ଭାନୁ ଜୟନ୍ତୀ ପାଇଁ ଗ୍ୟାଙ୍ଗଟକରେ ବ୍ୟାଙ୍କ ବନ୍ଦ ରହିବ । ଗ୍ୟାଙ୍ଗଟକ ବ୍ୟାଙ୍କ ଗୁଡ଼ିକରେ କର୍ମଚାରୀଙ୍କ ପାଇଁ ସ୍ଥାନୀୟ ଉତ୍ସବ (Drukpa Tsheshi)କାରଣରୁ ବୁଧବାର ଅର୍ଥାତ୍ ୧୪ ଜୁଲାଇ କୁ ଆଉ ଆଉ ଏକ ଅବସର ମିଳିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (Reserve Bank Of India) ମୁତାବିକ୍ ଜୁଲାଇରେ ୬ଟି ୱିକେଣ୍ଡ ଓ ୯ଟି ଫେଷ୍ଟିଭ୍ ହଲିଡେ ରହିଛି ।
Also Read: Weather Alert: ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବିକ୍ଷିପ୍ତ ବର୍ଷା ସମ୍ଭାବନା
List Of Bank Holidays
୧୦ ଜୁଲାଇ ୨୦୨୧-ଦ୍ୱିତୀୟ ଶନିବାର
୧୧ ଜୁଲାଇ ୨୦୨୧-ରବିବାର
୧୨ ଜୁଲାଇ ୨୦୨୧-ସୋମବାର କାଙ୍ଗ(ରାଜସ୍ଥାନ) ରଥଯାତ୍ରା (ଓଡ଼ିଶା)
୧୩ ଜୁଲାଇ ୨୦୨୧- ମଙ୍ଗଳବାର - ଭାନୁ ଜୟନ୍ତୀ(ଶହିଦ ଦିବସ, ଜମ୍ମୁ ଓ କାଶ୍ମୀର, ଭାନୁ ଜୟନ୍ତୀ-ସିକ୍କିମ)
୧୪ ଜୁଲାଇ ୨୦୨୧- ବୁଧବାର-(Drukpa Tsheshi)ଗ୍ୟାଙ୍ଗଟକ
୧୬ ଜୁଲାଇ ୨୦୨୧-ଶୁକ୍ରବାର- ହରେଲା ପୂଜା (ଡେରାଡୁନ)
୧୭ ଜୁଲାଇ ୨୦୨୧ -ଶନିବାର-ଖାରଚି ପୂଜା (ଅଗରତାଲା)
୧୮ ଜୁଲାଇ ୨୦୨୧ -ରବିବାର
୧୯ ଜୁଲାଇ ୨୦୨୧ - ସୋମବାର- (Guru Rimpoche's Thungkar Tshechu)ଗ୍ୟାଙ୍ଗଟକ୍
୨୦ ଜୁଲାଇ ୨୦୨୧-ମଙ୍ଗଳବାର (ଦେଶସାରା Eid al Adha)
୨୧ ଜୁଲାଇ ୨୦୨୧ -ବୁଧବାର- ଦେଶବ୍ୟାପୀ (ବକ୍ରୀ ଇଦ୍)