Weather Alert: ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବିକ୍ଷିପ୍ତ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha938719

Weather Alert: ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବିକ୍ଷିପ୍ତ ବର୍ଷା ସମ୍ଭାବନା

ଆସନ୍ତାକାଲି ଠାରୁ ୧୪ ତାରିଖ ସକାଳ ପର୍ଯ୍ୟନ୍ତ ମଧ୍ୟ ବିଭିନ୍ନ ଜିଲ୍ଲାରେ ବିକ୍ଷିପ୍ତ ଭାବେ ବର୍ଷା ପବନ ନେଇ ଚେତାବନୀ ଜାରି କରାଯାଇଛି। 

Weather Alert: ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବିକ୍ଷିପ୍ତ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟାରେ ଲଘୁଚାପ। ଆସନ୍ତା ୧୧ ତାରିଖ ଆଡକୁ ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପାସଗର ତଥା ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୂଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି। ଏହା ସହ ବର୍ତ୍ତମାନ ରାଜ୍ୟ ମଧ୍ୟ ଦେଇ ଗୋଟିଏ ଟ୍ରଫ୍ ଲାଇନ ସହ ଏକ ଘୂର୍ଣ୍ଣୀବଳୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ବର୍ଷା ପବନ ନେଇ କେତେ ଜିଲ୍ଲା ଉଦ୍ଦେଶ୍ୟରେ ସତର୍କତା ଜାରି କରାଯାଇଛି।

ଆସନ୍ତା ଶନିବାର ସକାଳ ସାଢେ ୮ଟା ମଧ୍ୟରେ ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ, ବରଗଡ, ଝାରସୁଗୁଡା, ଅନୁଗୁଳ, ଦେଓଗଡ ଜିଲ୍ଲାରେ ପ୍ରବଳ ବର୍ଷା (Heavy Rain) ଏବଂ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ବରଗଡ, ସମ୍ବଲପୁର, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ସୋନପୁର ଜିଲ୍ଲାରେ ଘଡଘଡି ବର୍ଷା ସହ ବଜ୍ରପାତ ନେଇ (Lightning Rain) ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Metrological Centre)। 

Also Read: ଆସନ୍ତା ୪ ଦିନରେ ଘନୀଭୂତ ହେବ ଲଘୁଚାପ

ଏହାପରେ ଆସନ୍ତାକାଲି ଠାରୁ ୧୪ ତାରିଖ ସକାଳ ପର୍ଯ୍ୟନ୍ତ ମଧ୍ୟ ବିଭିନ୍ନ ଜିଲ୍ଲାରେ ବିକ୍ଷିପ୍ତ ଭାବେ ବର୍ଷା ପବନ ନେଇ ଚେତାବନୀ ଜାରି କରାଯାଇଛି। ଅପରପଟେ ଚେତାବନୀ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (Special Relief Commissioner) ଏସଆରସି (Odisha SRC)।