Bank Loan: ଏହି ବ୍ୟାଙ୍କରୁ ଲୋନ ନେବାକୁ ଭାବୁଛନ୍ତି କି? ଜାଣିରଖନ୍ତୁ ଜରୁରୀ କଥା...
Bank Loan: ଯେତେବେଳେ କୌଣସି ବ୍ୟାଙ୍କ ଏମସିଏଲଆର ହାରରେ ପରିବର୍ତ୍ତନ କରନ୍ତି, ଏହାର ସିଧାସଳଖ ପ୍ରଭାବ ଗ୍ରାହକଙ୍କ ଉପରେ ପଡିଥାଏ । ବାସ୍ତବରେ ଏମସିଏଲଆର ହେଉଛି ସର୍ବନିମ୍ନ ହାର, ଯାହାଠାରୁ କମ୍ କୌଣସି ବ୍ୟାଙ୍କ ଗ୍ରାହକଙ୍କୁ ଋଣ ଦେଇପାରିବେ ନାହିଁ । ଏମସିଏଲଆର ଯେତେ ବଢିବ ସେତେ ଅଧିକ ଋଣ ଉପରେ ସୁଧ ମଧ୍ୟ ବଢିବ।
Bank Loan: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଆଜି ଅର୍ଥାତ୍ ଅଗଷ୍ଟ ୧୫ ତାରିଖ ଅବସରରେ ନିଜ ଗ୍ରାହକଙ୍କୁ ବଡ଼ ଝଟକା ଦେଇଛି। ଯଦି ଆପଣ ମଧ୍ୟ ଏସବିଆଇର ଗ୍ରାହକ(SBI Customer) ତେବେ ବ୍ୟାଙ୍କର ଏହି ବଡ ନିଷ୍ପତ୍ତି ନିଶ୍ଚୟ ଜାଣନ୍ତୁ । ଏସବିଆଇ ଆଜିଠାରୁ ଋଣ ସୁଧ ହାର ୧୦ ବେସିସ୍ ପଏଣ୍ଟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏସବିଆଇ ଏହାର ବିଭିନ୍ନ ଅବଧି ପାଇଁ ମାର୍ଜିନାଲ କଷ୍ଟ ଅଫ୍ ଲେଣ୍ଡିଂ ରେଟ୍ (SBI MCLR Hike)ରେ ୧୦ ବେସିସ୍ ପଏଣ୍ଟ ବୃଦ୍ଧି ଘୋଷଣା କରିଛି। ନୂଆ ଦର ୨୦୨୪ ଅଗଷ୍ଟ ୧୫ ତାରିଖ ଗୁରୁବାରଠାରୁ ଲାଗୁ ହୋଇଛି।
ଏବେ ଏହା ହେଉଛି ନୂଆ ଏମସିଏଲଆର ଦର
ଏମସିଏଲଆର୍ ହାର ବୃଦ୍ଧି ର ଅର୍ଥ ହେଉଛି ଶିକ୍ଷା ଋଣ, କାର୍ ଋଣ, ଗୃହ ଋଣ ଇତ୍ୟାଦି ଋଣ ଗ୍ରାହକଙ୍କ ପାଇଁ ମହଙ୍ଗା ହୋଇଯିବ । ଆପଣଙ୍କୁ କହିରଖୁଛୁ ଯେ ଏସବିଆଇ ଦ୍ୱାରା ଏମସିଏଲଆରରେ କ୍ରମାଗତ ତୃତୀୟ ମାସ ବୃଦ୍ଧି ହୋଇଛି । ନୂଆ ଦର ଲାଗୁ ହେବା ପରେ ତିନି ବର୍ଷ ପାଇଁ ଏସବିଆଇର ନୂଆ ଏମସିଏଲଆର ଏବେ ୯ ପ୍ରତିଶତରୁ ୯.୧୦ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ରାତାରାତି ଏମସିଏଲଆର ୮.୧୦ ପ୍ରତିଶତରୁ ୮.୨୦ ପ୍ରତିଶତକୁ ବୃଦ୍ଧି ପାଇଛି । ଜାଣନ୍ତୁ ନୂଆ ଦର ବିଷୟରେ ।
ରାତାରାତି ବୃଦ୍ଧି ୮.୧୦% ରୁ ୮.୨୦%କୁ ବୃଦ୍ଧି
ଗୋଟିଏ ମାସ ରେ ୮.୩୫%ରୁ ୮.୪୫% କୁ ବୃଦ୍ଧି
ତିନି ମାସ ୮.୪୦% ରୁ ୮.୫୦% କୁ ବୃଦ୍ଧି ପାଇଛି
ଛଅ ମାସ ବୃଦ୍ଧି ୮.୭୫%ରୁ ୮.୮୫%କୁ ବୃଦ୍ଧି
ଗୋଟିଏ ବର୍ଷରେ ଏହା ୮.୮୫%ରୁ ୮.୯୫% କୁ ବୃଦ୍ଧି ପାଇଛି
ଦୁଇ ବର୍ଷ ୮.୯୫% ରୁ ୯.୦୫% ପର୍ଯ୍ୟନ୍ତ
ତିନି ବର୍ଷ ୯.୦୦% ରୁ ୯.୧୦% କୁ ବୃଦ୍ଧି ପାଇଛି
ଗ୍ରାହକଙ୍କ ଉପରେ ଏମ୍ ସିଏଲ୍ ଆର୍ ହାରର ପ୍ରଭାବ କ'ଣ ପଡ଼ିବ?
ଏସବିଆଇ ପୂର୍ବରୁ କାନାରା ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା ଏବଂ ୟୁକୋ ବ୍ୟାଙ୍କ ମଧ୍ୟ ସେମାନଙ୍କର ଏମସିଏଲଆର ହାରରେ ପରିବର୍ତ୍ତନ କରିଛନ୍ତି । ଚଳିତ ମାସରୁ ସେମାନଙ୍କ ଦର ମଧ୍ୟ ଲାଗୁ କରାଯାଇଛି। ଯେତେବେଳେ କୌଣସି ବ୍ୟାଙ୍କ ଏମସିଏଲଆର ହାରରେ ପରିବର୍ତ୍ତନ କରନ୍ତି, ଏହାର ସିଧାସଳଖ ପ୍ରଭାବ ଗ୍ରାହକଙ୍କ ଉପରେ ପଡିଥାଏ । ବାସ୍ତବରେ ଏମସିଏଲଆର ହେଉଛି ସର୍ବନିମ୍ନ ହାର, ଯାହାଠାରୁ କମ୍ କୌଣସି ବ୍ୟାଙ୍କ ଗ୍ରାହକଙ୍କୁ ଋଣ ଦେଇପାରିବେ ନାହିଁ । ଏମସିଏଲଆର ଯେତେ ବଢିବ ସେତେ ଅଧିକ ଋଣ ଉପରେ ସୁଧ ମଧ୍ୟ ବଢିବ।
Also Read: Income Tax Return: ଟ୍ୟାକ୍ସ ଦେଉଛନ୍ତି କି? ଏଇ ଛୋଟିଆ ଭୁଲ୍ କଲେ ମିଳିବନି ଆପଣଙ୍କୁ Refund
Also Read: Microplastics Toxin: ଆପଣ ଖାଉଥିବା ଲୁଣଚିନିରେ ମାଇକ୍ରୋପ୍ଲାଷ୍ଟିକ୍, ଜାଣନ୍ତୁ କ'ଣ କରୁଛି କ୍ଷତି?