Microplastics Toxin: ପଥର ଲୁଣ, ସମୁଦ୍ର ଲୁଣ, ଟେବୁଲ ଲୁଣ ଏବଂ କଞ୍ଚା ଲୁଣର ନମୁନା ଗବେଷଣା କରାଯାଇଥିଲା। ଏଥିସହ ବଜାରରୁ କିଣାଯାଇଥିବା ଚିନିକୁ ମଧ୍ୟ ଅଧ୍ୟୟନରେ ଅନ୍ତର୍ଭୁକ୍ତ କରାଯାଇଥିଲା। ସମସ୍ତ ନମୁନାରେ ମାଇକ୍ରୋପ୍ଲାଷ୍ଟିକ୍ ର ଉପସ୍ଥିତି ଫାଇବର, ପେଲେଟ୍, ଖଣ୍ଡ ଆକାରରେ ଦେଖିବାକୁ ମିଳିଥିଲା।
Trending Photos
Microplastics Toxin: ଭାରତୀୟ ଲୁଣ ଓ ଚିନି ବ୍ରାଣ୍ଡରେ ମାଇକ୍ରୋପ୍ଲାଷ୍ଟିକ୍ ଥିବା ଦାବି କରାଯାଇଛି। ପରିବେଶ ଗବେଷଣା ସଂସ୍ଥା ଟକ୍ସିନ୍ ଲିଙ୍କ୍ ପକ୍ଷରୁ ଏହି ଗବେଷଣା ରିପୋର୍ଟ ଉପସ୍ଥାପନ କରାଯାଇଛି। ଏହି ରିପୋର୍ଟରେ ୧୦ ପ୍ରକାର ଲୁଣ ଓ ୫ ପ୍ରକାର ଚିନି ପରୀକ୍ଷା କରାଯିବ ବୋଲି ଦାବି କରାଯାଇଛି। ଗବେଷଣା ଅନୁଯାୟୀ, ସମସ୍ତ ଭାରତୀୟ ଲୁଣ ଏବଂ ଚିନି ବ୍ରାଣ୍ଡରେ ମାଇକ୍ରୋପ୍ଲାଷ୍ଟିକ ପ୍ୟାକ୍ଡ୍, ଅଣପ୍ୟାକ୍ ହୋଇଥିବା ବ୍ରାଣ୍ଡରେ ରହିଛି। ପଥର ଲୁଣ, ସମୁଦ୍ର ଲୁଣ, ଟେବୁଲ ଲୁଣ ଏବଂ କଞ୍ଚା ଲୁଣର ନମୁନା ଗବେଷଣା କରାଯାଇଥିଲା। ଏଥିସହ ବଜାରରୁ କିଣାଯାଇଥିବା ଚିନିକୁ ମଧ୍ୟ ଅଧ୍ୟୟନରେ ଅନ୍ତର୍ଭୁକ୍ତ କରାଯାଇଥିଲା। ସମସ୍ତ ନମୁନାରେ ମାଇକ୍ରୋପ୍ଲାଷ୍ଟିକ୍ ର ଉପସ୍ଥିତି ଫାଇବର, ପେଲେଟ୍, ଖଣ୍ଡ ଆକାରରେ ଦେଖିବାକୁ ମିଳିଥିଲା।
ମାଇକ୍ରୋପ୍ଲାଷ୍ଟିକର ଆକାର ୦.୧ରୁ ୫ ମିମି ପର୍ଯ୍ୟନ୍ତ ଥିଲା । ଆୟୋଡିନ୍ ଯୁକ୍ତ ଲୁଣରେ ମାଇକ୍ରୋପ୍ଲାଷ୍ଟିକ୍ ସ୍ତର ମଧ୍ୟ ଅଧିକ ଥିଲା। ମାଇକ୍ରୋପ୍ଲାଷ୍ଟିକ ପତଳା ଫାଇବର ଆକାରରେ ଥିବା ଦେଖିବାକୁ ମିଳିଥିଲା। ଟକ୍ସିନ୍ ଲିଙ୍କର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରବି ଅଗ୍ରୱାଲଙ୍କ କହିବାନୁଯାୟୀ, ଗବେଷଣାର ଉଦ୍ଦେଶ୍ୟ ଥିଲା ମାଇକ୍ରୋପ୍ଲାଷ୍ଟିକ୍ର ଡାଟାବେସ୍ ସଂଗ୍ରହ କରିବା। ଯାହାଦ୍ୱାରା ଅନ୍ତର୍ଜାତୀୟ ପ୍ଲାଷ୍ଟିକ ଚୁକ୍ତି ଅଧୀନରେ ସମସ୍ତ ଅନୁଷ୍ଠାନର ଧ୍ୟାନ ଏହି ପ୍ରସଙ୍ଗ ଉପରେ କେନ୍ଦ୍ରୀଭୂତ ହୋଇପାରିବ ।
ମାଇକ୍ରୋପ୍ଲାଷ୍ଟିକ୍ ର ବିପଦକୁ(Microplastic) ହ୍ରାସ କରିବା ପାଇଁ ଏହାର ଲକ୍ଷ୍ୟ ରହିଛି। ଯାହାଦ୍ୱାରା ଗବେଷକମାନେ ଏହି ରିପୋର୍ଟ ଆଧାରରେ ପ୍ରୟାସ କରିପାରିବେ, ଯାହା ବିପଦକୁ ହ୍ରାସ କରିପାରିବ । ଟକ୍ସିନ୍ ଲିଙ୍କର ସହଯୋଗୀ ନିର୍ଦ୍ଦେଶକ ସତୀଶ ସିହ୍ନାଙ୍କ କହିବା ଅନୁଯାୟୀ, ଲୁଣ ଓ ଚିନିରେ ଏତେ ପରିମାଣର ପ୍ଲାଷ୍ଟିକ ମିଳିବା ସ୍ୱାସ୍ଥ୍ୟ ପାଇଁ ଚିନ୍ତାଜନକ ହୋଇପାରେ। ଏହାର ସୁଦୂରପ୍ରସାରୀ ପରିଣାମର ମୁକାବିଲା ପାଇଁ ଅଧିକ ଅଧ୍ୟୟନ କରିବାର ଆବଶ୍ୟକତା ରହିଛି । ଶୁଖିଲା ଲୁଣରେ ମାଇକ୍ରୋପ୍ଲାଷ୍ଟିକର ଉପସ୍ଥିତି କିଲୋଗ୍ରାମ ପିଛା ୬.୭୧ରୁ ୮୯.୧୫ ଖଣ୍ଡ ପର୍ଯ୍ୟନ୍ତ ହୋଇଥାଏ । ଆୟୋଡିନ୍ ଯୁକ୍ତ ଲୁଣରେ ସର୍ବାଧିକ ସାନ୍ଦ୍ରତା ଏବଂ ପଥର ଲୁଣରେ ସର୍ବନିମ୍ନ ସାନ୍ଦ୍ରତା ଥାଏ ।
ପୂର୍ବରୁ ଏଭଳି ଗବେଷଣା ସାମ୍ନାକୁ ଆସିଛି
ଚିନିରେ କିଲୋଗ୍ରାମ(Sugar Kilogram) ପିଛା ୧୧.୮୫ରୁ ୬୮.୨୫ ଖଣ୍ଡ ମିଳିଛି। ଅଣ-ଜୈବିକ ଚିନିରେ ସର୍ବାଧିକ ସାନ୍ଦ୍ରତା ଦେଖିବାକୁ ମିଳେ । ମାଇକ୍ରୋପ୍ଲାଷ୍ଟିକ ପୃଥିବୀର ଉଭୟ ପରିବେଶ ଓ ସ୍ୱାସ୍ଥ୍ୟ ପାଇଁ ମାରାତ୍ମକ । ପ୍ଲାଷ୍ଟିକର କ୍ଷୁଦ୍ର କଣିକା ଜଳ, ବାୟୁ, ଖାଦ୍ୟ ମାଧ୍ୟମରେ ମଣିଷ ଶରୀରରେ ପ୍ରବେଶ କରିପାରେ । ଏହି କଣିକା ଫୁସଫୁସ ଏବଂ ହୃଦୟ ପାଇଁ ମାରାତ୍ମକ ଅଟେ । ଯାହା ନବଜାତ ଶିଶୁଙ୍କୁ ମଧ୍ୟ ଅସୁସ୍ଥ କରିପାରେ । ଏହା ପୂର୍ବରୁ ମଧ୍ୟ ଏକ ଗବେଷଣା ସାମ୍ନାକୁ ଆସିଥିଲା । ଜଣେ ଭାରତୀୟ ଦୈନିକ ହାରାହାରି ୧୦ଟି ଚିନି ଚାମଚ ଖାଉଥିବା ସୂଚନା ମିଳିଛି। ସେହିପରି ଏଥିରେ ପ୍ରାୟ ୧୦.୯୮ ଗ୍ରାମ ଲୁଣ ବ୍ୟବହାର କରାଯାଇଥାଏ। ଯାହା କି ଚିନ୍ତାଜନକ ।
Also Read: Hindenburg Saga: ଜାଣନ୍ତୁ କେତେ କୋଟିର ମାଲିକାଣୀ SEBI ଚିଫ୍ ମାଧବୀ ବୁଚ୍ ?
Also Read: Surya Ketu Sanyog: ରାହୁ-କେତୁଙ୍କ ସଂଯୋଗ, ୫ରାଶିର ଖରାପ ପଡ଼ିବ ଭାଗ୍ୟ !