ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ BCCI Boss ସୌରଭ ଗାଙ୍ଗୁଲି
ଙ୍ଗଳବାର ରାତିରେ ୪୮ ବର୍ଷୀୟ ସୌରଭ ଗାଙ୍ଗୁଲି (Sourav Ganguly) ଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ପରେ ସକାଳେ ଏବିଷୟରେ ଡାକ୍ତରଙ୍କ ସହ ମୋବାଇଲ ଯୋଗେ ପରାମର୍ଶ ନିଆଯାଇଥିଲା। ପରେ ତାଙ୍କରି ପରାମର୍ଶ କ୍ରମେ ହସ୍ପିଲାଟାଲ (Kolkata Hospital) ରେ ଭର୍ତ୍ତି କରାଯାଇଛି।
ନୂଆଦିଲ୍ଲୀ: ପୁଣି ଅସୁସ୍ଥ ହେଲେ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ଛାତି ଯନ୍ତ୍ରଣା ହେବାକୁ ତାଙ୍କୁ ବୁଧବାର ମଧ୍ୟାହ୍ଣରେ କୋଲକାତାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଓ ପାରାମିଟର ନର୍ମାଲ ଥିବା ଡାକ୍ତର ସୂଚନା ଦେଇଛି।
ପରିବାର ଲୋକଙ୍କ କହିବା ଅନୁସାରେ, ମଙ୍ଗଳବାର ରାତିରେ ୪୮ ବର୍ଷୀୟ ସୌରଭ ଗାଙ୍ଗୁଲି (Sourav Ganguly) ଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ପରେ ସକାଳେ ଏବିଷୟରେ ଡାକ୍ତରଙ୍କ ସହ ମୋବାଇଲ ଯୋଗେ ପରାମର୍ଶ ନିଆଯାଇଥିଲା। ପରେ ତାଙ୍କରି ପରାମର୍ଶ କ୍ରମେ ହସ୍ପିଲାଟାଲ (Kolkata Hospital) ରେ ଭର୍ତ୍ତି କରାଯାଇଛି। ଦାଦଙ୍କ ହୃତପିଣ୍ଡ (cardiac condition) ର ସ୍ଥିତି ଯାଞ୍ଚ ପାଇଁ ହସ୍ପିଟାଲକୁ ନିଆଯାଇଥିବା କୁହାଯାଉଛି।
Also Read: ସୌରଭ ଗାଙ୍ଗୁଲିଙ୍କଠୁ ଜମି ଫେରାଇ ନେବାର ପ୍ରକ୍ରିୟା ଆରମ୍ଭ କଲେ ମମତା ସରକାର
ସୂଚନାଯୋଗ୍ୟ, ନିକଟରେ ମଧ୍ୟ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଛାତିରେ ଯାନ୍ତ୍ରଣା ହୋଇଥିଲା। ପରେ ଘରୋଇ ହସ୍ପିଟାଲରେ ତାଙ୍କର angioplasty କରାଗଲା। ଫଳରେ ତାଙ୍କୁ ସେଠାରେ ସପ୍ତାହେ କାଳ ବଡରେ ରହିବାକୁ ପଡିଥିଲା। ବର୍ତ୍ତମାନ ଗାଙ୍ଗୁଲିଙ୍କ ୩ଟି blocked ପ୍ରଶିରାରୁ ଗୋଟିଏ ସଫା ଅଛି। ହୃତପିଣ୍ଡରେ ବିଶେଷ ଚାପ ନଥିବା ଡାକ୍ତର କହିଛନ୍ତି।