ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ସମୟରେ, ଏକ ଖୁସି ଖବର ଆସିଛି। ଖୁବଶୀଘ୍ର ୨ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ କୋରୋନା ଭ୍ୟାକ୍ସିନ୍ ଟ୍ରେଲ୍ ଆରମ୍ଭ ହେବ। ଭାରତ ବାୟୋଟେକ ପକ୍ଷରୁ କରାଯାଇଥିବା ଆବେଦନକୁ ଆଜି ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (DGCI) ଅନୁମତି ଦେଇଛି।


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ଏକ ବିଶେଷଜ୍ଞ କମିଟି,  ୨ରୁ ୧୮ ବର୍ଷ ବୟସର ପିଲାମାନଙ୍କ ଉପରେ ଭାରତ ବାୟୋଟେକର (Bharat Biotech) କୋଭିଡ ଟିକା Covaxinର ଦ୍ୱିତୀୟ / ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରିବାକୁ ପରାମର୍ଶ ଦେଇଥିଲା। ପରୀକ୍ଷଣର ଦ୍ୱିତୀୟ / ତୃତୀୟ ପର୍ଯ୍ୟାୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହିତ ଅନ୍ୟାନ୍ୟ ଜିନିଷର ମୂଲ୍ୟାଙ୍କନ କରିବାକୁ ଅନୁମତି ଦେବାକୁ DGCI ନିକଟରେ ଆବେଦନ କରାଯାଇଥିଲା। ଯାହାକୁ DGCI ଗ୍ରୀନ ସିଗନାଲ ଦେଇଛି।


Also Read: 


DGCI ଏକ ବିବୃତି ଜାରି କରି କହିଛି ଯେ, ବିଭିନ୍ନ ଦିଗକୁ ଅଧ୍ୟୟନ ପରେ ୨ରୁ ୧୮ ବର୍ଷ ବୟସର ପିଲାଙ୍କ ଠାରେ Covaxinର ପରୀକ୍ଷଣକୁ ଅନୁମତି ଦିଆଯାଇଛି। ଗତ ୧୧ ତାରିଖରେ ଏନେଇ SEC ସୁପାରିସ କରିଥିଲା। ଶିଶୁଙ୍କ ଠାରେ ହେବାକୁ ଥିବା  ଦ୍ୱିତୀୟ / ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ୍  AIIMS ଦିଲ୍ଲୀ, AIIMS ପାଟନା ଏବଂ ମେଡ୍ରିନା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ନାଗପୁରରେ ୫୨୫ ସ୍ୱସ୍ଥାସେବୀଙ୍କ ଉପରେ ହେବ।



ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO)ର କୋଭିଡ୍ ବିଶେଷଜ୍ଞ କମିଟି ମଙ୍ଗଳବାର ଦିନ ଭାରତ ବାୟୋଟେକ୍ ଦ୍ୱାରା ଦୁଇରୁ ୧୮ ବର୍ଷର ଶିଶୁଙ୍କ ଉପରେ Covaxin ଟିକା ସୁରକ୍ଷା ଏବଂ ନିରାପତ୍ତା ଉପରେ ଆବେଦନ ଉପରେ ଆଲୋଚନା କରିଥିଲା।  ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ CDSCOରୁ ଅନୁମତି ନେବା ପୂର୍ବରୁ ଡାଟା ଏବଂ ସୁରକ୍ଷା ମନିଟରିଂ ବୋର୍ଡ (DSMB)କୁ ଦ୍ୱିତୀୟ ପର୍ଯ୍ୟାୟର ସୁରକ୍ଷା ତଥ୍ୟ ପ୍ରଦାନ କରିବାକୁ ବିଶେଷଜ୍ଞ କମିଟି କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲା। 


Also Read: 


ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ସହଯୋଗରେ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ Covaxinକୁ  ଦେଶର ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ବର୍ତ୍ତମାନ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଏହି ଟିକା ଦିଆଯାଉଛି। ସୋମବାର, ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ (US-FDA) ୧୨ରୁ ୧୫ ବର୍ଷ ବୟସର ପିଲାମାନଙ୍କ ପାଇଁ Pfizer-BioNTecchର କୋରୋନା ଟିକାକୁ ଅନୁମୋଦନ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଟିକା ୧୬ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଟିକାକରଣ ହେଉଛି।