DCGIର ମଞ୍ଜୁରୀ, ୧୨ ରୁ ୧୮ ବର୍ଷ ବୟସ୍କଙ୍କୁ ମିଳିବ ଏହି ଟିକା
୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ୍କୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛି DCGI
ନୂଆଦିଲ୍ଲୀ: ଦେଶରେ କୋରୋନା ମାମଲା ପୁଣିଥରେ ବଢି ବଢି ଚାଲିଛି । ଏହାକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଥିବା ବେଳେ ଏବେ ଏହାରି ମଧ୍ୟରେ ଏକ ବଡ଼ ଓ ଖୁସି ଖବର ସାମ୍ନାକୁ ଆସିଛି । ପିଲାଙ୍କ ପାଇଁ ଭ୍ୟାକସିନକୁ ଡିସିଜିଆଇର ମଞ୍ଜୁରୀ ମିଳିଛି । ପିଲାଙ୍କ ପାଇଁ କୋରୋନା ଟିକାକୁ ଅନୁମତି ମିଳିଛି।
୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ୍କୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛି DCGI।
ସେପଟେ ଦେଶର ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇରେ କୋରୋନା ସଂକ୍ରମଣ ପୁଣିଥରେ ଉପର ମୁହାଁ ହୋଇଛି। ଓମିକ୍ରନ ଭାରିଏଣ୍ଟ ଦିଲ୍ଲୀ ଓ ମୁମ୍ବାଇରୁ ଚିହ୍ନଟ ହେବା ପରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ମାସର ରେକର୍ଡ ଭାଙ୍ଗିଛି।ମୁମ୍ବାଇରେ ଦୈନିକ ସଂକ୍ରମଣ ୧୦% ବୃଦ୍ଧି ପାଇଛି। ସଂକ୍ରମଣ ବଢ଼ୁଥିବାରୁ ଉଭୟ ସ୍ଥାନରେ କୋରୋନା କଟକଣା (Corona Guideline) ଲାଗିଛି। ହେଲେ ସଂକ୍ରମଣ ଧୀରେଧୀରେ ବଢ଼ିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି।
Also Read: Weather Alert: ଏହି ସ୍ଥାନରେ ୨୬ ରୁ ୨୮ ପ୍ରବଳ ବର୍ଷିବ, ବଢିବ ଥଣ୍ଡା
ଅନ୍ୟପଟେ ଧୀରେ ଧୀରେ ଓଡ଼ିଶାରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍ (Omicron)। ୨୧ ତାରିଖରେ ରାଜ୍ୟରେ ପ୍ରଥମେ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨ ଜଣ ବାହାରିଛନ୍ତି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ଆଉ ଏହା ସହିତ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ତେବେ ଏହାରି ମଧ୍ୟରେ ୧୨ ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଦାନ ଖବର ସମସ୍ତଙ୍କୁ ଏକ ଆଶ୍ୱସ୍ତି ଦେଇଛି।