Weather Alert: ଏହି ସ୍ଥାନରେ ୨୬ ରୁ ୨୮ ପ୍ରବଳ ବର୍ଷିବ, ବଢିବ ଥଣ୍ଡା
Advertisement
Article Detail0/zeeodisha/odisha1055796

Weather Alert: ଏହି ସ୍ଥାନରେ ୨୬ ରୁ ୨୮ ପ୍ରବଳ ବର୍ଷିବ, ବଢିବ ଥଣ୍ଡା

ଆଗାମୀ ଦିନରେ ରାଜସ୍ଥାନର ବିଭିନ୍ନ ଅଞ୍ଚଳରେ ଦିନର ତାପମାତ୍ରା ହ୍ରାସ ପାଇବ ବୋଲି ଆଶା କରାଯାଉଛି। ପାଣିପାଗ ବିଭାଗ ଅନୁଯାୟୀ ଡିସେମ୍ବର ୨୬ ରୁ ଏକ ନୂତନ ପାଶ୍ଚାତ୍ୟ ବିଭ୍ରାଟ ସକ୍ରିୟ ହେବ। 

Weather Alert: ଏହି ସ୍ଥାନରେ ୨୬ ରୁ ୨୮ ପ୍ରବଳ ବର୍ଷିବ, ବଢିବ ଥଣ୍ଡା

ନୂଆଦିଲ୍ଲୀ: ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଦିଲ୍ଲୀର ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୨୩ ଓ ୭ ଡିଗ୍ରୀ ସେଲସିୟସରେ ରେକର୍ଡ ହୋଇଛି। ସେପଟେ ଆଇଏମଡି ୨୬ ରୁ ୨୮ ଡିସେମ୍ବର ମଧ୍ୟରେ ଦିଲ୍ଲୀରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।  

ପୂର୍ବାନୁମାନ ଅନୁଯାୟୀ, ଡିସେମ୍ବର ୨୬ ରେ ହାଲୁକା ବର୍ଷା ସହିତ ପାଗ ମେଘୁଆ ରହିବ, ଡିସେମ୍ବର ୨୭ ରେ ହାଲୁକା ବର୍ଷା କିମ୍ବା ଝିପିଝିପି ବର୍ଷା ସହିତ ମେଘୁଆ ରହିବ ଏବଂ ଡିସେମ୍ବର ୨୮ ରେ ଆକାଶ ପ୍ରାୟତଃ ମେଘାଚ୍ଛନ ରହିବା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। 

Also Read: '83' ଫିଲ୍ମରୁ ବଲିଉଡ଼ରେ ପାଦ ଥାପିଲେ କପିଲ ଦେବଙ୍କ ଝିଅ, ଜାଣନ୍ତୁ ଫିଲ୍ମରେ ତାଙ୍କୁ କେଉଁ ଭୂମିକା ମିଳିଛି

ଆଗାମୀ ଦିନରେ ରାଜସ୍ଥାନ (Rajasthan)ର ବିଭିନ୍ନ ଅଞ୍ଚଳରେ ଦିନର ତାପମାତ୍ରା ହ୍ରାସ ପାଇବ ବୋଲି ଆଶା କରାଯାଉଛି। ପାଣିପାଗ ବିଭାଗ ଅନୁଯାୟୀ ଡିସେମ୍ବର ୨୬ ରୁ ଏକ ନୂତନ ପାଶ୍ଚାତ୍ୟ ବିଭ୍ରାଟ ସକ୍ରିୟ ହେବ। ଏହାର ପ୍ରଭାବ ହେତୁ ୨୬ ରୁ ୨୮ ଡିସେମ୍ବର (December) ମଧ୍ୟରେ ରାଜ୍ୟର ବିକାନେର, ଜୟପୁର ଏବଂ ଆଜମେର ଡିଭିଜନର ବିଭିନ୍ନ ସ୍ଥାନରେ ବଜ୍ରପାତ ସହିତ ହାଲୁକା ଏବଂ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ।

Also Read: LPG Booking Offer:ଏଲପିଜି ସିଲିଣ୍ଡର ବୁକିଂ ରେ ମିଳୁଛି ହଜାର ଟଙ୍କାର ଫାଇଦା

ଏହି ସମୟରେ ଦିନର ତାପମାତ୍ରା (Tempreture)ଚାରି ରୁ ପାଞ୍ଚ ଡିଗ୍ରୀ ସେଲସିୟସ ହ୍ରାସ ହୋଇପାରେ । ଏହି ସମୟରେ, ରାଜ୍ୟର ସର୍ବନିମ୍ନ ତାପମାତ୍ରା ଶୁକ୍ରବାର ରାତିରେ କରାଲିରେ ୬.୨ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି। ରାଜଧାନୀ ଜୟପୁରରେ ଏହା ୧୩.୦ ଡିଗ୍ରୀ ସେଲସିୟସ ଥିଲା ।