Hindu uses Muslim Name: ହିନ୍ଦୁ ହୋଇ ବ୍ୟବହାର କରୁଛନ୍ତି ମୁସଲିମ ନାଁ। ଏକଥା ଶୁଣିବା ପରେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ। ମାତ୍ର ଏହା ସତ୍ୟ।  ମୁସଲିମ ନାଁ ବ୍ୟବହାର କରି ନିଜକୁ ଗର୍ବିତ ଅନୁଭବ କରୁଛନ୍ତି ହିନ୍ଦୁ। ବିହାର ନାଳନ୍ଦା ଜିଲ୍ଲାର ଗିଲାନୀ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା।   


COMMERCIAL BREAK
SCROLL TO CONTINUE READING

ଏହି ଗ୍ରାମରେ ବସବାସ କରୁଥିବା ଉଭୟ ହିନ୍ଦୁ ମୁସଲିମ ସମ୍ପ୍ରଦାୟର ଲୋକ ନିଜ ସାଙ୍ଗିଆ ଅର୍ଥାତ ଉପନାମ (Surname) ସମାନ ରଖୁଛନ୍ତି। ଏଠାକାର ଲୋକ ସେମାନଙ୍କ ଉପନାମକୁ ନେଇ ଗର୍ବିତ ଅନୁଭବ କରୁଛନ୍ତି। ଏହି ଗ୍ରାମରସମସ୍ତ ଲୋକ ସେମାନଙ୍କ ଉପନାମ ମୁସଲିମ ନାଁ ଅନୁସାରେ ରଖିଥାନ୍ତି।


Also Read: ଶୌଚାଳୟରେ ଲାଗିଥିଲା ଧାର୍ମିକ ପ୍ରତୀକ ଥିବା ଟାଇଲ; ବିବାଦ ପରେ ଗାଁ ମୁଖିଆ ଫେରାର


ବିହାର ନାଳନ୍ଦା ଜିଲ୍ଲାର ଗିଲାନୀ ଗ୍ରାମରେ ଉଭୟ ହିନ୍ଦୁ ମୁସଲିମ ସମ୍ପ୍ରଦାୟର ଲୋକ ନିଜ ନା ପଛରେ ଗିଲାନୀ ଶବ୍ଦ ବ୍ୟବହାର କରିଥାନ୍ତି। ମୋଗଲ ଶାସନ କାଳରୁ ଏହି ପରମ୍ପରା  ଚାଲି ଆସୁଛି। ଏନେଇ କୁହାଯାଏ ଯେ  ଇସଲାମ ଅନୁଯାୟୀ ହଜରତ ଅବଦୁଲ କାଦିର ଜିଲାନୀଙ୍କ ନାଁ ଅନୁସାରେ ଏହି ଗ୍ରାମରେ ଜିଲାନୀ ରଖାଯାଇଛି। ଆରବୀ ଭାଷାର ବର୍ଣ୍ଣମାଳାରେ "ଗ" ଶବ୍ଦ ନାହିଁ। ଏହି କାରଣରୁ ଲୋକେ ଜିଲାନୀ ବୋଲି କହିବା ସହ ଗ୍ରାମର ନାଁ ମୋହିଉଦ୍ଦୀନପୁର ଜିଲାନୀ ରଖାଯାଇଛି। 


Also Read: ସରକାରୀ ବାସଭବନରେ ଲାଗିଲା ଆତଙ୍କବାଦୀ ଫଟୋ; ଦର୍ଶାଗଲା ବିଶ୍ୱର ସବୁ ଠାରୁ ବଡ ଇଞ୍ଜିନିୟର


ବିହାର ନାଳନ୍ଦା ଜିଲ୍ଲାର ଗିଲାନୀ ଗ୍ରାମରେ ପ୍ରାୟ ୫ ହଜାର ଲୋକ ମିଳିତ ଭାବେ ବସବାସ କରିଥାନ୍ତି। ଗ୍ରାମର କୌଣସି ଲୋକ ସେ ହିନ୍ଦୁ ହୁଅନ୍ତୁ ଅଥବା ମୁସଲିମ ଉଭୟେ ନିଜ ନାମରେ ଜିଲାନୀ ଶବ୍ଦ ବ୍ୟବହାର କରିଥାନ୍ତି। ପୁରାତନ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଲୋକେ ମଧ୍ୟ ଏହି ପରମ୍ପରାକୁ ଅନୁସରଣ କରୁଛନ୍ତି। ବର୍ତ୍ତମାନ ଏହା ମଧ୍ୟ ଦେଖାଯାଇଛି ଯେ ପୂର୍ବରୁ ଲୋକେ ନିଜର ଉପନାମ ପ୍ରୟୋଗ କରିବା ପରେ ଗିଲାନି ଶବ୍ଦ ବ୍ୟବହାର କରୁଥିଲେ। ହେଲେ ନୂତନ ପିଢିର ଲୋକ ନିଜର ଜାତିର ଉପନାମକୁ ହଟାଇ ନିଜ ନାଁ ନାମ ସହିତ ସିଧାସଳଖ ଜିଲାନି ଶବ୍ଦ ରଖୁଛନ୍ତି।