ଶୌଚାଳୟରେ ଲାଗିଥିଲା ଧାର୍ମିକ ପ୍ରତୀକ ଥିବା ଟାଇଲ; ବିବାଦ ପରେ ଗାଁ ମୁଖିଆ ଫେରାର
Advertisement
Article Detail0/zeeodisha/odisha1213941

ଶୌଚାଳୟରେ ଲାଗିଥିଲା ଧାର୍ମିକ ପ୍ରତୀକ ଥିବା ଟାଇଲ; ବିବାଦ ପରେ ଗାଁ ମୁଖିଆ ଫେରାର

Sଏହି ଘଟଣାରେ ବଜରଙ୍ଗ ଦଳ କର୍ମକର୍ତ୍ତା ପୋଲିସ ନିକଟରେ ଅଭିଯୋଗ କରି କହିଛନ୍ତି ମୁସଲିମ ଗାଁ ମୁଖିଆ ଜାଣିଶୁଣି ହିନ୍ଦୁ ସମାଜର ଭାବନାକୁ ଆଘାତ କରିଛନ୍ତି।

ପ୍ରତୀକାତ୍ମକ ଫଟୋ

Controversy for Religious Symbol Tiles: ଶୌଚାଳୟରେ ଧାର୍ମିକ ପ୍ରତୀକ ଥିବା ଟାଇଲ୍ସ ଲଗାଇବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଉତ୍ତର ପ୍ରଦେଶ ସୀତାପୁର ଜିଲ୍ଲାରେ ଦେଖିବାକୁ ଏଭଳି ଘଟଣା। ଏହି ଘଟଣାକୁ ନେଇ ବିବାଦ ତେଜିବା ପରେ ଭାରୀମାତ୍ରାରେ ପୋଲିସ ବଳ ମୁତୟନ କରାଯାଇଛି। ଅନ୍ୟପଟଟେ ଏହାକୁ ନେଇ ବିବାଦ ଉଗ୍ର ରୂପ ଧାରଣ କରିବା ପରେ ଫେରାର ହୋଇାଯାଇଛନ୍ତି ଗାଁ ମୁଖିଆ।  

ସୀତାପୁର ଜିଲ୍ଲାର ବର୍ରା ବେରୋରା ଗ୍ରାମର ଏକ ଶୌଚାଳୟରେ ପ୍ରଭୁ ଶିବଙ୍କ ଫଟୋ ଥିବା ଟାଇଲ୍ସ ଲଗାଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ନେଇ ବିବାଦ ତେଜିଥିଲା। ଏହି ଘଟଣାରେ ମୁସଲିମ ଗାଁ ମୁଖିଆ ଏବଂ ଅନ୍ୟ ୨ ଜଣଙ୍କ ବିରୋଧରେ ମାମଲା ରୁଜୁ  କରିଛି ପୋଲିସ। ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଗାଁ ମୁଖିଆ ରେଶମା ଫେରାର ହୋଇଯାଇଛି। 

ଶୌଚାଳୟରେ ଲଗାଯାଇଥିବା ଟାଇଲ୍ସ ରେ ଭଗବାନ ଶିବ ଏବଂ ଅନ୍ୟାନ୍ୟ ଧାର୍ମିକ ପ୍ରତୀକ ଚିତ୍ର ରହିଛି। ଶୌଚାଳୟରେ ଧାର୍ମିକ ପ୍ରତୀକ ଥିବା ଟାଇଲ୍ସ ଲଗାଇବା ଘଟଣାରେ ବଜରଙ୍ଗ ଦଳ କର୍ମକର୍ତ୍ତା ସନ୍ଦୀପ ଅୱସ୍ତି ପୋଲିସ ନିକଟରେ ଅଭିଯୋଗ କରି କହିଥିଲେ ମୁସଲିମ ଗାଁ ମୁଖ୍ୟ ରେଶମା ଏବଂ ଜାଣିଶୁଣି ହିନ୍ଦୁ ସମାଜର ଭାବନାକୁ ଆଘାତ  କରିଛନ୍ତି। ରେଶମା, ତାଙ୍କ ସ୍ୱାମୀ ବୁନିୟାଦ୍ ଏବଂ ଅନ୍ୟ ନାସିମୁଲ୍ଲା ଏହି ଘଟଣାରେ ଜଡିତ ଅଛନ୍ତି। 

ଶୌଚାଳୟରେ ଧାର୍ମିକ ପ୍ରତୀକ ଥିବା ଟାଇଲ୍ସ ଲଗାଇବାକୁ ନେଇ ବିବାଦ ତେଜିବା ପରେ ବର୍ରା ବେରୋରା ଗ୍ରାମରେ ଭାରୀମାତ୍ରାରେ ପୋଲିସ ବଳ ମୁତୟନ କରାଯାଇଛି। ଏହି ଘଟଣାରେ ପ୍ରତିକ୍ରିୟା ରଖି ସୀତାପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଏହାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବା ପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Also Read: ବିବାଦ ସାଜିଲା ସବୁଜ ରଙ୍ଗ; ଲୋକେ କହିଲେ ମଦ୍ରାସାରେ ପରିଣତ ହୋଇଥାନ୍ତା ସରକାରୀ ବିଦ୍ୟାଳୟ

Also Read: ସବୁଜରୁ ଭଗୱା ରଙ୍ଗରେ ରଙ୍ଗାୟିତ ହେଲା ଦରଘା; ବିବାଦ ପରେ କାର୍ଯ୍ୟାନୁଷ୍ଠାନ ଏହି ନେଲା ପୋଲିସ