Video: ବିଧାନସଭାରେ BJP-TMC ନେତା ପିଟାପିଟି
ବିଧାନସଭାରେ ଟିଏମସି-ବିଜେପି ବିଧାୟକମାନେ ଗୃହରେ ମଝିଭାଗକୁ ଆସି ହୋହଲ୍ଲା କରିବା ପରେ ପିଟାପିଟି ଉପରକୁ ଚାଲିଆସିଥିଲେ।
କୋଲକାତା: ଅଶାନ୍ତ ହୋଇପଡ଼ିଛି ପଶ୍ଚିମବଙ୍ଗ ରାଜ୍ୟ। ଗତ କିଛିଦିନ ତଳେ ବୀରଭୂମରେ ଘଟିଥିବା ଅମାନବୀୟ କାଣ୍ଡ କାହାରି ମନରୁ ଲିଭିନଥବା ବେଳେ ଆଜି ବିଧାନସଭାରେ ଯାହା ଘଟିଲା ତାକୁ ନେଇ ସାରା ଦେଶରେ ଚର୍ଚ୍ଚା।
ପଶ୍ଚିମବଙ୍ଗ ବିଧାନସଭାରେ ଶାସକ ଟିଏମସି ଏବଂ ବିଜେପି ବିଧାୟକମାନେ ସାମ୍ନାସାମ୍ନି ହୋଇଥିଲେ। ଏହି ସମୟ ମଧ୍ୟରେ ଗୃହରେ ନେତାଙ୍କ ମଧ୍ୟରେ ବହୁତ ଗଣ୍ଡଗୋଳ ଓ କଳି କରିବା ସହ ପିଟାପିଟି ପର୍ଯ୍ୟନ୍ତ କଥା ଚାଲିଯାଇଥିଲା। ବିଧାୟକମାନେ ବିଧାନସଭା ଗୃହରେ ଲାଇଟ୍ ଭାଙ୍ଗି ଦେଇଥିଲେ। ତେବେ ପଶ୍ଚିମବଙ୍ଗର ରାମପୁରହାଟ ହିଂସା ଏବଂ ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିପ୍ରେକ୍ଷୀରେ ବିଧାନସଭାରେ ଏକ ବିତର୍କ ଚାଲିଥିବା ବେଳେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଏମିତି ଏକ ଅପ୍ରିତିକର ପରିସ୍ଥିତି ଦେଖାଦେଇଥିଲା ।
ସୂଚନାନୁସାରେ, ବିଜେପି ବିଧାୟକ (BJP Mla) ତଥା ବିରୋଧୀ ଦଳର ନେତା ସୁଭେନ୍ଦୁ ଅଧିକାରୀ ରାମପୁରହାଟ, ବୀରଭୂମ ଘଟଣାରେ ଆଲୋଚନା କରିବାକୁ ଦାବି କରିଥିଲେ। ଏହା ପରେ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ଧାରଣା ଦେଇଥିଲେ। ବିଧାନସଭାରେ ଟିଏମସି-ବିଜେପି ବିଧାୟକମାନେ ଗୃହରେ ମଝିଭାଗକୁ ଆସି ହୋହଲ୍ଲା କରିବା ପରେ ପିଟାପିଟି ଉପରକୁ ଚାଲିଆସିଥିଲେ। ଏହି କଳହରେ ବିଜେପି ବିଧାୟକ ମନୋଜ ତିଗାଙ୍କ ପୋଷାକ ଚିରି ଦେଇଥିଲେ। ଅନ୍ୟପକ୍ଷରେ ଟିଏମସି ବିଧାୟକ ଅସିତ ମଜୁମଦାରଙ୍କ ନାକରେ ଆଘାତ ଲାଗିଛି।
Also Read: କଲେଜ ପରିସରରେ ବଢ଼ିଲା କୁକୁରଙ୍କ ଉତ୍ପାତ, ପ୍ରିନ୍ସିପାଲ ନେଲେ ଏହି ପଦକ୍ଷେପ
ଟିଏମସି ବିଧାୟକ (TMC Mla) ଅସିତ୍ ମଜୁମଦାର କହିଛନ୍ତି ଯେ, ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ତାଙ୍କୁ ପ୍ରଥମେ ମାଡ଼ ମାରିଥିଲେ। ଯାହା ଫଳରେ ତାଙ୍କ ନାକରେ ବାଜିଥିଲା। ଏହି ଘଟଣା ପରେ ବିଧାନସଭାର ବାଚସ୍ପତି ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବହୁ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି। ବିଧାନସଭାର ବାଚସ୍ପତି ବିଜେପି ନେତା ସୁଭେନ୍ଦୁ ଅଦିକାରୀ, ମନୋଜ ତିଗା, ଶଙ୍କର ଘୋଷ, ଦୀପକ ଭର୍ମା ଏବଂ ଏ ନରହରୀ ମହାଟୋଙ୍କୁ ବଜେଟ୍ ଅଧିବେଶନ ପର୍ଯ୍ୟନ୍ତ ନିଲମ୍ବିତ କରିଛନ୍ତି।
Also Read: ଗ୍ରୀଷ୍ମରେ ମାରାତ୍ମକ ଡେଙ୍ଗୁ ଭୟ, ଏହି ଖାଦ୍ୟ ଆପଣଙ୍କୁ ରଖିବ ସୁରକ୍ଷିତ
ଖବର ଅନୁଯାୟୀ, ପଶ୍ଚିମବଙ୍ଗ (West Bengal)ର ବୀରଭୂମ (Birbhum) ଜିଲ୍ଲାରେ ଟିଏମସି ନେତାଙ୍କ ହତ୍ୟା ପରେ ଆକ୍ରୋଶ ମୂଳକ ଭାବେ ଆକ୍ରମଣ କରି ୧୦ ରୁ ୧୨ ଟି ଘରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ। ଏହି ଅମାନବୀୟ ଘଟଣାରେ ୧୦ ଜଣଙ୍କୁ ଜୀବନ୍ତ ଦଗ୍ଧ କରାଯାଇଥିଲା । ଏହି ଘଟଣାରେ ଅନ୍ୟ ୩୮ ଜଣ ଆହତ ହୋଇଥିବା କୁହାଯାଉଛି। ଏଥିସହିତ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ନେଇ ମଧ୍ୟ ଆଶଙ୍କା କରାଯାଉଛି।