ଗ୍ରୀଷ୍ମରେ ମାରାତ୍ମକ ଡେଙ୍ଗୁ ଭୟ, ଏହି ଖାଦ୍ୟ ଆପଣଙ୍କୁ ରଖିବ ସୁରକ୍ଷିତ
Advertisement

ଗ୍ରୀଷ୍ମରେ ମାରାତ୍ମକ ଡେଙ୍ଗୁ ଭୟ, ଏହି ଖାଦ୍ୟ ଆପଣଙ୍କୁ ରଖିବ ସୁରକ୍ଷିତ

ଏଡିସ୍ ମଶା କାମୁଡିବା ଦ୍ବାରା ଡେଙ୍ଗୁ ଜ୍ବର ହୋଇଥାଏ। ଡେଙ୍ଗୁ ଆକ୍ରାନ୍ତକୁ କାମୁଡି ଏହି ମଶା ସୁସ୍ଥ ବ୍ୟକ୍ତିକୁ କାମୁଡିଲେ ଜୀବାଣୁ ରକ୍ତ ମାଧ୍ୟମରେ ଆମ ଶରୀରରେ ବ୍ୟାପିଥାଏ।

ପ୍ରତିକାତ୍ମକ ଫଟୋ

ଗ୍ରୀଷ୍ମ ଆସିବା ସହ ଅନେକ ରୋଗ ମଧ୍ୟ ସାଥିରେ ନେଇ ଆସିଥାଏ। ବିଶେଷ କରି ଗ୍ରୀଷ୍ମ ଋତୁରେ ମଶାଙ୍କ ଅଧିକ ପ୍ରାଦୁର୍ଭାବ ଦେଖିବାକୁ ମିଳେ। ଫଳରେ ଡେଙ୍ଗୁ ଜ୍ୱର ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ। ଗ୍ରୀଷ୍ମ ଆରମ୍ଭରୁ ସମଗ୍ର ଦେଶରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ତେବେ ଆସନ୍ତୁ ଜାଣିବା ଏହି ରୋଗର କାରଣ, ଲକ୍ଷଣ ଓ ନିରାକରଣ ବିଷୟରେ.. 

ଏଡିସ୍ ମଶା କାମୁଡିବା ଦ୍ବାରା ଡେଙ୍ଗୁ ଜ୍ବର ହୋଇଥାଏ। ଡେଙ୍ଗୁ ଆକ୍ରାନ୍ତକୁ କାମୁଡି ଏହି ମଶା ସୁସ୍ଥ ବ୍ୟକ୍ତିକୁ କାମୁଡିଲେ ଜୀବାଣୁ ରକ୍ତ ମାଧ୍ୟମରେ ଆମ ଶରୀରରେ ବ୍ୟାପିଥାଏ। ଯଦି ଜଣେ ବ୍ୟକ୍ତି ପୂର୍ବରୁ ଥରେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥାଆନ୍ତି ତେବେ ସେ ଦ୍ବିତୀୟ ଥର ଡେଙ୍ଗୁ ହୁଏ, ତେବେ ତାହାର ଲକ୍ଷଣ ଅଧିକ ଭୟଙ୍କର ହୋଇପାରେ

ଡେଙ୍ଗୁ ଜ୍ବରର ଲକ୍ଷଣ

  • ମୁଣ୍ଡ ବୁଲାଇବା
  • ପ୍ରବଳ ମୁଣ୍ଡବିନ୍ଧା
  • ଭୀଷଣ ଜ୍ବର 
  • ଆଖିର ପଛରେ ଅତ୍ୟଧିକ ଯନ୍ତ୍ରଣା
  • ଧୀର ହୃଦସ୍ପନ୍ଦନ
  • ଭୋକ ନହେବା
  • ଦୁର୍ବଳତା
  • ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା
  • ଚର୍ମରେ ଦାଗ
  • କ୍ଲାନ୍ତ ଅନୁଭବ କରିବା

Also Read: କଲେଜ ପରିସରରେ ବଢ଼ିଲା କୁକୁରଙ୍କ ଉତ୍ପାତ, ପ୍ରିନ୍ସିପାଲ ନେଲେ ଏହି ପଦକ୍ଷେପ

ଡେଙ୍ଗୁ ନିରାକାରଣ

  • ପଇଡ଼ ପାଣି କେବଳ ଯେ ଶରୀରକୁ ହାଇଡ୍ରେଟ ରଖିବାରେ ସହାୟକ ହୁଏ ତାହା ନୁହେଁ ବରଂ ଏଥିରେ ଇଲେକ୍ଟ୍ରୋଲାଇଟ ମଧ୍ୟ ରହିଥାଏ, ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ।
  • ଡାଳିମ୍ବ ଖାଇବା ଦ୍ବାରା ଡେଙ୍ଗୁରୁ ଆରୋଗ୍ୟ ହେବାରେ ବେଶ ସହାୟକ ହୋଇଥାଏ। ଡାଳିମ୍ବରେ ପ୍ରଚୁର ପରିମାଣର ଲୌହସାର ଥାଏ, ଯାହା ରକ୍ତହୀନତାକୁ ଦୂର କରିବା ସହ ଥକାପଣକୁ ଦୂର କରିବାରେ ବେଶ ଉପଯୋଗୀ ହୋଇଥାଏ।
  • ଡେଙ୍ଗୁ ରୋଗୀଙ୍କ ପାଇଁ ଅଣ୍ଡା ଖାଇବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏଥିରେ କ୍ୟାଲସିୟମ, ଭିଟାମିନ-ବି, ପୋଟାସିୟମ ଥାଏ। ଏହା ସହିତ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ।
  • ଡେଙ୍ଗୁରୁ ଆରୋଗ୍ୟ ପାଇଁ ପାଳଙ୍ଗ ଶାଗ ଅତ୍ୟନ୍ତ ଉପକାରୀ ଅଟେ। ପାଳଙ୍ଗ ଭିତରେ ଭିଟାମିନ୍, ଆଇରନ ଏବଂ ଓମେଗା ଫ୍ୟାଟି ଏସିଡ୍ ଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ। ଏହା ସହ ପାଳଙ୍ଗ ଶାଗ ରକ୍ତ ଅଭାବକୁ ବି ଦୂର କରିଥାଏ।