ମାଗଣାରେ ବୁକ୍ କରିପାରିବେ Gas Cylinder, ଜାଣନ୍ତୁ ସବୁଠୁ ସହଜ ଉପାୟ
କୌଣସି ଟଙ୍କା ଖର୍ଚ୍ଚ ନକରି ଆପଣ ମିସ୍ କଲ୍ କିମ୍ବା ହ୍ବାଟସ ଆପ୍ ମେସେଜ୍ ମାଧ୍ୟମରେ LPG ଗ୍ୟାସ୍ ସିଲିଣ୍ଡର ବୁକ୍ କରିପାରିବେ । ଜାଣନ୍ତୁ SMS କିପରି ଓ କେଉଁ ନମ୍ବରକୁ ପଠାଇବାକୁ ପଡିବ ।
ନୂଆଦିଲ୍ଲୀ: ଗ୍ୟାସ ସିଲିଣ୍ଡର (LPG Gas Cylinder) ବୁକ୍ କରିବାର ଉପାୟ ବର୍ତ୍ତମାନ ଆହୁରି ସହଜ ହୋଇଯାଇଛି । ଆପଣ କେବଳ ଏକ ମିସ୍ କଲ୍ କିମ୍ବା ହ୍ବାଟସଆପ୍ ମେସେଜ୍ ମାଧ୍ୟମରେ ଆପଣଙ୍କର ଗ୍ୟାସ୍ ସିଲିଣ୍ଡର ବୁକ୍ କରିପାରିବେ । ଭାରତର ବୃହତ୍ତମ ପେଟ୍ରୋଲିୟମ କମ୍ପାନୀ ଯଥା ଭାରତ ଗ୍ୟାସ (Bharat Gas), ଇଣ୍ଡେନ ଗ୍ୟାସ (Indane Gas) ଓ ଏଚପି ଗ୍ୟାସ (HP Gas) ଗ୍ରାହକଙ୍କୁ ହ୍ବାଟସଆପ୍ ଜରିଆରେ ସିଲିଣ୍ଡର ବୁକିଂ କରିବାର ସର୍ଭିସ ପ୍ରଦାନ କରୁଛି । ଜାଣନ୍ତୁ ଏହା ବିଷୟରେ ...
ମିସ୍ କଲ୍ ଦେଇ ବୁକ୍ କରନ୍ତୁ ସିଲିଣ୍ଡର
ଯଦି ଆପଣଙ୍କ ଫୋନରେ ଗ୍ୟାସ୍ ସିଲିଣ୍ଡର ବୁକ୍ କରିବା ପାଇଁ ପର୍ଯ୍ୟାପ୍ତ ବାଲାନ୍ସ ନାହିଁ । ତେବେ ଆପଣ ଏକ ମିସ୍ କଲ ଦେଇ ଗ୍ୟାସ୍ ସିଲିଣ୍ଡର ମଧ୍ୟ ବୁକ୍ କରିପାରିବେ । ଇଣ୍ଡେନ ଏଲପିଜି ଗ୍ରାହକମାନେ ୮୪୫୪୯୫୫୫୫୫ ନମ୍ବରରେ ଏକ ମିସ୍ କଲ, BPCL ଗ୍ରାହକ ପାଇଁ ୭୭୧୦୯୫୫୫୫୫ ନମ୍ବରରେ ମିସ୍ କଲ ଓ HP ଗ୍ରାହକ ମାନେ ୯୪୯୩୬୦୨୨୨୨ ନମ୍ବରରେ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ମିସ୍ କଲ ଦେଇ ସିଲିଣ୍ଡର ବୁକ୍ କରିପାରିବେ । ଆପଣଙ୍କ ସିଲିଣ୍ଡର ଗୋଟିଏ ସେକେଣ୍ଡ ମଧ୍ୟରେ ବୁକ୍ ହେବ ଓ ଆପଣ ଏହା ସହିତ ଜଡିତ ଏକ SMS ମଧ୍ୟ ପାଇବ ।
ଅଧିକ ପଢ଼ନ୍ତୁ: ମଦ ସହିତ ଭୁଲରେ ଖାଆନ୍ତୁ ନାହିଁ ଏହି ଜିନିଷ, ଶରୀର ପାଇଁ ହୋଇଥାଏ ଅଧିକ ବିପଜ୍ଜନକ
WhatsApp ମାଧ୍ୟମରେ ଏହିପରି ବୁକ୍ କରନ୍ତୁ ସିଲିଣ୍ଡର
ଇଣ୍ଡେନ୍ ଗ୍ୟାସ୍ ଗ୍ରାହକମାନେ ୭୫୮୮୮୮୮୮୨୪ ନମ୍ବରରେ ସିଲିଣ୍ଡର ବୁକ୍ କରିପାରିବେ । ଗ୍ରାହକମାନଙ୍କୁ ପ୍ରଥମେ ଏହି ୭୫୮୮୮୮୮୮୨୪ ନମ୍ବରକୁ ମୋବାଇଲରେ ସେଭ କରିବାକୁ ପଡିବ । ଏହା ପରେ ହ୍ବାଟସଆପ୍ ଖଲ ସେଭ ନମ୍ବରରେ ପଞ୍ଜୀକୃତ ନମ୍ବରରୁ BOOK କିମ୍ବା REFILL # ଟାଇପ୍ କରି ଏହାକୁ ପଠାନ୍ତୁ । REFILL # ଟାଇପ୍ କରି ପଠାଯିବା ମାତ୍ରେ ଅର୍ଡର ସମାପ୍ତ ହେବାର ଉତ୍ତର ଆସିବ । ସିଲିଣ୍ଡର ବୁକିଂ ଡେଲିଭରି ତାରିଖ ମଧ୍ୟ ଜବାବରେ ଆପଣଙ୍କୁ ମିଳିଯିବ ।