Covid19 ସଂକ୍ରମଣକୁ ନେଇ Britain ମନ୍ତ୍ରୀଙ୍କ ଅଜବ ଦାବି, କହିଲେ...
କୋରୋନା କାଳରେ ସର୍ବସାଧରଣ ସ୍ଥାନରେ କରୁଛନ୍ତି କି ଏଭଳି କାମ? ତାହେଲେ ହୋଇଯାନ୍ତୁ ସାବଧାନ।
ଲଣ୍ଡନ: ପ୍ରାୟ ଦେଢ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସାରା ବିଶ୍ୱରେ ଆତଙ୍କ ଖେଳାଇ ରଖିଛି କୋରୋନା ମହାମାରୀ। ପ୍ରଥମ ଏହା ପରେ ଦ୍ୱିତୀୟ ଏବେ କୋଭିଡ୧୯ ସଂକ୍ରମଣର ତୃତୀୟ ଲହରର ମୁକାବିଲା ପାଇଁ ବର୍ତ୍ତମାନ ଠାରୁ ଆରମ୍ଭ ହୋଇଗଲାଣି ପ୍ରୟାସ। ଡେଲଟା ଭ୍ୟାରିଏଣ୍ଟ ବିସ୍ତାରକୁ ନେଇ ଏବେ ମଧ୍ୟ ଲୋକଙ୍କ ମନରୁ ଯାଇନାହିଁ ଭୟ ଆଉ ସନ୍ଦେହ।
ସଦ୍ୟ କୋଭିଡ୧୯ ସଂକ୍ରମଣକୁ (Covid19 Infection) ନେଇ ଏକ ଅଜବ ଦାବି କରିଛନ୍ତି ବ୍ରିଟେନ ସରକାରଙ୍କ ଜଣେ ମନ୍ତ୍ରୀ (British Govts Minister)। ସ୍ଥାନୀୟ ସମ୍ବାଦପତ୍ର ଟେଲିଗ୍ରାଫ୍ (British Newspaper Telegraph) ଖବର ଅନୁସାରେ ମନ୍ତ୍ରୀ କହିଛନ୍ତି ସର୍ବସାଧାରଣ ସ୍ଥାନରେ ପାଡିବା (Farting) ଦ୍ୱାରା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ କୋରୋନା (Corona) ବ୍ୟାପିଥାଏ। ଯାହାର ବିଶ୍ୱାସନୀୟ ପ୍ରମାଣ (Credible Evidence) ମଧ୍ୟ ରହିଥିବା ଦାବି କରିଛନ୍ତି ସେ।
Also Read: COVID19: ପାଡରୁ ବ୍ୟାପିବ ମହାମାରୀ, ଦାବିକୁ ସମର୍ଥନ ଜଣାଇଲେ ଅଷ୍ଟ୍ରେଲୀୟ ଗବେଷକ!
ଏହି ରିପୋର୍ଟ ଅନୁସାରେ ଅଷ୍ଟ୍ରେଲିଆର (Australia) ଏକ ଶୌଚାଳୟରେ (Toilet) ଦୁଇ ଜଣ ବ୍ୟକ୍ତି ଏକାଠି ହେବା ସମୟରେ ଜେନୋମିକାଲ୍-ଲିଙ୍କ୍ (Genomical Linked) ହୋଇଥିବାର ପ୍ରମାଣ ରହିଛି। ଅନ୍ୟପଟେ ହଂକଂରେ (HongKong) ଲକ୍ ଡାଉନ୍ ଲାଗୁ ହେବା ସମୟରେ ବର୍ଜ୍ୟବସ୍ତୁ ପାଇପ୍ ମାଧ୍ୟମରେ ବ୍ୟାପିଥିବା ରୋଗର ପ୍ରମାଣ ମଧ୍ୟ ଉପଲବ୍ଧ ରହିଛି।
ଯଦିଓ ଏହାର କୌଣସି ନିଶ୍ଚିତତା ନାହିଁ ହେଲେ ତଥାପି ବ୍ରିଟେନ ମନ୍ତ୍ରୀ ସ୍ଥାନୀୟ ସମ୍ବାଦପତ୍ରକୁ କହିଛନ୍ତି କୋଭିଡ୧୯ ଶ୍ୱାସକ୍ରିୟା ଜନିତ ସଂକ୍ରମଣ ରୋଗ ଯାହା ମୁଖ୍ୟତଃ ପାଟି ନାକ ମାଧ୍ୟମରେ ଶରୀରକୁ ବ୍ୟାପିଥାଏ। ଏ ଘଟଣାରେ ପ୍ରତିକ୍ରିୟା ରଖି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ (British PM Johnson) ମୁଖପାତ୍ର କହିଛନ୍ତି କୋଭିଡ୧୯ ସଂକ୍ରମଣ ବାବଦରେ ମନ୍ତ୍ରୀ ଯେଉଁ ଦାବି କରୁଛନ୍ତି ମୁଁ ସେ ବାବଦରେ ଅବଗତ ନାହିଁ। ଏ ସମ୍ପର୍କରେ ବୈଜ୍ଞାନିକ ଗବେଷଣା କରାଯାଇ ସମୀକ୍ଷା କରାଯିବ।
Also Read: Wuhan ସହରରୁ ବ୍ୟାପିଥିଲା Covid19, ହେଲେ କିପରି ସୁରକ୍ଷିତ ରହିଲେ Chinese Soldiers?
ପୂର୍ବରୁ ଏଭଳି ଅଜବ ଧରଣର ଦାବି ଜଣେ ଅଷ୍ଟ୍ରେଲୀୟ ଗବେଷକ (Australian Researcher) ଡ଼.ଆଣ୍ଡି ଟ୍ୟାଗ୍ (Dr. Andy Tagg) କରି ସାରିଛନ୍ତି। ଏନେଇ ସେ କହିଥିଲେ କୋରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ଆମେ ସର୍ବସାଧାରଣ ସ୍ଥାନରେ (Public Place) ସାମାଜିକ ଦୂରତା (Social Distancing) ରକ୍ଷା କରୁଛେ। ମାତ୍ର ଯଦି କୌଣସି ଲୋକର ନିକଟରେ ଅନ୍ୟ କେହି ଥାନ୍ତି ତାହେଲେ ସେ ସେଠାରେ ପାଡି଼ବା ଠିକ ନୁହେଁ।
Also Read: Wuhan Laboratory: ପରୀକ୍ଷାଗାରର ସନ୍ଦେହଜନକ ଭୂମିକାକୁ ନେଇ ଏପରି କହିଲେ ବିଦେଶୀ ବୈଜ୍ଞାନିକ
ଏହି ଅଷ୍ଟ୍ରେଲୀୟ ଗବେଷକଙ୍କ କହିବା ଅନୁସାରେ SARS-COV-2 Virus ଅନେକ କୋରୋନା ସଂକ୍ରମିତ (Corona Infected) ରୋଗୀଙ୍କ ମୁହଁରେ ଦେଖିବାକୁ ମିଳିଛି। ଯାହା କୋଭିଡ୧୯ ସଂକ୍ରମଣ ବ୍ୟାପିବାର ଅନ୍ୟତମ କାରଣ। ପାଡି଼ବା ଦ୍ୱାରା କୋରୋନା ବ୍ୟପିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଉପରେ ଗବେଷଣା ହେବା ଆବଶ୍ୟକ। ଆମକୁ ଅଧିକ ପ୍ରମାଣ ଆବଶ୍ୟକ। ଯାହା ଦ୍ୱାରା ଏହି ସନ୍ଦେହ ଦୂର ହୋଇଯିବ।