କୋରୋନା ସଂକଟ ଭଳି ବିପଦ ସମୟରେ ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲା ଚୀନ।
Trending Photos
ନୂଆଦିଲ୍ଲୀ: ଆଜକୁ ଦେଢ ବର୍ଷ ପୂର୍ବେ ଅର୍ଥାତ ଗତ ୨୦୧୯ ଡିସେମ୍ବର ମାସରୁ ସାରା ବିଶ୍ୱକୁ ବ୍ୟାପିବା ଆରମ୍ଭ କରିଥିଲା କୋରୋନା ସଂକ୍ରମଣ। ଏ ଘଟଣା ପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରହସ୍ୟଘେରରେ ରହିଆସିଛି ଚୀନରେ ଅବସ୍ଥିତ ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି। ଏହି ପରୀକ୍ଷାଗାରରୁ ସାରା ବିଶ୍ୱକୁ କୋରୋନା ମହାମାରୀ ବ୍ୟାପିଥିବା ନେଇ ସନ୍ଦେହ କରାଯାଉଛି। ଯଦିଓ ଏନେଇ କୌଣସି ସୁଦୃଢ ପ୍ରମାଣ ମିଳି ପାରିନାହିଁ।
ହେଲେ ଏବେ କୋରୋନା ସଂକ୍ରମଣ (Corona Infection) ମାମଲାକୁ ନେଇ ଅନ୍ୟ ଏକ ସନ୍ଦେହଜନକ ପ୍ରଶ୍ନ ସାମ୍ନାକୁ ଆସିଯାଇଛି। ଏନେଇ କୁହାଯାଇଛି ଚୀନର (China) ଉହାନ୍ ସହରରୁ (Wuhan City) ସାରା ବିଶ୍ୱକୁ କୋରୋନା ମହାମାରୀ ବ୍ୟାପିଥିଲା ମାତ୍ର ଚୀନ ସୈନ୍ୟବାହିନୀ (Chinese Army) ପିପୁଲ୍ସ ଲିବରେସନ ଆର୍ମୀ (Peoples Liberation Army) ପିଏଲଏ ସୈନିକ (PLA Soldiers) କିପରି ଏହି ବିଶ୍ୱ ମହାମାରୀ କବଳରୁ ନିଜକୁ ସୁରକ୍ଷା ଦେବାରେ କିପରି ସଫଳ ହେଲେ।
Also Read: Wuhan Laboratory: ପରୀକ୍ଷାଗାରର ସନ୍ଦେହଜନକ ଭୂମିକାକୁ ନେଇ ଏପରି କହିଲେ ବିଦେଶୀ ବୈଜ୍ଞାନିକ
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବର୍ତ୍ତମାନ ବିଶ୍ୱ ସମୁଦାୟ କୋରୋନା ମହାମାରୀ ବିରୋଧି ଲଢେଇରେ ସାମିଲ ରହିଥିବା ବେଳେ ଚୀନ ଏହାର ସୈନ୍ୟବଳ ବଢାଇବାରେ ଲାଗିଛି। କହିବାକୁ ଗଲେ ଅନ୍ୟ ଦେଶ ବର୍ତ୍ତମାନ କୋରୋନା ବିରୋଧି ଲଢେଇ ଯୁଦ୍ଧ ଜାରି ରଖିଥିବା ବେଳେ ଚୀନ ଏଭଳି ସଂକଟ ସମୟରେ ସାମରିକ କ୍ଷେତ୍ରରେ ଫାଇଦା ଉଠାଇବାକୁ ଚେଷ୍ଟା କରୁଛି। ବିଗତ ଦେଢ ବର୍ଷ ଧରି ବିଶ୍ୱ ସମୁଦାୟ କୋରୋନା ବିରୋଧି ଲଢେଇ ଜାରି ରଖିଥିବା ପିଏଲଏ ଯବାନଙ୍କ ସାମର୍ଥ୍ୟ ବଢାଇବାରେ ଲାଗିଛି ଚୀନ।
Also Read: Third Worldwar ପାଇଁ ୫ ବର୍ଷ ଧରି ଏପରି ପ୍ରସ୍ତୁତି କରିଥିଲା Dragon
କୋରୋନା ସଂକଟ କାଳରେ ଚୀନ ସାମରିକ, କୂଟନୈତିକ କ୍ଷେତ୍ରରେ ଏହାର ପ୍ରଭାବ ବିସ୍ତାର କରିବାକୁ ପ୍ରୟାସ ଜାରି ରଖିଛି। ଚଳିତ ବର୍ଷ ଜାନୁଆରୀ ମାସରେ ନିଜ ଦାୟିତ୍ୱ ନିର୍ବାହ କରିବା ଲାଗି ପିଏଲଏ ସୈନିକଙ୍କ ଉଦ୍ଦେଶ୍ୟରେ କହିଥିଲେ ଚୀନ ରାଷ୍ଟ୍ରାଧ୍ୟକ୍ଷ ଜିନପିଙ୍ଗ (China President Jinping)। ଏପରି ଏକ ନିର୍ଦ୍ଦେଶ ପାଇବାର କେବଳ ୯ ଦିନ ମଧ୍ୟରେ ଏକ ସାମରିକ ଚିକିତ୍ସାଳୟ ନିର୍ମାଣ କରି ସେଠାରେ ୧୪୦୦ ସୈନିକଙ୍କୁ ନିୟୋଜିତ କରିଥିଲା ପିଏଲଏ।
Also Read: ବିଷାକ୍ତ ଜୈବିକ ଅସ୍ତ୍ର ଚାଷ କରୁଛନ୍ତି ଚୀନ୍ ଏବଂ ପାକିସ୍ତାନ
କୋରୋନା ମହାମାରୀ ପ୍ରକୋପରୁ ଚୀନ ସୈନିକ ନିଜକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛ ବୋଲି କହିବା ଶତ ପ୍ରତିଶତ ଠିକ ନୁହେଁ। କୋଭିଡ୧୯ ସଂକ୍ରମଣ କାରଣରୁ ଅନେକାଂଶରେ କ୍ଷତିଗ୍ରସ୍ତ ହୋଇଛି ପିଏଲଏ। ଏପରିକି ସୈନ୍ୟ ଭର୍ତ୍ତି ନିଯୁକ୍ତି ପ୍ରକ୍ରିୟାକୁ ମଧ୍ୟ ସ୍ଥଗିତ ରଖିବାକୁ ପଡି଼ଛି। ସାମରିକ ଉପକରଣ ନିର୍ମାଣ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି।
Also Read: ଚାଲୁଣୀ କହୁଛି ଛୁଞ୍ଚିକୁ...
ଏନେଇ ପ୍ରତିକ୍ରିୟା ରଖି ଚୀନ ଶସ୍ତ୍ର ନିୟନ୍ତ୍ରଣ ଏବଂ ନିରସ୍ତ୍ରୀକରଣ ସଂଘର (China Arms Control and Disarmament Association) ବରିଷ୍ଠ ପରାମର୍ଶଦାତା ଜୁ ଗୁଆଙ୍ଗ୍ୟୁ କହିଛନ୍ତି କୋରୋନା ସଂକଟ କାରଣରୁ ଦେଶର ସୈନ୍ୟ ବାହିନୀ ଲାଗି ଆବଶ୍ୟକୀୟ ଅସ୍ତ୍ରଶସ୍ତ୍ର ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମାତ୍ର ଏହାର ପ୍ରଭାବ ସାମୟିକ ଭାବେ ରହିବ। କାରଣ କୋରୋନା ସଂକ୍ରମଣ ପ୍ରକୋପ ସୀମିତ ସମୟ ଲାଗି ଅନୁଭୂତ ହେବ। ଅନ୍ୟପଟେ ଦେଶର ଆଭିଏସନ ଇଣ୍ଡଷ୍ଟ୍ରି କର୍ପୋରେସନ ଅଫ ଚାଇନା-ଏଭିଆଇସି (Aviation Industry Corporation of China-AVIC) ପକ୍ଷରୁ କୁହାଯାଇଛି ପୁଣି ଥରେ ସ୍ୱାଭାବିକ ପ୍ରକ୍ରିୟାରେ ଅସ୍ତ୍ରଶସ୍ତ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ।
Also Read: 5G Testing ପ୍ରକ୍ରିୟାରୁ ବ୍ୟାପୁଛି Covid; କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟାଭିଡିଲା ପ୍ରଶାସନ
କୋରୋନା ସଂକଟ ଭଳି ବିପଦ ସମୟରେ ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲା ଚୀନ। ଯାହାର ଉଦାହରଣ ହେଉଛି ପୂର୍ବ ଲଦାଖସ୍ଥିତ (East Ladakh) ଗଲୱାନ ଉପତ୍ୟାକା (Galwan Valley) ଅଞ୍ଚଳରେ ଗତ ବର୍ଷ ଜୁନ ମାସରେ ଭାରତୀୟ ସେନା (Indian Army) ସହ ହୋଇଥିବା ସଂଘର୍ଷ। ମାତ୍ର ଭାରତୀୟ ଯବାନଙ୍କ (Indian Soldier) ମୁହଁତୋଡ ଜବାବ ଫଳରେ ପଛଘୁ଼ଞ୍ଚା ଦେଇଥିଲା ଚୀନ ସେନ୍ୟବଳ। ଏହା ପରେ ଦକ୍ଷିଣ ଚୀନ ସାଗରରେ (South China Sea) ନୌ ସମରାଭ୍ୟାସ (Naval Military Drill) କରି ପ୍ରତିଦ୍ୱନ୍ଦ୍ୱୀ ତାଇୱାନ (Taiwan) ଉଦ୍ଦେଶ୍ୟରେ ଚେତାବନୀ ଦେଇଥିଲା ଚୀନୀ ସୈନ୍ୟବାହିନୀ। ମାତ୍ର ଏପରି କାର୍ଯ୍ୟ ପାଇଁ ବିଶ୍ୱ ସମୁଦାୟରେ ସମାଲୋଚନାର ଶରବ୍ୟ ପାଲଟିଥିଲା ଚୀନ।