ପାଡ (Fart) ଯାହା ମଣିଷ ଶରୀର ମଧ୍ୟରେ ଚାଲିଥିବା ଏକ ପ୍ରକ୍ରିୟା । ସର୍ବସାଧାରଣରେ ଏହି କାମକୁ ଅନେକ ଲୋକ କରିବା ପୂର୍ବରୁ ଚିନ୍ତା କରିଥାନ୍ତି । ଯଦି କେହି ଏହି କାମ କରିଦିଏ ଅନ୍ୟ ଲୋକ ପାଡି ଥିବା ଲୋକ ଆଡକୁ ଅନେଇଥାନ୍ତି । ଜାଣତରେ ହେଉ ଅଥବା ଅଜାଣତରେ ହେଉ ଅନେକ ଲୋକ ସର୍ବ ସାଧାରଣରେ ପାଡି ଲଜ୍ଜିତ ହୋଇଥାନ୍ତି ।
Trending Photos
ପାଡ (Fart) ଯାହା ମଣିଷ ଶରୀର ମଧ୍ୟରେ ଚାଲିଥିବା ଏକ ପ୍ରକ୍ରିୟା । ସର୍ବସାଧାରଣରେ ଏହି କାମକୁ ଅନେକ ଲୋକ କରିବା ପୂର୍ବରୁ ଚିନ୍ତା କରିଥାନ୍ତି । ଯଦି କେହି ଏହି କାମ କରିଦିଏ ଅନ୍ୟ ଲୋକ ପାଡି ଥିବା ଲୋକ ଆଡକୁ ଅନେଇଥାନ୍ତି । ଜାଣତରେ ହେଉ ଅଥବା ଅଜାଣତରେ ହେଉ ଅନେକ ଲୋକ ସର୍ବ ସାଧାରଣରେ ପାଡି ଲଜ୍ଜିତ ହୋଇଥାନ୍ତି । ବେଳେ ବେଳେ ପେଟ ଗୋଳମାଳ ହେବା କାରଣରୁ ଶରୀରରୁ ଦୁର୍ଗନ୍ଧ ବାୟୁ ନିର୍ଗତ ହୋଇଥାଏ ।
ହେଲେ ଏବେ ପାଡକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଦୁର୍ଗନ୍ଧ ସୃଷ୍ଟି କରି ବଦନାମ ମୁଣ୍ଡାଇଥିବା ପାଡ ଏବେ ବିଶ୍ୱ ମହମାରୀ କୋରୋନା (covid19) ଭାଇରସ ବ୍ୟାପିବାର ବାହକ ସାଜିଛି । ଏପରି ଦାବିକୁ ସମର୍ଥନ କରିଛନ୍ତି ଅଷ୍ଟ୍ରେଲୀୟ ଗବେଷକ । ଯଦିଓ କୋରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ଶରୀର ବାହ୍ୟ ଅଂଶକୁ ପରିଷ୍କାର ପରିଚ୍ଛନ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି, ହେଲେ ଏବେ ଏପରି ଏକ ଅବିଶ୍ୱସନୀୟ ତଥ୍ୟ ସାମ୍ନାକୁ ଆସିବା ପରେ ଦେହର ଆଭ୍ୟନ୍ତରୀଣ ଭାଗକୁ ମଧ୍ୟ ପରିମଳ ରଖିବା ଜରୁରୀ ହୋଇପଡିଛି ।
ଏହା ଉପରେ ଗବେଷଣା କରୁଥିବା ଗବେଷକଙ୍କ ପକ୍ଷରୁ କୁହାଯାଇଛି ମଣିଷ ଶରୀରରୁ ନିର୍ଗତ ହେଉଥିବା ପାଡ ଦ୍ୱାରା ମଧ୍ୟ କୋରୋନା ବ୍ୟାପିବାର ସମ୍ଭାବନା ରହିଛି । ଆଜ୍ଞା ହଁ, ଆପଣ ଠିକ ପଢିଛନ୍ତି । ଯଦି ଆପଣ ଭାବୁଛନ୍ତି ପାଡ ଦ୍ୱାରା କେବଳ ଦୁର୍ଗନ୍ଧ ବ୍ୟାପିଥାଏ ତାହେଲେ ଆପଣ ଅଧା ଠିକ । ହେଲେ ବର୍ତ୍ତମାନର କୋରୋନା ସଂକଟ ବେଳେ ପାଡ ଦ୍ୱାରା ମଧ୍ୟ covid19 ସଂକ୍ରମଣ ବଢିବାର ସମ୍ଭାବନା ରହିଛି । ଯାହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି ।
Is farting an aerosol-generating procedure?
A tweetorial… pic.twitter.com/XOuMzNXSQp
— Andrew Tagg (@andrewjtagg) April 6, 2020
କ'ଣ କହୁଛି ଅନୁସନ୍ଧାନ?
ନିକଟରେ ଜଣେ ଅଷ୍ଟ୍ରେଲୀୟ ଡାକ୍ତର ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇ କହିଥିଲେ ପାଡିବା ଦ୍ୱାରା ମଧ୍ୟ କୋରୋନା ବ୍ୟାପିପାରେ । ଯଦିଓ କୋଭିଡ୧୯ ସଂକ୍ରମଣକୁ ରୋକିବା ଲାଗି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଆଦି ନିୟମ ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଉଛନ୍ତି ଚିକିତ୍ସକ । ହେଲେ ଅଷ୍ଟ୍ରେଲିଆର ଏହି ଡାକ୍ତରଙ୍କ କହିବା ଅନୁସାରେ ଉପଯୁକ୍ତ ବସ୍ତ୍ର ନପିନ୍ଧି ପାଡିବା ଦ୍ୱାରା ଏହା କୋରୋନା ସଂକ୍ରମଣର କାରଣ ସାଜିପାରେ।
ଏହା ସହିତ ସମ୍ପୃକ୍ତ ଡାକ୍ତର କହିଛନ୍ତି କୋରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ଏବେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଯାହା ନିରାପତ୍ତା ଲାଗି ଆବଶ୍ୟକ ହୋଇପଡିଛି । ହେଲେ ସାମ୍ପ୍ରତିକ ସ୍ଥିତିରେ ଯଦି କୌଣସି ବ୍ୟକ୍ତି ଅନ୍ୟ ଜଣଙ୍କ ନିକଟରେ ଉପସ୍ଥିତ ଥାନ୍ତି, ସେତେବେଳେ ସେ ପାଡିବା ଅର୍ଥାତ ତାଙ୍କ ଶରୀରରୁ ଦୁର୍ଗନ୍ଧ ବାୟୁ ନିର୍ଗତ ହେବା ଦ୍ୱାରା କୋରୋନା ସଂକ୍ରମଣ ବଢିବାର ସମ୍ଭାବନା ସୃଷ୍ଟି ହୋଇପାରେ।
ଏହା ସତ୍ୟ କି?
ଯଦିଓ ଜଣେ ଅନ୍ୟ ଜଣଙ୍କ ନିକଟରେ ଥିବା ବେଳେ ପାଡି ନଥାନ୍ତି । ହେଲେ ଅଷ୍ଟ୍ରେଲୀୟ ଡାକ୍ତର ଆଣ୍ଡି ଟ୍ୟାଗ୍ (Australlian Doctor Andy Tag) କହିଛନ୍ତି ମଣିଷ ଶରୀରରୁ ନିର୍ଗତ ହେଉଥିବା ମଳ ଭଳି ପାଡରେ ମଧ୍ୟ ଏରୋସୋଲ୍ କଣିକା (aerosol particles) ରହିଥାଏ । ଯାହା ସମ୍ଭବତ ଏହି ରୋଗର ବାହକ ଭାବେ କାର୍ଯ୍ୟ କରିପାରେ ।
ତାଙ୍କ ଦାବିକୁ ସମର୍ଥନ କରିବା ପାଇଁ ଡାକ୍ତର ଟ୍ୟାଗ COVID19 ପଜିଟିଭ ରୋଗୀଙ୍କ ଉପରେ ଅନୁସନ୍ଧାନ କରିଥିଲେ । ଏଥିରୁ ସେ ଜାଣିବାକୁ ପାଇଥିଲେ କୋରୋନା ଆକ୍ରାଙ୍କ ମଧ୍ୟରୁ ୫୫% ରୋଗୀଙ୍କ ମଳରେ ଜୀବାଣୁ ରହିଛନ୍ତି । ମଳ ମାଧ୍ୟମରେ ସଂକ୍ରମଣକୁ ନେଇ ପୂର୍ବରୁ ବିଶେଷଜ୍ଞଙ୍କ ପକ୍ଷରୁ ଅତୀତରେ ଚେତାବନୀ ମଧ୍ୟ ଦିଆଯାଇଛି । ଏହା ମଧ୍ୟରୁ ଅଧିକାଂଶ ବାହକ (ଉଭୟ ଲକ୍ଷଣଗତ ଏବଂ ଅସ୍ୱାଭାବିକ ରୋଗୀଙ୍କ ଶରୀରର ଅନ୍ତନଳୀରେ ରହିଥିବାର ଜଣାପଡିଥିଲା । କେତେକ ରୋଗୀଙ୍କ କ୍ଷେତ୍ରରେ ଏହା ସେମାନଙ୍କର ମଳର ଅବଶିଷ୍ଟାଶଂରେ ଥିବାର ସ୍ପଷ୍ଟ ହୋଇଥିଲା ।
ଅତୀତରେ, ଅନେକ ଗବେଷଣା କରାଯାଇଛି ଯାହା ମାଧ୍ୟମରେ ଜଣାପଡିଛି ପାଡ କୌଣସି ଜୀବାଣୁକୁ ବୃଦ୍ଧି କରିବାରେ ସହାୟକ ହୋଇପାରେ । ଯାହା ସେମାନଙ୍କୁ ଅଧିକ ଦୂରତା ପର୍ଯ୍ୟନ୍ତ ବ୍ୟାପିବାରେ ସାହାଯ୍ୟ କରିଥାଏ କିମ୍ବା କୌଣସି ରୋଗର ଲମ୍ୱା ବିସ୍ତାର ଲାଗି ରାସ୍ତା ସୃଷ୍ଟି କରିଥାଏ ।
ଯଦିଓ ପାଡ ଦ୍ୱାରା କୋରୋନା ସଂକ୍ରମଣ ଜନିତ ବିପଦ ବାବଦରେ କୌଣସି ତଥ୍ୟ ପ୍ରକାଶିତ ହୋଇନାହିଁ, ହେଲେ ଜଣେ ବସ୍ତ୍ର ପରିହିତ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ସେତେ ମାତ୍ରାରେ ସଂକ୍ରମଣ ଜନିତ ବିପଦପୂର୍ଣ୍ଣ ସମସ୍ୟା ସୃଷ୍ଟି କରିବାର କୌଣସି ସମ୍ଭାବନା ନାହିଁ ।
ଡାକ୍ତର ଟ୍ୟାଗ ଲୋକଙ୍କ ଉଦ୍ଦେଶ୍ୟରେ ପରାମର୍ଶ ଦେଇ କହିଛନ୍ତି ଅନ୍ତ୍ରବସ୍ତ୍ର ସହ ଉପଯୁକ୍ତ ପୋଷାକ ପିନ୍ଧିବା ଦ୍ୱାରା କୋରୋନା ସଂକ୍ରମଣ ଜନିତ ବିପଦକୁ ଅନେକ ମାତ୍ରାରେ ହ୍ରାସ କରାଯାଇପାରେ । ଚଳିତ ବର୍ଷ ପ୍ରାରମ୍ଭରେ ଚୀନର ରୋଗ ନିୟନ୍ତ୍ରଣ ଏବଂ ନିରାକାରଣ କେନ୍ଦ୍ର (Chinese wing of Centres of Disease Control and Prevention) ପକ୍ଷରୁ ଏପରି ଦାବିକୁ ସମର୍ଥନ କରାଯାଇଥିଲା । ଯେଉଁଠାରେ ପ୍ରଥମେ କୋରୋନା ଭାଇରସର ପ୍ରଭାବ ଦେଖିବାକୁ ମିଳିଥିଲା ।